ଓଡିଶା

odisha

ETV Bharat / videos

ଜିନ୍ଦଲ ଷ୍ଟିଲପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ଜଳିଲା ବ୍ଲାଷ୍ଟ ଫରନେସ୍‌

By ETV Bharat Odisha Team

Published : Oct 15, 2024, 11:50 AM IST

ଅନୁଗୋଳ: ଜିନ୍ଦଲ କମ୍ପାନୀରେ ଭୟଙ୍କର ବିସ୍ଫୋରଣ । ବ୍ଲାଷ୍ଟ ଫରନେସ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଗତକାଲି ରାତିରେ ଘଟିଥିବା ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି । ସୂଚନା ଅନୁସାରେ, ପ୍ଲାଣ୍ଟର ବ୍ଲାଷ୍ଟ ଫରନେସ ହୋଇଛି ବିସ୍ଫୋରଣ । ବିସ୍ଫୋରଣରେ ନିଆଁ ଲାଗି ବହୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଘଟଣା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଥିଲେ ବି କୌଣସି କ୍ଷୟକ୍ଷତି ହୋଇନଥିବା କୁହାଯାଇଛି । ଘଟଣା ଘଟିବ ପରେ ଉକ୍ତ ୟୁନିଟରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା କମ୍ପାନୀ ଅଧିକାରୀ କହିଛନ୍ତି । ଗତକାଲି ରାତିରେ ଏହି ବିସ୍ଫୋରଣ ଘଟିବା ପରେ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । କିଛି ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ନିଆଁ ଜଳୁଥିବାର ଦୃଶ୍ୟ ବେଶ କିଛି କିମି ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା । 

ଇଟିଭି ଭାରତ, ଅନୁଗୋଳ   

ABOUT THE AUTHOR

...view details