ଓଡିଶା

odisha

ETV Bharat / videos

କଟକରେ ଲଗାଣ ବର୍ଷା ଜାରି, ଉପୁଡିଲି ବଡ ବଡ ଗଛ

By ETV Bharat Odisha Team

Published : 5 hours ago

କଟକ: ଯଦିଓ କଟକରେ ବାତ୍ୟା ଦାନାର ସେହିଭଳି ପ୍ରଭାବ ପଡିନାହିଁ ତଥାପି ବାତ୍ୟା ପ୍ରଭାବରେ ବର୍ଷା ଲାଗି ରହିଛି । ଆଜି ଦିନ ତମାମ ଝିପି ଝିପି ବର୍ଷା ହେଉଥିବା ବେଳେ ସନ୍ଧ୍ୟା ପର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇଛି । ପ୍ରବଳ ବର୍ଷା ହେଉଛି ।କଟକ ଜିଲ୍ଲାରେ ଦିନ ସମୟରେ ସର୍ବାଧିକ ବର୍ଷା ନିଶ୍ଚିନ୍ତ କୋଇଲି ଠାରେ ହୋଇଥିବା ସୂଚନା ମିଳିଛି ।ଆଜି ଦିନ ସମୟରେ ପ୍ରାୟ ୩୩ ମିଲିମିଟର ବର୍ଷାର ରେକର୍ଡ କରାଯାଇଛି । ମାହାଙ୍ଗାରେ ୨୨ ମିଲି ମିଟର ବର୍ଷାର ରେକର୍ଡ କରାଯାଇଥିବା ବେଳେ ଓଏମପି ଛକ ଠାରେ ୨୦.୨ ମିଲିମିଟର ବର୍ଷାର ରେକର୍ଡ କରାଯାଇଛି । ଦିନ ସମୟରେ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ଝିପି ଝିପି ବର୍ଷା ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳିଥିଲା । ବାତ୍ୟାର ସେହିଭଳି ପ୍ରଭାବ କଟକ ଜିଲ୍ଲା ଉପରେ ପଡି ନଥିବାରୁ ଆସ୍ୱସ୍ତି ମିଳିଛି । ମାତ୍ର ବର୍ଷା କାରଣରୁ ଚାଷୀ ମାନଙ୍କ ମଧ୍ୟରେ ଛନକା ପଶି ଯାଇଛି ।କାରଣ ଅନେକ ଫସଲ ଅମଳ ହୋଇଥାନ୍ତା ।

ବାତ୍ୟା ସିନା ଆସ୍ୱସ୍ତି ଦେଲା ମାତ୍ର ଏଭଳି ଲଗାଣ ବର୍ଷା ଯଦି ହେବ ତେବେ ପରିସ୍ଥିତି କ'ଣ ହେବ ତାହା କହିବା ମୁସ୍କିଲ । କାରଣ ଏହି ସମୟରେ ଅନେକ ଚାଷୀ ଫସଲ ଲଗାଇଥିଲେ ।ଏବଂ କିଛି ଫସଲ ମଧ୍ୟ ଅମଳ ହୋଇଥାନ୍ତା । ସେହିପରି ସାନ୍ଧ୍ୟ ପରଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇଛି । ସହରରେ ବର୍ଷା ଜଳ ନିଷ୍କାସନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି ସିଏମସି । ୨୮୩ ଟି ପାଣି ପମ୍ପ ଲଗାଯାଇଛି ।ପ୍ରତି ୱାର୍ଡରେ ପାଣି ପମ୍ପ ସହିତ ଅପରେଟର ମଧ୍ୟ ପ୍ରସ୍ତୁତ ଅଛନ୍ତି ।ଅଳ୍ପ ବର୍ଷାରୁ ପମ୍ପ ଚଳାଇ ପାଣି ନିଷ୍କାସନ କରାଯାଉଛି ।

ବାତ୍ୟା ଦାନାର ପ୍ରଭାଵରେ  ବ୍ୟାପକ ଗଛ ଭାଙ୍ଗି ପଡିଛି । ରାସ୍ତା ଉପରେ ପଡି ରହିଛି । ତେବେ ଏହାକୁ କାଟି ସଫା କରୁଛନ୍ତି ଓଡ୍ରାଫ ଏବଂ ଅଗ୍ନିଶମ ବିଭାଗ । କଟର ସାହାଯ୍ୟ ରେ ଚାଲିଛି ଗଛ କଟା କାର୍ଯ୍ୟ। 

ଏହା ମଧ୍ୟ ପଢନ୍ତୁ ...ଅସହାୟଙ୍କ ଆଶାର କିରଣ ଆଶା କର୍ମୀ 'ଶିବାନୀ', ୭ ବୁଦ୍ଧାଙ୍କୁ କାନ୍ଧେଇ ନେଲେ ବାତ୍ୟା ଆଶ୍ରୟସ୍ଥଳୀ  

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details