ଓଡିଶା

odisha

ନିଆଳିରେ କୋଲକାତା କାଣ୍ଡର ପ୍ରତିବାଦ, ଡ଼ାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା - CANDLE MARCH IN NIALI

By ETV Bharat Odisha Team

Published : Aug 18, 2024, 4:31 PM IST

CANDLE MARCH IN NIALI (ETV Bharat Odisha)

CANDLE MARCH IN NIALI: ନିଆଳି: ପଶ୍ଚିମବଙ୍ଗରେ ଡାକ୍ତରୀ ଛାତ୍ରୀକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପ୍ରତିବାଦର ସ୍ବର ତୀବ୍ର ହେଉଛି । ଅଭିଯକ୍ତକୁ କଠୋରରୁ କଠୋର ଦଣ୍ଡ ଦେବାକୁ ସାରା ଦେଶରେ ଦାବି ହେଉଛି । ନିଆଳି ଅଞ୍ଚଳରେ ମଧ୍ୟ ଏହାର ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି । ଗତ (ଶନିବାର) ରାତିରେ ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହା ଚିତ୍ତରଞ୍ଜନ ସେବା ସଦନ ଠାରୁ ଆରମ୍ଭ ହୋଇ ନିଆଳି ତହସିଲଦାର କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା ।‌


ଏନେଇ ଚିତ୍ତରଞ୍ଜନ ସେବା ସଦନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର କହିଛନ୍ତି," ପଶ୍ଚିମବଙ୍ଗ ଏକ ଘରୋଇ ନର୍ସିଂ ହୋମରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଛି । ଏହା ସାରା ପୃଥିବୀରେ ପ୍ରଭାବ ପକାଇଛି । ସମାଜ ଉପରେ ଏକକୁ ପ୍ରଭାବ ପଡ଼ିଛି । ଡାକ୍ତର ମେଡିକାଲରେ ସୁରକ୍ଷିତ ନୁହେଁ ।"ସେହିପରି ଡ଼ାକ୍ତର ଅଧିରାଜ ପରିଡା କହିଛନ୍ତି," ଦିନ ଦ୍ବିପହରରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏଭଳି କାର୍ଯ୍ୟକୁ ଦୃଢ ବିରୋଧ କରୁଛୁ । ସରକାରଙ୍କ ନିକଟରେ ଦାବି କରୁଛୁ ଡାକ୍ତରମାନଙ୍କ ଉପରେ ଏମିତି ଅତ୍ୟାଚାର କରାନଯାଉ । ଡାକ୍ତର ଯଦି ସୁରକ୍ଷିତ ନୁହେଁ ତେବେ କିପରି ରୋଗୀସେବା କରିବେ । "

ଏହା ମଧ୍ୟ ପଢନ୍ତୁ ....ଓଡ଼ିଶାରେ କୋଲକାତା ହରରର ପ୍ରତିବାଦ: ଆନ୍ଦୋଳନରେ ଡାକ୍ତର, ରାଜ୍ୟରେ ରୋଗୀସେବା ବାଧାପ୍ରାପ୍ତ - DOCTORS protest in odisha

ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details