ବାଲିଯାତ୍ରାରେ ବଲିଉଡ ଗାୟକ ସୁରେଶ ୱାଡକର, ଓଡ଼ିଆ ଗୀତରେ ଦର୍ଶକଙ୍କ ମନ ମୋହିଲେ - SURESH WADKAR IN BALI YATRA
By ETV Bharat Entertainment Team
Published : Nov 22, 2024, 11:14 AM IST
କଟକ: ଦିନକୁ ଦିନ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି । ଏଥର ଏହି ଉତ୍ସବରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହ ମନୋରଞ୍ଜନର ଭରପୁର ମଜା ନେଉଛନ୍ତି ଲୋକେ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଓଲିଉଡରୁ ବଲିଉଡ କଣ୍ଠଶିଳ୍ପୀ ଏଥିରେ ସାମିଲ ହୋଇ ଲୋକଙ୍କୁ ମନୋରଞ୍ଜନ କରାଇଛନ୍ତି । ଗତକାଲି ବାଲିଯାତ୍ରାର ସପ୍ତମ ସନ୍ଧ୍ୟା ଥିଲା ବେଶ ରୋମାଞ୍ଚକର । ଦର୍ଶକଙ୍କ ମଧ୍ୟରେ ସଂଗୀତର ସ୍ୱାଦ ଭରିଥିଲେ ବର୍ଷିଆନ ବଲିଉଡ ଗାୟକ ପଦ୍ମଶ୍ରୀ ସୁରେଶ ୱାଡକର । ମନ ଛୁଆଁ ହିନ୍ଦୀ ଗୀତ ସହ ଓଡ଼ିଆ ଗୀତ ଗାଇ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲେ ସୁରେଶ । ସେ ବାଲିଯାତ୍ରାକୁ ସେ ପ୍ରଥମ ଥର ପାଇଁ ଆସିଥିଲେ ମଧ୍ୟ ଓଡିଶା ଓ ଓଡ଼ିଆ ଗୀତ ସହ ତାଙ୍କର ସମ୍ପର୍କ ବେଶ ପୁରୁଣା ବୋଲି କହିଥିଲେ ସୁରେଶ । ହିନ୍ଦୀ ଗୀତ ମଧ୍ୟରେ 'ଅର ଇସି ଦିଲ ମେ କ୍ୟା ରଖା ହେ', 'ମେଘରେ ମେଘରେ', 'ମେଁ ହୁଁ ପ୍ରେମ ରୋଗୀ', 'ଛପା ଛପା କରେ କଚଲେ', 'ସପନେ ମେ ମିଲତି ହେ' ଏବଂ ଓଡ଼ିଆ ଗୀତରେ 'ଶୋଇଜା ମାମା, 'ମାଆ ତୁମେ ଜଗତର ସୀମା ହୀନ ସାଗର' ଗୀତ ଗାଇ ଦର୍ଶକ ମାନଙ୍କୁ ସଙ୍ଗୀତରେ ବାନ୍ଧି ରଖିଥିଲେ ସେ । ଏହି ସମୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ବାଲିଯାତ୍ରାରେ ସାମିଲ ହୋଇଥିଲେ । ଅନ୍ୟପଟେ ପଦ୍ମଶ୍ରୀ ସୁରେଶ ୱାଡେକର ପ୍ରଥମ ବାଲିଯାତ୍ରାରେ ପ୍ରୋଗମ କରିବାକୁ ଗୌରବ ଅନୁଭବ କରିବା ସହ ଏହା କେବଳ ଜଗନ୍ନାଥ ପାଇଁ ସମ୍ଭବ ହୋଇପାରିଥିବା କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ମହାପ୍ରଭୁଙ୍କ ଦର୍ଶନ କଲେ କଣ୍ଠଶିଳ୍ପୀ ସୋନୁ ନିଗମ, ଜଗା ଦୁଆରେ ଗାଇଲେ ଭଜନ
ଇଟିଭି ଭାରତ, କଟକ