ଓଡିଶା

odisha

ETV Bharat / videos

ସଂଗମ ନଗରୀରେ ବିଦେଶୀ ପକ୍ଷୀଙ୍କ ସମାଗମ, ପ୍ରୟାଗରାଜକୁ ଛୁଟୁଛନ୍ତି ପର୍ଯ୍ୟଟକ - UP Tourism

By ETV Bharat Odisha Team

Published : Feb 29, 2024, 10:10 PM IST

Migratory Birds At Prayagraj:ଲକ୍ଷ୍ନୌ: ସଂଗମ ନଗରୀ ପ୍ରୟାଗରାଜରେ ବିଦେଶୀ ପକ୍ଷୀଙ୍କ ସମାଗମ । ସଂଗମ ନଦୀରେ ମାଳ ମାଳ ସାଇବେରିଆନ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ପ୍ରତିବର୍ଷ ଶୀତଋତୁର ଆଗମନରେ ସାତ ଦରିଆ ପାର୍ ହୋଇ ଏଠାକୁ ଆସିଥାନ୍ତି ବିଦେଶୀ ପକ୍ଷୀ । ଆଉ ଏହି ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠେ ସମଗ୍ର ଅଞ୍ଚଳ ।  

ଏହା ମଧ୍ୟ ପଢନ୍ତୁ...ହୀରାକୁଦରେ ସରିଲା ପକ୍ଷୀ ଗଣନା, ବଢିଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା

ଗଙ୍ଗା, ଯମୁନା ଏବଂ ସରସ୍ବତୀର ସଂଗମ ଅର୍ଥାତ୍ ତ୍ରିବେଣୀ ସଂଗମର ଏଭଳି ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ଖାଲି ସେତିକି ନୁହେଁ, ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଏଠାକାର ବାସିନ୍ଦାଙ୍କୁ ଯୋଗାଇଥାଏ ରୋଜଗାର । ଧୀରେ ଧୀରେ ଶୀତର ଲହରୀ କମିବାରେ ଲାଗିଥିବାବେଳେ ଗ୍ରୀଷ୍ମର ପ୍ରକୋପ ଆରମ୍ଭ ହେଲାଣି । ସାଇବେରିଆ ପକ୍ଷୀଙ୍କ ପ୍ରତ୍ୟାବର୍ତ୍ତନ ସମୟ ପାଖେଇ ଆସିଥିବାବେଳେ ଶେଷ ମୁହୁର୍ତ୍ତରେ ପକ୍ଷୀଙ୍କୁ ଦେଖିବାକୁ ଏବେବି ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । 

ABOUT THE AUTHOR

...view details