ଓଡିଶା

odisha

ETV Bharat / technology

ଜାନୁଆରୀରୁ Bajaj Pulsarର ଏହି ମଡେଲର ବିକ୍ରି ବନ୍ଦ; ତାଲିକାରେ ଆଉ 2 ବାଇକ୍‌ ସାମିଲ - THREE BAJAJ BIKES DISCONTINUED

Bajaj Auto ନିଜର ପୋର୍ଟଫୋଲିଓକୁ ଅପଡେଟ କରି 3ଟି ବାଇକ ବିକ୍ରିକୁ ଜାନୁଆରୀ,2025ରୁ ବନ୍ଦ କରିବାକୁ ଯାଉଛି । ତାଲିକାରେ ଆପଣଙ୍କ ବାଇକ ନୁହେଁ ତ, ଯାଞ୍ଚ କରନ୍ତୁ...

Three Bajaj Bikes Discontinued In January 2025
Three Bajaj Bikes Discontinued In January 2025 (Photo Credit- Bajaj Auto)

By ETV Bharat Tech Team

Published : Jan 4, 2025, 12:19 PM IST

ହାଇଦ୍ରାବାଦ: ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ବଜାଜ ଅଟୋ (Bajaj Auto) ନିଜ ପୋର୍ଟଫୋଲିଓକୁ ଅପଡେଟ କରିଛି । ନିଜର ତିନୋଟି ବାଇକ୍‌ ବିକ୍ରିକୁ ବନ୍ଦ କରିବା ନେଇ ଘୋଷଣା କରିଛି । ଏହି ତିନୋଟି ବାଇକ୍‌ ହେଉଛି Platina 110 ABS, CT125X ଓ Pulsar F250 । ଏହି ବାଇକ୍‌ଗୁଡ଼ିକର ସେଲ୍‌ ହ୍ରାସ ପାଇଥିବା ବେଳେ କମ୍ପାନୀ ଏହାର ବିକ୍ରିକୁ ବନ୍ଦ କରିଛି । ନିକଟରେ ହିଁ ଏହି ବାଇକ୍‌କୁ କମ୍ପାନୀ ଲଞ୍ଚ କରିଥିଲା ।

କେଉଁ ବାଇକ୍‌ ବିକ୍ରି ବନ୍ଦ କରୁଛି କମ୍ପାନୀ ?

