ଭୋଟ ଦେବାକୁ ସେରୱାନୀରେ ପହଞ୍ଚିଲେ ବର, କହିଲେ-ଭୋଟ ଜରୁରୀ - Lok Sabha Election - LOK SABHA ELECTION
Published : Apr 26, 2024, 12:01 PM IST
ହାଇଦ୍ରାବାଦ: ଆଜି ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସକାଳୁ ଭୋଟିଂ ଜାରି ରହିଛି । ଗଣତନ୍ତ୍ରର ମହାପର୍ବରେ ଉତ୍ସାହ ସହକାରେ ସାମିଲ ହେଉଛନ୍ତି ସବୁ ନାଗରିକ । ଏମିତିକି କିଛି ଭୋଟର ନିଜ ବାହାଘରକୁ ପଛରେ ଛାଡି ଆଗେ ମତସାବ୍ୟସ୍ତ କରିବାକୁ ବୁଥରେ ପହଞ୍ଚୁଛନ୍ତି । ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ ସ୍ଥାନରେ ଏହିଭଳି କିଛି ନିଆରା ଦୃଶ୍ୟ ସାମ୍ନାକୁ ଆସିଛି । ସେରୱାନୀ ସହ ମୁଣ୍ଡରେ ମୁକୁଟ ପିନ୍ଧି ଭୋଟ ଦେବାକୁ ପହଞ୍ଚିଛନ୍ତି ବର । ସେମିତି ଜଣେ ବର ହେଉଛନ୍ତି ମହାରାଷ୍ଟ୍ର ଭଦରପୁରାର ଆକାଶ ମୋହନ । ସେ କହିଛନ୍ତି ଯେ, ବାହାଘର ଜରୁରୀ, ସେହିଭଳି ମତଦାନ ମଧ୍ୟ ଗୁରୁତ୍ବପୂର୍ଣ୍ଣ । ତେଣୁ ପୂର୍ବାହ୍ନରେ ତାଙ୍କର ବାହାଘର ଥିବାରୁ ସେ ସକାଳୁ ଆଗରୁ ବୁଥରେ ପହଞ୍ଚି ନିଜର ମତଦାନ କରି ବାହାହେବାକୁ ଯାଇଛନ୍ତି । ଦେଖନ୍ତୁ ଏହି ଦୃଶ୍ୟ