ଓଡିଶା

odisha

By ETV Bharat Odisha Team

Published : Apr 14, 2024, 9:37 PM IST

ETV Bharat / videos

ବୌଦ୍ଧରେ ଶେଷ ହେଲା ମେରୁ ଯାତ୍ରା - JHAMU JATRA IN boudh

jhamu jatra: ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ସମାପ୍ତ ହେଲା ମେରୁ ଯାତ୍ରା ବା ଝାମୁଯାତ୍ରା । ଜିଲ୍ଲାର ତିନୋଟି ବ୍ଲକର ସମସ୍ତ ଶୈବପୀଠରେ ଆଜି ମହାଆଡ଼ମ୍ବର ସହ ପାଳନ ହୋଇଛି ମେରୁ ଯାତ୍ରା । ପାରମ୍ପରିକ ରୀତିନୀତି ଶୈଳୀରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରସିଦ୍ଧ ଗନ୍ଧରାଡ଼ିର ହରିହର ମନ୍ଦିର ନିକଟରେ ପ୍ରାଚୀନ ଦଣ୍ଡ ଯାତ୍ରା ନିଷ୍ଠାର ସହ ଦଣ୍ଡୁଆ ତଥା ଶ୍ରଦ୍ଧାଳୁମାନେ ପାନ କରିଥିଲେ ।ଏହି ଯାତ୍ରାରେ ଷୋହଳ ଖାଡି ପାରମ୍ପରିକ ବାଦ୍ୟ ମଧ୍ୟରେ ଷୋହଳ ସୁଆଙ୍ଗ ନୃତ୍ୟ ବୈଦ୍ଧ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଆସିଛି । ଦୀର୍ଘ 21 ଦିନ ଧରି ମାନସିକଧାରୀ ପ୍ରଚଣ୍ଡ ଖରାରେ ଖୋଲା ଆକାଶ ତଳେ ଦଣ୍ଡ ଯାତ୍ରାରେ ସାମିଲ ହୋଇଥିଲେ । ଆଜି ପବିତ୍ର ପଣା ସଂକ୍ରାନ୍ତି ବା ମେରୁ ସଂକ୍ରାନ୍ତି ଅବସରରେ ଏହାର ସମାପ୍ତି ହୋଇଥିଲା । ସେହିପରି ଆଜି ମଧ୍ୟ ପବନ ପୁତ୍ର ହନୁମାନଙ୍କ ଜୟନ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ.....ପଣା ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହେଲା ଝାମୁଯାତ୍ରା, ରଡ ନିଆଁରେ ଚାଲିଲେ ପାଟୁଆ - Jhamu Jatra

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details