Bajaj Platina 110 ABS (Photo Credit- Bajaj Auto)
  • Bajaj Platina 110 ABSବାଇକ୍‌ ସମ୍ପର୍କରେ କହିଲେ, ଏହା ସିଙ୍ଗଲ୍‌ ଚ୍ୟାନେଲ ABS ସହିତ ଆସୁଥିବା ଏକମାତ୍ର ସବ୍‌-125cc କମ୍ପ୍ୟୁଟର ମୋଟର ସାଇକେଲ ଥିଲା । Platina, Bajaj Auto ଲାଇନଅପ୍‌ରେ ଏହି ବାଇକ୍‌ଟି ଦୀର୍ଘ ସମୟ ଚାଲିଥିବା ମଡେଲ ମଧ୍ୟରୁ ଅନ୍ୟତମ । କମ୍ପାନୀର ପ୍ରଥମ ABS ଭାରିଏଣ୍ଟ ଭାବେ ଏହି ବାଇକ୍‌ ବେଶ ମହଙ୍ଗା ଥିଲା । ଏହି ବାଇକ୍‌କୁ ବର୍ଷ 2022ରେ ଲଞ୍ଚ କରାଯାଇଥିଲା ଓ ଏହାର ଦାମ 72,224 (ଏକ୍ସ-ଶୋ'ରୁମ) ଥିଲା ।
  • Bajaj CT125Xସମ୍ପର୍କରେ ଆଲୋଚନା କଲେ, ଏହି ଦମଦାର କମ୍ୟୁଟରକୁ କମ୍ପାନୀ ପୋର୍ଟଫୋଲିଓରେ Bajaj CT110X ଉପରେ ସ୍ଥାନିତ କରିଥିଲା । ଏହି ମୋଟର ସାଇକେଲ 125cc ପରଫର୍ମାନ୍ସ ଲେଭଲ୍‌ ସହିତ ଆସିଥିଲା । ଏହାର ଦାମ 100-110cc କମ୍ୟୁଟରଠାରୁ କମ୍‌ ଥିଲା । କମ୍ପାନୀ ଏହି ବାଇକ୍‌କୁ 71,354ଟଙ୍କାରୁ 74,554 ଟଙ୍କା (ଏକ୍ସ-ଶୋ'ରୁମ) ମଧ୍ୟରେ ବିକ୍ରି କରୁଥିଲା ।
  • ସେହିପରି Bajaj Pulsar F250ରେ କହିବାକୁ ଗଲେ, ଏହି ବାଇକ୍‌ଟି କମ୍ପାନୀର ସବୁଠୁ ଲୋକପ୍ରିୟ Pulsar 220Fର ବଡ଼ ଭର୍ସନ ଥିଲା । କମ୍ପାନୀ ଏହାକୁ Pulsar 220Fର ସ୍ଥାନ ନେବା ଲକ୍ଷ୍ୟରେ ଲଞ୍ଚ କରିଥିଲା । କିନ୍ତୁ କମ୍ପାନୀର ଏହି ରଣନୀତି ବେଶ ଭାରି ପଡ଼ିଥିଲା । ଫିଚର ଓ ଲୁକ୍‌ କ୍ଷେତ୍ରରେ ଏହି ବାଇକ୍‌ଟି ନିଜ ଛୋଟ ଭର୍ସନ Pulsar 220F ପରି ଥିଲା, କିନ୍ତୁ ଭାରତୀୟ ଗ୍ରାହକ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏହାକୁ ଗତବର୍ଷ ହିଁ ଅପଡେଟ କରାଯାଇଥିଲା ଓ ଏହାର ଦାମ 1.50 ଲକ୍ଷ ଟଙ୍କା (ଏକ୍ସ-ଶୋ'ରୁମ) ଥିଲା ।
Bajaj CT125X (Photo Credit- Bajaj Auto)

ନୂଆ ବାଇକ୍‌ ଆଣୁଛି କମ୍ପାନୀ

ସୂଚନା ଥାଉ କି ବଜାଜ ଅଟୋ ଏହାର ପଲସର୍‌ (Pulsar) ରେଞ୍ଜର ଏକ ନୂତନ ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି, ଯେଉଁଥିପାଇଁ କମ୍ପାନୀ ଡିସେମ୍ବର ଶେଷ ସୁଦ୍ଧା ଏ ନେଇ ଏକ ଟିଜର ଜାରି କରିଥିଲା । କମ୍ପାନୀ ଏହି ମୋଟର ସାଇକେଲର ଟିଜରକୁ ସୋସିଆଲ ମିଡିଆ ଆକାଉଣ୍ଟରୁ ପୋଷ୍ଟ କରିଛି । କୁହାଯାଉଛି ଏହି ନୂତନ ମୋଟର ସାଇକେଲ କମ୍ପାନୀର RS-ବ୍ରାଣ୍ଡେଡ୍ ମଡେଲ୍ ହୋଇପାରେ ।

Bajaj Pulsar F250 (Photo Credit- Bajaj Auto)
ଏହା ବି ପଢନ୍ତୁ
  1. ଲଞ୍ଚ ହେବ ନୂଆ Bajaj Pulsar; ଟିଜର ଜାରି, ଆସିବ କି RS-ବ୍ରାଣ୍ଡେଡ୍ ମଡେଲ୍
  2. ଲଞ୍ଚ ହେଲା ନୂଆ Bajaj Chetak; ଜାଣନ୍ତୁ ରେଞ୍ଜ ଓ ଦାମ
  3. Bajaj Pulsar NS160: ପେଟ୍ରୋଲ ଖର୍ଚ୍ଚରୁ ମିଳିବ ମୁକ୍ତି; ନୂଆ ବାଇକ୍‌ ଆଣୁଛି ବଜାଜ୍‌, 100% ଇଥାନଲରେ ଚାଲିବ

ABOUT THE AUTHOR

...view details