ରାଉରକେଲାରେ ରଜ ମଉଜ, ସଜେଇ ହୋଇ ଦୋଳି ଖେଳୁଛନ୍ତି ତରୁଣୀ - Raja Parba 2024 - RAJA PARBA 2024
Published : Jun 14, 2024, 4:49 PM IST
ରାଉରକେଲା: ଆଜି ପହିଲି ରଜ । ଗାଁଠୁ ସହର ଉତ୍ସବ ମୁଖର ପରିବେଶ । ପାଦରେ ଅଳତା, ମଥାରେ କୁକୁମ, ହାତରେ ମେହେନ୍ଦି ଓ ନୂଆ ଜାମା ପରିଧାନ କରି ଦୋଳି ଖେଳୁଛନ୍ତି ତରୁଣୀ । ଘରେ ଘରେ ଜମିଛି ପିଠା ମିଠାର ଆସର । ରାଉରକେଲା ସହରରେ ମଧ୍ୟ ବିଭିନ୍ନ ସ୍ଥାନରେ ରଜ ମଉଜ ପାଳନ କରାଯାଉଛି। ଓଡ଼ିଆ ଠାରୁ ଆରମ୍ଭ କରି ଅଣ ଓଡିଆ ସମସ୍ତେ ଖୁବ ଉତ୍ସାହର ସହ ପାଳନ କରୁଛନ୍ତି ରଜ ମଉଜ । ଛେଣ୍ଡ,ବାସନ୍ତୀ, ସିଭଲ ଟାଉନ, କୋଏଲ ନଗର, ସାରନଗରୀ ଏବଂ ସେକ୍ଟରର ବିଭିନ୍ନ ଅଞ୍ଚଳରେ ରଜ ମଉଜ ପାଳନ କରାଯାଇଛି। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଦୋଳି ବନ୍ଧା ୟାଇଛି । ସମସ୍ତେ ଏକାଠି ହୋଇ ପୋଡ ପିଠା ଖାଇବା ସହ ରଜ ଦୋଳି ଖେଳୁଛନ୍ତି । ଆଜି ପହିଲି ରଜ ଥିବା ବେଳେ ଆସନ୍ତାକାଲି ରହିଛି ରଜ ସଂକ୍ରାନ୍ତି ।
ଏହା ମଧ୍ୟ ପଢନ୍ତୁ-ଆଜି ପହିଲି ରଜ; ସଜେଇ ହୋଇଛି ପୁରପଲ୍ଲୀ, ପିଠା-ମିଠାରେ ମହକିଲାଣି ଗାଁଦାଣ୍ଡ - Raja Parba 2024
ଇଟିଭି ଭାରତ, ସୁନ୍ଦରଗଡ