ଓଡିଶା

odisha

ETV Bharat / technology

Tata Tiago EVର ବଡ଼ ଉପଲବ୍ଧି; 50ହଜାର ୟୁନିଟ ବିକ୍ରି ନମ୍ବର କଲା ପାର

ଟାଟା ମୋଟର୍ସର ଇଲେକ୍ଟ୍ରିକ ହ୍ୟାଚବ୍ୟାକ୍‌ Tata Tiago EV ଏକ ବଡ଼ ମାଇଲଷ୍ଟୋନ ପାର କରିଛି । ଏଯାବତ କମ୍ପାନୀ ଏହି କାରର 50ହଜାର ୟୁନିଟ ବିକ୍ରି କରିସାରିଲାଣି । ଅଧିକ ପଢନ୍ତୁ

Tata Tiago EV
Tata Tiago EV (Photo- Tata Motors)

By ETV Bharat Tech Team

Published : 5 hours ago

ହାଇଦ୍ରାବାଦ: ସ୍ବଦେଶୀ କାର ନିର୍ମାତା କମ୍ପାନୀ ଟାଟା ମୋଟର୍ସ (Tata Motors) ଇଲେକ୍ଟ୍ରିକ ଭେହିକଲ ସେଗମେଣ୍ଟରେ ଏକ ଆଗ ଧାଡ଼ିର କମ୍ପାନୀ । ଟାଟା ମୋଟର୍ସର ପୋର୍ଟଫୋଲିଓରେ ଅନେକ ବୈଦ୍ୟୁତିକ କାର ଉପଲବ୍ଧ ଅଛି ଏବଂ ଏହାକୁ କମ୍ପାନୀ ଭାରତୀୟ ବଜାରରେ ବିକ୍ରି କରୁଛି । ଗ୍ରାହକ ମଧ୍ୟ ଏହାକୁ ଖୁବ ପସନ୍ଦ କରୁଛି । ଏହି ବୈଦ୍ୟୁତିକ କାର ମଧ୍ୟରେ କମ୍ପାନୀର EV ହ୍ୟାଚବ୍ୟାକ୍‌ ଟାଟା ଟିଆଗୋ (Tata Tiago EV) ଯାହାକି ବଜାରରେ ରେକର୍ଡ କରିଛି ।

Tata Tiago EV (Photo- Tata Motors)

ଟାଟା ଟିଆଗୋ ଇଭି କାର ନିର୍ମାତା କମ୍ପାନୀର ପ୍ରାରମ୍ଭିକ ବୈଦ୍ୟୁତିକ ଯାନ ମଧ୍ୟରେ ଗୋଟିଏ । ଯାହାକି ଏବେ ବଜାରରେ ମାଇଲଷ୍ଟୋନ ଅତିକ୍ରମ କରିଛି । ଟାଟା ମୋଟର୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଇଲେକ୍ଟ୍ରିକ କାର ଲଞ୍ଚ ହେବା ପରଠାରୁ ଏଯାବତ ଏହାର 50ହଜାର ୟୁନିଟ ବିକ୍ରିର ନମ୍ବରକୁ ପାର କରିଛି । ଏହି କାରଟି 2022 ସେପ୍ଟେମ୍ବରରେ ଭାରତୀୟ ବଜାରରେ ଲଞ୍ଚ ହୋଇଥିଲା ।

Tata Tiago EV (Photo- Tata Motors)
ଏହା ବି ପଢନ୍ତୁ

Low Maintenance Cars: କିଣନ୍ତୁ ଏହି କାର, ମରାମତିରେ ଖର୍ଚ୍ଚ କରିବାକୁ ପଡ଼ିବନି ଅଧିକ ଟଙ୍କା

