କମାଲ କଲେ ପ୍ରତୀକ, ସାଉଥ୍ ଏସିଆନ ଜୁନିଅର ଆଥଲେଟ ଚମ୍ପିଆନସିପରେ ଆଣିଲେ ଦୁଇଟି ରୌପ୍ୟ - Junior Athletics Championships - JUNIOR ATHLETICS CHAMPIONSHIPS
Published : Sep 15, 2024, 6:02 PM IST
SOUTH ASIAN JUNIOR ATHLETICS CHAMPIONSHIPS: ରାଉରକେଲା: ପୁଣି ଚମକିଲେ ଓଡ଼ିଆ ପୁଅ ପ୍ରତୀକ । ଅନ୍ତର୍ଜାତୀୟସ୍ତରରେ ଜିତିଲେ ସିଲଭର ମେଡାଲ । ସାଉଥ ଏସିଆନ ଜୁନିଅର ଆଥଲେଟ ଚମ୍ପିଆନସିପରେ ଆଣିଲେ ଦୁଇଟି ରୌପ୍ୟ ପଦକ । ରାଉରକେଲାର ପ୍ରତୀକ ମହାରଣା 200 ମିଟର ରନିଂ ସହ 400 ମିଟର ରିଲେରେ ଆଣିଲେ ରୌପ୍ୟ ପଦକ । ଅନ୍ତର୍ଜାତୀୟ ବିର୍ଷା ମୁଣ୍ଡ ଅଥଲେଟିକ ଷ୍ଟାଡିୟମର ପ୍ରଥମ ଖେଳାଳି ଭାବରେ ସେ ଏହି ଗୌରବ ଆଣିଛନ୍ତି । ଏଥିରେ ଭାରତ, ନେପାଳ,ବାଂଲାଦେଶ,ପାକିସ୍ତାନ,ମାଲଦ୍ବୀପ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ଭୁଟାନ ଅଂଶଗ୍ରହଣ କରିଥିଲା । ତେବେ ସେ ସ୍ବର୍ଣ୍ଣ ପଦକ ଆଶାବାଦୀ ରହିଥିବାବେଳେ ସାମାନ୍ୟ ଆଘାତ ପାଇଁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।
ଏନେଇ କୃତି ଖେଳାଳୀ ପ୍ରତୀକ ମହାରଣା କହିଛନ୍ତି,"ସାଉଥ ଏସିଆନ ଜୁନିଅର ଆଥଲେଟ୍ ଚମ୍ପିଆନସିପ ପ୍ରତିଯୋଗିତାରେ ସ୍ଥାନ ପାଇବା ଏକ ପ୍ରକାର ସ୍ୱପ୍ନ ପୂରଣ ଭଳି ହୋଇଥିଲା । ୟୁଥ ନେସନାଲରେ ଭଲ ପ୍ରଦର୍ଶନ ଯୋଗୁଁ ଏଥିରେ ସ୍ଥାନ ପାଇଥିଲି । 200 ମିଟର ରନିଂ ସହ 400 ମିଟର ରିଲେ ଦୌଡ଼ରେ ସିଲଭର ମେଡାଲ ଅର୍ଜନ କରିଛୁ । 200 ମିଟର ଦୌଡ଼ରେ 21.41 ସେକଣ୍ଡରେ ସିଲଭର ମେଡାଲ ବିଜୟୀ ହୋଇଛି ଏବଂ 400 ମିଟର ରିଲେରେ ଦଳ 40.76 ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲୁ । "
ଇଟିଭି ଭାରତ, ରାଉରକେଲା