ଓଡିଶା

odisha

ETV Bharat / videos

ସାଧାରଣ ଲୋକଙ୍କୁ ସବୁ ସୁବିଧା ଦେବା ପାଇଁ ଏ ସରକାର ପ୍ରତିଶୃତିବଦ୍ଧ: ସମବାୟ ମନ୍ତ୍ରୀ - Pradeep Bala Samanta Reaction

By ETV Bharat Odisha Team

Published : Jun 16, 2024, 8:34 PM IST

ଯାଜପୁର: ସମବାୟ ସମିତି, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଆଜି ଯାଜପୁର ଗସ୍ତରେ ଥିଲେ । ମନ୍ତ୍ରୀ ପଦ ପାଇବା ପରେ ସେ ପ୍ରଥମ ଥର ପାଇଁ ନିଜ ଜିଲ୍ଲାକୁ ଗସ୍ତ କରିଥିଲେ । ସୁକିନ୍ଦାର ନୂତନ ବିଧାୟକ ଏବେ ମନ୍ତ୍ରୀ ହେବା ପରେ ଓଡ଼ିଶାର ବିକାଶକୁ ନେଇ ସେ କଣ ପଦକ୍ଷେପ ଗ୍ରହଣ କରିବେ, ତାକୁ ନେଇ ଆମ ସହିତ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି ସମବାୟ ମନ୍ତ୍ରୀ । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, "କିଭଳି ଜଣେ ସାଧାରଣ ଲୋକ ଏବଂ ଚାଷୀର ଉନ୍ନତି ହେବ, ସେନେଇ ବିଶେଷ ଧ୍ୟାନ ଦିଆଯିବ । ଲୋକଙ୍କ ଆଶା ଏବଂ ଆକାଂକ୍ଷାକୁ ନେଇ ଦଳ କାର୍ଯ୍ୟ କରିବ ।" ଲୋକଙ୍କୁ ରୋଜଗାରକ୍ଷମ କରାଇବା ସହିତ ଲୋକଙ୍କ ସହାୟତା କରିବା ପାଇଁ ଚେଷ୍ଟା କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଇଟିଭି ଭାରତ ସହ ଆଲୋଚନା ସମୟରେ ସମବାୟ ମନ୍ତ୍ରୀ ଆଉ କଣ କହିଛନ୍ତି ଶୁଣନ୍ତୁ,

ଏହା ମଧ୍ୟ ପଢ଼ନ୍ତୁ.. ବୌଦ୍ଧରେ ବିଧାୟକ ଓ କନ୍ଧମାଳ ସାଂସଦଙ୍କୁ ସମ୍ବର୍ଦ୍ଧନା - ELECTED MLA AND MP Felicitation

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details