ଓଡିଶା

odisha

ବାଲୁକା କଳାରେ କଳା କହ୍ନେଇ, ଜନ୍ମାଷ୍ଟମୀରେ 'Kill the Evil' ବାର୍ତ୍ତା ଦେଲେ ସୁଦର୍ଶନ - Janmashtami 2024

By ETV Bharat Odisha Team

Published : Aug 26, 2024, 7:47 AM IST

JANMASHTAMI 2024 (@sudarsansand)

ପୁରୀ: ପବିତ୍ର ଜନ୍ମାଷ୍ଟମୀକୁ ନେଇ ସାରା ଦେଶ ଉତ୍ସବ ମୁଖର । ଶ୍ରୀକୃଷ୍ଣ ନାମରେ ଗୁଞ୍ଜରିତ ହେଉଛି ଗଗମ ପବନ ।  ବାଲୁକା ଚିତ୍ରକଳା ମାଧ୍ୟମରେ ଦେଶବାସୀଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲକୃଷ୍ଣଙ୍କର ଏକ ସୁନ୍ଦର ବାଲୁକା ଚିତ୍ରକଳା ତିଆରି କରିଛନ୍ତି ସୁଦର୍ଶନ । ଚିତ୍ରକଳାରେ ବାର୍ତ୍ତା ରହିଛି 'କିଲ୍‌ ଦ ଇଭିଲ' ।  କୋଲକାତା ଆର୍ ଜି ମେଡ଼ିକାଲ କଲେଜରେ ଯେଭଳି ଲଜ୍ଜ୍ୟା ଜନକ ଘଟଣା ଘଟିଛି ଏତି ପାଇଁ ସେ ଦୁଷ୍ଟ ଲୋକଙ୍କୁ ପ୍ରଭୁ ଶ୍ରୀକୃଷ୍ଣ ଶାସ୍ତି ଦିଅନ୍ତୁ ବୋଲି ଭକ୍ତ ମାନେ କୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି ତାହା ବାଲୁକା ଚିତ୍ରକଳାରେ ଦର୍ଶାଇଛନ୍ତି ସୁଦର୍ଶନ। ପୁରୀ ବେଳାଭୂମିର ନୀଳାଦ୍ରି ବିଚ୍‌ରେ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା ଚିତ୍ର କଳା କରିଛନ୍ତି । 
 

ଏହା ମଧ୍ୟ ପଢନ୍ତୁ-ଆଜି ପବିତ୍ର ଜନ୍ମାଷ୍ଟମୀ; ଶ୍ରୀମନ୍ଦିରରେ ହେବ ପ୍ରଭୁ ଶ୍ରୀକୃଷ୍ଣଙ୍କ ସ୍ୱତନ୍ତ୍ର ଜନ୍ମନୀତି, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ, ମଠରେ ବେଶ୍ ଆନନ୍ଦ ଉଲ୍ଲାସ - Puri temple Janmashtami ritual 


ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ''ବାଲୁକା ଚିତ୍ର କଳା ମାଧ୍ୟମରେ ସମସ୍ତଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା । ନାରୀ ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । କୋଲକାତାରେ ଯେଭଳି ଘଟଣା ଘଟିଛି ପ୍ରଭୁ କୃଷ୍ଣ ଦୁଷ୍ଟ ପ୍ରକୃତିର ଲୋକମାନଙ୍କୁ ଶାସ୍ତି ଦିଅନ୍ତୁ ବୋଲି ସାଧାରଣ ଲୋକ ଓ ଡାକ୍ତର ମାନେ ପ୍ରଭୁ କୃଷ୍ଣଙ୍କୁ ପ୍ରାର୍ଥନା କରୁଥିବାର ଦୃଶ୍ୟକୁ ବାଲୁକା ଚିତ୍ରକଳାରେ ଆମେ ଦେଖାଇଛୁ । ମାଟି ସରାକୁ ବାଲୁକା ଚିତ୍ରକଳାରେ ସ୍ଥାନ ଦୁଆଯାଇ ପ୍ରଭୁ କୃଷ୍ଣ କିଭଳି ଲହୁଣୀ ଖାଉଥିଲେ ତାହା ମଧ୍ୟ ଆମେ ଦର୍ଶାଇଛୁ । ଭଗବାନ୍ ଶ୍ରୀକୃଷ୍ଣ ସମସ୍ତଙ୍କୁ ସୁଖ ଓ ସମୃଦ୍ଧି ପ୍ରଦାନ କରନ୍ତୁ।''

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details