ଓଡିଶା

odisha

ETV Bharat / videos

ତଳସରା ବିଜେଡି ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଆଶାୟୀ - Talasara Politics - TALASARA POLITICS

By ETV Bharat Odisha Team

Published : Apr 6, 2024, 11:06 AM IST

Talasara Politics:ରାଉରକେଲା: ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଅସନ୍ତୋଷ । ବିଜେଡିର ବିଧାନସଭା ଟିକେଟ ଘୋଷଣା ପରେ ଦଳର ନେତା, କର୍ମୀ ଏବଂ ଆଶାୟୀ ପ୍ରାର୍ଥୀଙ୍କ ମହଲରେ ଅସନ୍ତୋଷ ମନୋଭାବ ଦେଖିବାକୁ ମିଳିଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ପରେ ଆଶାୟୀ ଥିବା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ଏବଂ ତାଙ୍କ ସମର୍ଥକ ଅସନ୍ତୋଷ ଜାହିର କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ମତ ରଖିଛନ୍ତି ବିଜେଡିର ଟିକେଟ ଆଶାୟୀ ଥିବା ପ୍ରଫୁଲ୍ଲ ମାଝୀ । 

ସେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଯେଉଁ ଲୋକ ବାରମ୍ବାର ନିର୍ବାଚନ ଲଢ଼ି ପରାସ୍ତ ହେଉଛି ତାହାକୁ ଦଳ କିଭଳି ଭରସା କରୁଛି । ତେବେ ମୁଁ ନିଜେ 5t ଅଧ୍ୟକ୍ଷଙ୍କୁ ଭେଟିଥିଲି ଏବଂ ସେ କହିଥିଲେ ଆପଣଙ୍କ ଇଣ୍ଟେଲିଜେନ୍ସ ରିପୋର୍ଟ ଭଲ ରହିଛି ଏବଂ ଆଶ୍ୱସ୍ତି ଦେଇଥିଲେ । ତେବେ ବର୍ତ୍ତମାନ କିଭଳି ବିନୟ ଟପ୍ପୋଙ୍କୁ ଟିକେଟ ପ୍ରଦାନ କରାଯାଇଛି ବୋଲି କହି ପ୍ରଶ୍ନ କରିଛନ୍ତି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ,ଲୋକେ ବର୍ତ୍ତମାନ ମଧ୍ୟ ମୋତେ ଚାହୁଁଛନ୍ତି ଏବଂ ଏହାକୁ ନେଇ ବହୁତ ସମର୍ଥକ ମୋତେ ଯୋଗାଯୋଗ କରି କହିଛନ୍ତି । ତେବେ ଯଦି ଦଳ ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେବ ତାହା ଦଳ ପାଇଁ କ୍ଷତିକାରକ ଏବଂ ଦଳ ଏହାର କ୍ଷତି ସହିବ ।

ଏହା ମଧ୍ୟ ପଢନ୍ତୁ-ଗଞ୍ଜାମ ବିଜେଡିରେ ବଢୁଛି ଅସନ୍ତୋଷ, ଦଳ ଛାଡିଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଏବଂ ବରିଷ୍ଠ ନେତା ଟି.ଗୋପି

ଇଟିଭି ଭାରତ,ରାଉରକେଲା

ABOUT THE AUTHOR

...view details