ବାଲୁକା କଳାରେ ୧୨ ଜ୍ୟୋର୍ତିଲିଙ୍ଗ, ପର୍ଯ୍ୟଟକଙ୍କ ମନମୋହିଲା ଶିଳ୍ପୀଙ୍କ ସୃଷ୍ଟି - Jyotirlinga Sand Art On ShivRatri
Published : Mar 8, 2024, 12:43 PM IST
ପୁରୀ: ଆଜି ମହାଶିବରାତ୍ରୀ ଜାଗର ଉପଲକ୍ଷେ ଉତ୍ସବ ମୁଖର ରାଜ୍ୟର ସମସ୍ତ ଶୈବ ପୀଠ । ଏହି ପରିପ୍ରେକ୍ଷୀରେ ଚନ୍ଦ୍ରଭାଗା ସମୁଦ୍ର କୂଳରେ କୋଣାର୍କ ନିକଟସ୍ଥ ବଢେଇଛକର ଓଡ଼ିଶାର ଜଣେ ପରିଚିତ ବରିଷ୍ଠ ବାଲୁକାଶିଳ୍ପୀ ସରିତା ଗୋଚ୍ଛାୟତ ୧୨ଟି ଜ୍ୟୋର୍ତିଲିଙ୍ଗ ନିର୍ମାଣ କରିଛନ୍ତି । ଚନ୍ଦ୍ରଭାଗା ବେଳାଭୂମିରେ ସେ ବାଲିରେ ମହାଦେବଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏଥିସହ ସେ ନାଗେଶ୍ଵର, କେଦାରନାଥ, କାଶୀ ବିଶ୍ୱନାଥ ,ଭୀମ ଶଙ୍କର, ଓଁକାରେଶ୍ୱର, ମହାକାଳେଶ୍ଵର, ମଲ୍ଲିକା ଅର୍ଜୁନ, ସୋମନାଥ, ବୈଦ୍ୟନାଥ, ଅମରେଶ୍ୱର ସମେତ ୧୨ଟି ଜ୍ୟୋର୍ତିଲିଙ୍ଗ ନିର୍ମାଣ କରିଛନ୍ତି ।
ଏହି ବାଲୁକା କଳାକୃତିକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଆସିଥିବା ପର୍ଯ୍ୟଟକ ଦେଖି ବେଶ୍ ଆନନ୍ଦ ଅନୁଭବ କରୁଛନ୍ତି । ଚନ୍ଦ୍ରଭଗା ସମୁଦ୍ର କୂଳରେ ଏପରି ଏକ ସୁନ୍ଦର ବାଲୁକା କଳାକୁ ହଜାର ହଜାର ପର୍ଯ୍ୟଟକ ଦେଖି ପୂଜାର୍ଚ୍ଚନା କରିଛନ୍ତି ଏବଂ ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ସରିତା ଯାହାକୁ ଦେଶ ବିଦେଶର ପର୍ଯ୍ଯଟକ ମାନେ ପ୍ରଶଂସା କରିବା ସହ ଅନେକ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି ।
କୋଣାର୍କ ଅଞ୍ଚଳର ତଥା ଓଡ଼ିଶାର ଜଣେ ସୁପରିଚିତ ବାଲୁକାଶିଳ୍ପୀ ସରିତା ଗୋଚ୍ଛାୟତ ସବୁ ପର୍ବପର୍ବାଣୀରେ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମୂର୍ତ୍ତୀ ନିର୍ମାଣ କରି ଅନେକ ପ୍ରଶଂସା ପାଇଥାନ୍ତି । ପୂର୍ବରୁ ୧୦ ଫୁଟ ଉଚ୍ଚତାର ସରସ୍ଵତୀ ମୂର୍ତ୍ତି ନିର୍ମାଣ କରି ବେଶ ପ୍ରଶଂସା ସାଉଁଟି ଥିଲେ । ତାଙ୍କ ନିର୍ମିତ ବାଲିରେ କାରୁକାର୍ଯ୍ୟ ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷିତ କରିଥାଏ । ତେବେ ଏହି ବାଲୁକା କଳା ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତିକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ବାଲୁକାଶିଳ୍ପୀ ସରିତା ।
ଏହା ମଧ୍ୟ ପଢନ୍ତୁ: ଖଡ଼ିରେ ଅଧା ଇଞ୍ଚର ଶିବଲିଙ୍ଗ ତିଆରି ଚର୍ଚ୍ଚାରେ ଶିଳ୍ପୀ ଈଶ୍ୱର
ଇଟିଭି ଭାରତ, ପୁରୀ