ଓଡିଶା

odisha

ETV Bharat / videos

ବାତ୍ୟାରେ ବାଟବଣା ବଉଳା କୁମ୍ଭୀର, ଚିଙ୍ଗୁଡି ଘେରିରୁ ଉଦ୍ଧାର

By ETV Bharat Odisha Team

Published : 6 hours ago

CROCODILE IN POND: କେନ୍ଦ୍ରାପଡା: ବାତ୍ୟା ‘ଦାନା’ ପ୍ରଭାବରେ ନଦୀରୁ ବାହାରି ଚିଙ୍ଗୁଡି ଘେରିରେ ପଶିଗଲା ୧୪ ଫୁଟ ଲମ୍ବର ବିଶାଳ କୁମ୍ଭୀର । ଖବର ପାଇ ବନ ବିଭାଗ, ଗ୍ରାମବାସୀ ଓ ମତ୍ସ୍ୟଜୀବୀମାନେ ଦୀର୍ଘ ଘଣ୍ଚାର ପରିଶ୍ରମ ପରେ କୁମ୍ଭୀରଟିକୁ ଘେରିରୁ ଉଦ୍ଧାର କରି ନଦୀରେ ଛାଡିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଖୁଣ୍ଟା ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା । ବାତ୍ୟା ପରଦିନ ସୁକାନ୍ତ ବିଶ୍ୱାଳଙ୍କର ଲୁଣିଘେରି ଅଞ୍ଚଳରେ ଥିବା ଚିଙ୍ଗୁଡ଼ି ଘେରିରେ ଏକ ବିଶାଳ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଥିଲା । ଗ୍ରାମବାସୀ ଭିତରକନିକା କର୍ତ୍ତୃପକ୍ଷ ଓ ରାଜନଗର ବନ ବିଭାଗକୁ ସୂଚନା ଦେବା ପରେ ବିନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାୟ ୮ ଘଣ୍ଟାର ପରିଶ୍ରମ ପରେ କୁମ୍ଭୀରକୁ ଜାଲ ମାଧ୍ୟମରେ ଧରାଯାଇଥିଲା । ପରେ ତାକୁ ସୁରକ୍ଷିତ ନଦୀରେ ଛଡାଯାଇଛି । ରାଜକନିକା ଦେଇ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ନଦୀକୁ ଲାଗି ରହିଛି ଭିତରକନିକା ଜାତୀୟ ଉଦ୍ୟାନ । ଗତ ଗୁରୁବାର ରାତିରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ବାତ୍ୟା ଦାନା ହାବେଳିଖଟିରେ ଲ୍ୟାଣ୍ଡଫଲ କରିବା ପରେ ଭିତରକନିକା ଜାତୀୟ ଉଦ୍ୟାନରେ ତାଣ୍ଡବ ରଚିଥିଲା । ବାତ୍ୟା ପ୍ରଭାବରେ କୁମ୍ଭୀରଟି ବ୍ରାହ୍ମଣୀ ନଦୀରୁ ଚିଙ୍ଗୁଡି ଘେରି ମଧ୍ୟକୁ ପଶିଯାଇଥିବା ସନ୍ଦେହ କରାଯାଉଛି । 

ଏହା ମଧ୍ୟ ପଢନ୍ତୁ:

ବାତ୍ୟା ବେଳେ ହୃଦୟ ଜିତିଲେ ଆଟେଣ୍ଡାଣ୍ଟ: ଅସୁସ୍ଥଙ୍କୁ ଟେକି ଆଣିଲେ, ସବୁଠି ବାଃ ବାଃ

ମୁଁ ସେବାକୁ ମୋର କର୍ମ ଏବଂ ଧର୍ମ ଭାବେ: ଶିବାନୀ ଦିଦି

ଅନ୍ଧାରରେ ୪୦ ହଜାର ଉପଭୋକ୍ତା, ‘ଚାଷ କ୍ଷୟକ୍ଷତି ଆକଳନ ପାଇଁ ଲାଗିବ ସମୟ’

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details