ଓଡିଶା

odisha

ETV Bharat / videos

କମ୍ବୋଡିଆର ୯୦୦ ବର୍ଷ ପୂରାତନ ବିଷ୍ଣୁ ମନ୍ଦିରରେ ବିରାଜିଛନ୍ତି ମା' ଜଗତ ଜନନୀ !

By ETV Bharat Odisha Team

Published : 4 hours ago

ଭୁବନେଶ୍ୱର: ଷ୍ଟେସନ ବଜାର ପୂଜା ମଣ୍ଡପରେ ୯୦୦ ବର୍ଷର ପୁରାତନ ବିଷ୍ଣୁ ମନ୍ଦିର । ଚାନ୍ଦି ମେଢ ସହ ସୁନା ଅଳଙ୍କାରରେ ଝଲସୁଛନ୍ତି ମା’ ଦୁର୍ଗା । ଆଜି ହେଉଛି ବିଜୟ ଦଶମୀ । ଆଉ ଏହି ଦିନରେ ମା’ ଦୁର୍ଗତିନାଶିନୀ ଦୁର୍ଗା ଅସତ୍ୟ ଉପରେ ସତ୍ୟରର ଜୟ ପାଇଁ ଧରାବତରଣ କରିଥିଲେ । ତେଣୁ ଏହାକୁ ବିଜୟ ଦଶମୀ ବା ଦଶହରା କୁହାଯାଉଥିବା ବେଳେ ସବୁଠି ଚାଲେ ମା’ଙ୍କ ପୂଜା । 

ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ୫ ଦିନ ଧରି ମା’ ପୂଜା ପାଉଥିବା ବେଳେ ଆଜି ଶେଷ ଦର୍ଶନ ଦେବେ । କଲି ହେବ ଭସାଣି ଥାଟ ମା’ ବିଦାୟ ନେବେ। ଆଉ ମାର ଏହି ଦର୍ଶନକୁ ନେଇ ନେଇ ସବୁଠି ଭିଡ ଲାଗିଁଥୁବା ବେଳେ ଷ୍ଟେସନ ବଜାର ପୂଜା ମଣ୍ଡପଜରେ ଦେଖିବାକୁ ମିଳିଛି ଭକ୍ତଙ୍କ ଜଣ ସମୁଦ୍ର । ଏଥର ଷ୍ଟେସନ ବଜାର ପୂଜା ମଣ୍ଡପ ରେ ୯୦୦ ବର୍ଷର ପୁରାତନ ବିଷ୍ଣୁ ମନ୍ଦିରକୁ ସ୍ଥାନିତ କରାଯାଇଛି ଆଉ ତାହାରି ଭିତରେ ମା’ ପୂଜା ପାଉଛନ୍ତି । 

ଏହା ବି ପଢନ୍ତୁ- କାଚ ମହଲରେ ବିରାଜିଛନ୍ତି ମା' ଜଗତ ଜନନୀ

ଏଥର ବିଶେଷ ଆକର୍ଷଣ ସାଜିଛି କମ୍ବୋଡ଼ିଆ ସ୍ଥିତ ୯୦୦ ବର୍ଷର ପୁରାତନ ବିଷ୍ଣୁ ମନ୍ଦିର ଯାହାର ନାମ ଆଙ୍କରଓ୍ବାଟ୍ ଦୃଶ୍ୟଟିକୁ ଆଦୃତ କରାଯାଇଛି । ଯାହାକି ଶ୍ରଦ୍ଧାଳୁମାନଙ୍କୁ ବିଶେଷ ଆକୃଷ୍ଟ କରୁଛି । ଏହାସହ ଚାନ୍ଦିମେଢ଼ ଏଠାରେ ଅନ୍ୟତମ ଆକର୍ଷଣ ହୋଇରହି ଆସିଥିବା ବେଳେ ସୁନାର ମୁକୁଟ ସହ ମା ବେଶ ଝଟକୁଛନ୍ତି । ତେଣୁ ଭକ୍ତଟିକୁ ମା ଦର୍ଶନ ପାଇଁ ଢ଼ୋ ଆସୁଥିବା ବେଳେ ଆସରିବାଦ ସହ ଖୁସି ହେଇ ଫେରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details