ଓଡିଶା

odisha

ETV Bharat / videos

କାଚ ବୋତଲ ଭିତରେ ବୋଇତ କରି ଚର୍ଚ୍ଚାରେ ଈଶ୍ୱର - SHIP INSIDE GLASS BOTTLE

By ETV Bharat Odisha Team

Published : Nov 14, 2024, 6:26 PM IST

ଖୋର୍ଦ୍ଧା: କାଚ ବୋତଲ ଭିତରେ ବୋଇତ ନିର୍ମାଣ କରି ଚର୍ଚ୍ଚାରେ ଶିଳ୍ପୀ । କିଛି ନୂଆ କରିବାର ଆଗ୍ରହ ଏବଂ ନୂଆ କଳାକୃତି ଶିଳ୍ପୀଙ୍କୁ ସୁକ୍ଷ୍ମ ଶିଳ୍ପୀର ପରିଚୟ ଦେଇଛି । ରାଜ୍ୟର ସୁକ୍ଷ୍ମ ଶିଳ୍ପୀ ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ହାଟ ବଜାର ଅଞ୍ଚଳର ଏଲ ଈଶ୍ୱର ରାଓ । ବିଭିନ୍ନ ସମୟରେ ସୁକ୍ଷ୍ମ କଳାକୃତି କରି ଚର୍ଚ୍ଚାକୁ ଆସିଛନ୍ତି ଈଶ୍ୱର । ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଥିବାବେଳେ ଗୋଟିଏ 750 ମିଲିମିଟର କ୍ଷମତା ବିଶିଷ୍ଟ କାଚ ବୋତଲ ଭିତରେ ମାଟିରେ ବୋଇତ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଶିଳ୍ପୀ ।

ଏହା ବି ପଢନ୍ତୁ...କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଆସିବେ ଲକ୍ଷାଧିକ ଭକ୍ତ, ଦେଖିବେ ରାଜାଧିରାଜ ବେଶ

କାଚ ବୋତଲ ଭିତରେ ଥିବା ବୋଇତର ଉଚ୍ଚତା ସାଢେ ତିନି ଇଞ୍ଚ ହୋଇଥିବାବେଳେ ଓସାର ଅଢେଇ ଇଞ୍ଚ ରହିଛି । "ଏଥିପାଇଁ ୫ ଦିନ ସମୟ ଲାଗିଛି । ଏହି ବୋଇତରେ ମାଟି, ଷ୍ଟିକ୍ସ ଓ ପେପର ବ୍ୟବହାର କରାଯାଇଛି" ବୋଲି କହିଛନ୍ତି ଶିଳ୍ପୀ ଏଲ ଈଶ୍ୱର ରାଓ । ଏହି ସୁକ୍ଷ୍ମ କଳା ମାଧ୍ୟମରେ କାର୍ତ୍ତିକ ପୂର୍ଣ୍ଣିମର ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ଈଶ୍ୱର । ଏହାସହ ନଦୀ ଏବଂ ପୁଷ୍କରିଣୀରେ ଡ଼ଙ୍ଗା ଭସାଇବା ସମୟରେ ସତର୍କତା ଅବଲମ୍ବନ କରି ଡ଼ଙ୍ଗା ଭସାଇବାକୁ ସେ ନିବେଦନ କରିଛନ୍ତି ।


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details