ହାଇଦ୍ରାବାଦ:ଦୀର୍ଘ ୫୨ ବର୍ଷ ପରେ ଚନ୍ଦ୍ରରେ ପାଦ ଥାପିବ ଆମେରିକା । ଆମେରିକାର ସ୍ପେସ ଏଜେନ୍ସି ନାସା ମହାକାଶଯାନକୁ ୫୨ ବର୍ଷ ପରେ ଚନ୍ଦ୍ରରେ ଅବତରଣ କରିବା ନେଇ ଯୋଜନା କରିଛି । ୧୯୭୨ ମସିହା ପରେ ଦ୍ବିତୀୟ ଥର ପାଇଁ ଚନ୍ଦ୍ରରେ ପାଦ ଥାପିବ ଆମେରିକା । ଗତକାଲି(ଗୁରୁବାର) ଲ୍ୟାଣ୍ଡର ପଠାଇଛି ନାସା । ଏହାର ନାମ ଓଡିଶିୟସ । ଏହାକୁ ଇଣ୍ଟୁସିଭ ମସିନ(IM)ନାମକ ଏକ କମ୍ପାନୀ ଦ୍ବାରା ପ୍ରସ୍ତୁତ କରାଯାଇଛି । ଏହାକୁ IM-1 ମୁନ ଲ୍ୟାଣ୍ଡର ମଧ୍ୟ କୁହାଯାଏ । ଫେବୃଆରୀ ୧୪ ତାରିଖରେ ଏହାର ଲଞ୍ଚିଂ ନେଇ ତାରିଖ ଘୋଷଣା କରାଯାଇଥିବା ବେଳେ ବେଷୟିକ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।
ଏହାର ଉତକ୍ଷେପଣ ଫ୍ଲୋରିଡାର ରେନେଡି ସ୍ପେସ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା । ଓଡିଶିୟସ ଲ୍ୟାଣ୍ଡରର ଉତକ୍ଷେପଣ ପାଇଁ ସ୍ପେସ ଏକ୍ସର ଫାଲକନ ୯ ରକେଟକୁ ବ୍ୟବହାର କରାଯାଇଥିଲା । ତେବେ ଏହି ମିଶନର ନାମ ଇଣ୍ଟିଉସିଭ ମସିନ ନୋଭା ସି ସ୍ପେସକ୍ରାଫ୍ଟ(Intuitive Machines Nova-C Spacecraft) ରଖାଯାଇଛି । ଯଦି ସବୁ କିଛି ଠିକ ହୁଏ ତାହାଲେ ଏହା ଆସନ୍ତା ଫେବୃଆରୀ ୨୨ ତାରିଖରେ ଚନ୍ଦ୍ରର ଦକ୍ଷଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବ । ନାସା ଏହି ମିଶନ ପାଇଁ ଇଣ୍ଟୁସିଭ ମସିନ(IM) ସହିତ ୧୧୮ ମିଲିୟନ ଡଲାର ଅର୍ଥାତ ୯୭୯.୫୨ କୋଟିରୁ ଅଧିକ ଟଙ୍କାର ଚୁକ୍ତି କରିଥିଲା । ଏହାପରେ ଓଡିଶିୟସ ମୁନ ଲ୍ୟାଣ୍ଡର ପ୍ରସ୍ତୁତ କରିଥିଲା ଆଇଏମ । ଏହି ଲ୍ୟାଣ୍ଡର ନାସାର କମର୍ସିଆଲ ଲୁନର ପେଲୋଡ ସର୍ଭିସେସ ପ୍ରୋଗ୍ରାମ ଅଧୀନରେ ତିଆରି କରାଯାଇଥିଲା ।