କଟକ ପରେ ରାଇରଙ୍ଗପୁର ନର୍ସିଂହୋମରେ ଅଗ୍ନିକାଣ୍ଡ - Hospital Fire - HOSPITAL FIRE
Published : Jul 15, 2024, 4:46 PM IST
Fire Breaks Out: ରାଇରଙ୍ଗପୁର: କଟକ ପରେ ବାରିପଦା ସ୍ଥିତ ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଆୟତ୍ତ କରାଯାଇଥିବାବେଳେ ଚିକିତ୍ସିତ ରୋଗୀମାନେ ସୁରକ୍ଷିତ ରହିଛନ୍ତି । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଏକ ଘରୋଇ ନର୍ସିଂହୋମରେ ସୋମବାର ସକାଳୁ ଅଗ୍ନିକାଣ୍ଡ ଘଟିଥିଲା । ତେବେ ସଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
ସୂଚନା ଅନୁସାରେ, ନର୍ସିଂହୋମର ଦ୍ବିତୀୟ ମହଲାରେ ଥିବା ଆଇସିୟୁ ଡ୍ୟୁଟି ରୁମରେ ଭୋର ସମୟରେ ନିଆଁ ଲାଗିଥିଲା । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । କିଛି ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବାହିନୀ ସଫଳ ହୋଇଥିଲେ । ତେବେ ନର୍ସିଂ ହୋମ ପରିସରରେ ଥିବା ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣା ପଡିଛି। ଅଗ୍ନିକାଣ୍ଡରେ ବହୁ ସରଞ୍ଜାମ ନିଆଁରେ ପୋଡି ନଷ୍ଟ ହୋଇଯାଇଛି ।
ଇଟିଭି ଭାରତ, ମୟୂରଭଞ୍ଜ