ସମ୍ବଲପୁରରେ ବିଜେଡିର ୨ ପ୍ରାର୍ଥୀ ଇମ୍ପୋଟେଡ୍: ଜୟ ନାରାୟଣ - Jay Narayan Mishra Slams BJD - JAY NARAYAN MISHRA SLAMS BJD
Published : Apr 17, 2024, 6:23 PM IST
Jay Narayan Mishra Slams BJD: ସମ୍ବଲପୁର: ରୋହିତ ପୂଜାରୀ ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି । ସମ୍ବଲପୁରର ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ଲଢିବେ ରୋହିତ । ଏନେଇ ପ୍ରତିକ୍ରିୟା ରଖି ଜୟ ନାରାୟଣ ମିଶ୍ର କହିଛନ୍ତି ,"ବିଜେଡିର ଯିଏ ପ୍ରାର୍ଥୀ ହେଲେ ମଧ୍ୟ ଜଣେ ପ୍ରାର୍ଥୀ ହେବ । ଏଥିରେ ମୁଁ ବିଚଳିତ ନୁହେଁ କି ଚିନ୍ତିତ ନୁହେଁ । ମୁଁ ଲୋକଙ୍କ ସହିତ ସବୁବେଳେ ରୁହେ, ଲୋକଙ୍କ ଶକ୍ତି ହେଉଛି ମୋର ଶକ୍ତି । ବିଜେଡିର ଯିଏ ପ୍ରାର୍ଥୀ ହେଲେ ମଧ୍ୟ ମୋର କୌଣସି ଆପତ୍ତି ନାହିଁ । "
ଅସୁସ୍ଥତା ଯୋଗୁଁ ଜୟ ନାରାୟଣ ମିଶ୍ର ଘରେ ବିଶ୍ରାମ ନିଅନ୍ତୁ ବୋଲି ରୋହିତ ପୂଜାରୀ ଉପଦେଶ ଦେଇଥିବା ପ୍ରସଙ୍ଗରେ ଜୟ ନାରାୟଣ ମିଶ୍ର ପାଲଟା ଉତ୍ତର ଦେଇ କହିଛନ୍ତି "ମୋର କଣ ରୋଗ ଅଛି ତାହା ମୋତେ ଜଣାନାହିଁ । ସେ ଜଣେ ଇଞ୍ଜିନିୟର ବୋଲି ମୁଁ ଶୁଣିଥିଲି, ଯଦି ସେ ଡାକ୍ତର ମଧ୍ୟ ଅଟନ୍ତି ତାହେଲେ ମୋର କ'ଣ ରୋଗ ଅଛି ଜାଣିବା ପାଇଁ ମତେ ପରୀକ୍ଷା କରନ୍ତୁ । ରୋଗ କେବେଠୁ ମୋ ଠାରୁ ଦୂରେଇ ଗଲାଣି । ସେ ଭିତ୍ତିହୀନ କଥା କହୁଛନ୍ତି । ନିଜେ ନିର୍ବାଚନରେ କିପରି ବିଜୟୀ ହେବେ ସେନେଇ ଚିନ୍ତା କରନ୍ତୁ ।"
ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହୋଇଥିବାବେଳେ ତାଙ୍କୁ ରୋହିତ ପୂଜାରୀ ବାହାରିଆ ନେତା କହିଥିବା ପ୍ରସଙ୍ଗରେ ମଧ୍ୟ ଜବାବ ରଖିଛନ୍ତି ଜୟ ନାରାୟଣ । ସେ କହିଛନ୍ତି, "ରୋହିତ ନିଜେ ରାଉରକେଲାର ଲୋକ । ଏଠି କ'ଣ ତାଙ୍କ ଜମିବାଡି଼ ଅଛି କି ପଟ୍ଟା ଅଛି କି ? ବିଜେଡିର ଉଭୟ ନେତା ଇମ୍ପୋଟେଡ୍ ।"
ଇଟିଭି ଭାରତ, ସମ୍ବଲପୁର