ଟାଟା ମୋଟର୍ସକୁ ଶକ୍ତ ଧକ୍କା; କାର ଗ୍ରାହକଙ୍କୁ ଫେରାଇବ 16.95ଲକ୍ଷ ଟଙ୍କା

ବିଶ୍ବ ପରିବେଶ ଦିବସରେ TPCODL ପଦକ୍ଷେପ, ଅଫିସିଆଲ୍ ବ୍ୟବହାର‌ ପାଇ ଆପଣାଇଲେ EV

Tata Tiago EV (Photo- Tata Motors)

ବଜାରରେ ବିକ୍ରି ହେଉଥିବା TATA EV:-

ଭାରତୀୟ ବଜାରରେ ଟାଟା ମୋଟର୍ସର ମୋଟ 5ଟି ଇଲେକ୍ଟ୍ରିକ କାର ବିକ୍ରି ହେଉଛି, ଯାହା ମଧ୍ୟରେ ଗୋଟିଏ ହେଉଛି ଟାଟା ଟିଆଗୋ ଇଭି । କମ୍ପାନୀର ପୋର୍ଟଫୋଲିଓରେ ଟାଟା ଟିଆଗୋ ବ୍ୟତୀତ Tata Nexon EV, Tata Punch EV, Tata Tigor EV, Tata X-Press T EV ଓ ନୂଆ Tata Curvv EV ମଧ୍ୟ ସାମିଲ ।

Tata Tiago EV (Photo- Tata Motors)

ଭାରିଏଣ୍ଟ ଓ କଲର ଅପସନ:-

ମିଳିଥିବା ସୂଚନା ଅନୁସାରେ ଟାଟା ମୋଟର୍ସ ଆଗାମୀ ବର୍ଷରେ Tata Harrier EV, Safari EV, Avinya ଓ Tata Sierra EVକୁ ବୈଦ୍ୟୁତିକ କାର ତାଲିକାରେ ସାମିଲ କରିପାରେ । ଟାଟା ଟିଆଗୋ ଇଭି 4ଟି ଭାରିଏଣ୍ଟରେ ବଜାରରେ ଉପଲବ୍ଧ । ଯାହାର ନାମ ରହିଛି XE, XT, XZ+ ଓ XZ+ Lux । ଏହି କାରର ମୋଟ କଲର ଅପସନଗୁଡ଼ିକ ହେଉଛି ଟିଲ ବ୍ଲୁ, ଡେଟୋନା ଗ୍ରେ, ଟ୍ରପିକାଲ ମିଷ୍ଟ, ପ୍ରିଷ୍ଟିନ ହ୍ବାଇଟ ଓ ମିଡନାଇଟ ପ୍ଲମ ।

Tata Tiago EV (Photo- Tata Motors)

ପାୱାର ଟ୍ରେନ ଓ ଦାମ:-

19.2kWh ଏବଂ 24kWhର ଦୁଇଟି ବ୍ୟାଟେରୀ ପ୍ୟାକର ବିକଳ୍ପ ଟାଟା ଟିଆଗୋ ଇଭି ସହିତ ପ୍ରଦାନ କରାଯାଇଛି । ଏହି ବ୍ୟାଟେରୀ ପ୍ୟାକ୍ ବିଷୟରେ କମ୍ପାନୀ ଦାବି କରିଛି ଯେ ଏହାକୁ ସମ୍ପୂର୍ଣ୍ଣ ଚାର୍ଜ କରି 275 କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ । ଏହି କାରର ଦାମ ସମ୍ପର୍କରେ ଆଲୋଚନା କଲେ ଏହାର ପ୍ରାରମ୍ଭିକ ମୂଲ୍ୟ 7.99 ଲକ୍ଷ (ଏକ୍ସ-ଶୋ’ରୁମ୍) ହୋଇଥିବାବେଳେ ଏହାର ଟପ୍-ସ୍ପେକ୍ ଭାରିଏଣ୍ଟର ମୂଲ୍ୟ 11.49 ଲକ୍ଷ (ଏକ୍ସ-ସୋ’ରୁମ୍) ରହିଛି ।

ABOUT THE AUTHOR

...view details