କାକଟପୁର-ନିମାପଡ଼ା ବିଜେଡିରେ ଅସନ୍ତୋଷ; ଦେଖାଦେଲାଣି କର୍ମୀଙ୍କ ବିଦ୍ରୋହ - Dispute in Puri BJD - DISPUTE IN PURI BJD
Published : Apr 23, 2024, 10:24 PM IST
Dispute in Puri BJD : ନିମାପଡ଼ା: ବିଜେଡିରେ ଦେଖାଦେଲାଣି ବିଦ୍ରୋହ । କାକଟପୁରରେ ତୁଷାରଙ୍କୁ ଟିକେଟ ମିଳିବା ପରେ ସୁରେନ୍ଦ୍ର ସେଠୀଙ୍କ ସମର୍ଥକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେବାର କିଛି ଘଣ୍ଟା ନହେଉଣୁ କାକଟପୁରରେ ସୁରଙ୍କ ସମର୍ଥକ ଏକାଠି ହୋଇ ବୈଠକ କରୁଥିବା ଦେଖିବାକୁ ମିଳିଛି
ମିଳିତ ମଞ୍ଚ ସୁରଙ୍କୁ ନିର୍ବାଚିତ କରିବାକୁ ଶପଥ ପାଠ କରିଛନ୍ତି । ଅସ୍ତରଙ୍ଗ, କାକଟପୁର ବ୍ଲକ ଅଧ୍ୟକ୍ଷଙ୍କ ସହ ୫୦ରୁ ଉର୍ଦ୍ଧ୍ଵ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ସହ ସହ ସହ ପୁରୁଖା କର୍ମୀ ଏକାଠି ହୋଇ ଶପଥ ପାଠ କରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲିଛି । ଯେଉଁଥିରେ କାକଟପୁର ବ୍ଲକ ଅଧକ୍ଷ ଶ୍ରୀଧର ନାୟକ ଶପଥ ପାଠ କରାଉ ଥିବା ବେଳେ ଅନ୍ୟ ଜନ ପ୍ରତିନିଧି ମାନେ ଶପଥ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ନିମାପଡ଼ାରେ ଏକାଠି ହୋଇଛନ୍ତି ସମୀରଙ୍କ ସମର୍ଥକ । ଗୋଟିଏ ପଟେ ଆଜି ପୁରୀ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନିମାପଡ଼ା ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ଅନୁରୋଧ କରୁଥିବା ବେଳେ ସମୀରଙ୍କ ପାଇଁ ବିଜେଡି ନେତା ସତ୍ୟବ୍ରତ ପାତ୍ରଙ୍କ ସହିତ ସମୀର ରଞ୍ଜନ ଦାଶ ଓ ନିମାପଡ଼ା ଗୋପ ଅଞ୍ଚଳର ୬୨ଜଣ ଜନ ପ୍ରତିନିଧି ମାନଙ୍କ ଗୁପ୍ତ ବୈଠକ ନିମାପଡା ରାଜନୀତିରେ ଉଷ୍ମତା ଭରିଛି ।
ଇଟିଭି ଭାରତ, ନିମାପଡ଼ା