ଓଡିଶା

odisha

ETV Bharat / videos

ଗାଁରେ ଭୋଟ ଦେଲେ ପାରଳା ବିଧାୟକ କେ.ନାରାୟଣ ରାଓ - LOK SABHA ELECTION 2024 - LOK SABHA ELECTION 2024

By ETV Bharat Odisha Team

Published : May 13, 2024, 7:38 PM IST

K Narayan Rao Cast His Vote ପାରଳାଖେମୁଣ୍ଡି: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଚାଲିଛି ମତଦାନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଆଜି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଭୁକ୍ତ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଚାଲିଥିବା ବେଳେ ପାରଳା ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ କେ.ନାରାୟଣ ରାଓ ନିଜ ଗାଁକୁ ଯାଇ ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ସମସ୍ତେ ଭୋଟ ଦେଇ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ କହିଛନ୍ତି କେ. ନାରାୟଣ ରାଓ । 

ଏହି ଅବସରରେ କେ.ନାରାୟଣ କହିଛନ୍ତି,"ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସ୍ବାଧୀନତାର ସହ ମତଦାନ କରିବା ସମସ୍ତଙ୍କ ଅଧିକାର । ଭୋଟ ଦେବା ପୂର୍ବରୁ ଭଲ ପ୍ରାର୍ଥୀ ଦେଖି ଭୋଟ ଦିଅନ୍ତୁ । ସମସ୍ତେ ଭୋଟ ଦେଇ ନିଜ ଅଧିକାର ସାବ୍ୟସ୍ତ କରନ୍ତୁ । "

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ମତଦାନ ଜାରି, ଅପରାହ୍ନ 3ଟା ସୁଦ୍ଧା 52.91% ମତଦାନ - ODISHA ELECTION 2024 FIRST PHASE

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details