ଲଣ୍ଡନ:କଥାରେ ଅଛି ପ୍ରେମରେ ପଡ଼ିଲେ 'ଦିମାଗ କି ବତୀ' ଜଳେ । ତେବେ ବାସ୍ତବରେ କଣ କୌଣସି ବ୍ୟକ୍ତି ପ୍ରେମରେ ପଡ଼ିଲେ ତାଙ୍କ ମୁଣ୍ଡ ବା ମସ୍ତିଷ୍କରରେ କୌଣସି ଉଜ୍ଜ୍ବଳ ପଦାର୍ଥ ଜଳିଥାଏ । କିଛି ବୈଜ୍ଞାନିକ ଟିମ ଏହା ଉପରେ ଗବେଷଣା କରି ଏକ ଖୁଲାସା କରିଛନ୍ତି । ଭିନ୍ନ ଭିନ୍ନ ବ୍ୟକ୍ତିଙ୍କୁ ପ୍ରେମ କରିବା ଦ୍ବାରା ଆପଣଙ୍କ ମସ୍ତିଷ୍କରର ଭିନ୍ନ ଭିନ୍ନ ଅଂଶରେ ଲାଇଟ୍ ଜଳିଥାଏ । କାରଣ ଜୀବନସାଥୀଠୁ ଆରମ୍ଭ କରି ପିତାମାତାଙ୍କ ପର୍ଯ୍ୟନ୍ତ ଜଣେ ମଣିଷ ଜୀବନରେ ବିଭିନ୍ନ ପ୍ରକାର ପ୍ରେମ ହୋଇଥାଏ ।
ଜଣେ ମନୁଷ୍ୟ ନିଜ ଚେହେରା ଓ ଆକ୍ସନ ମାଧ୍ୟମରେ ନିଜର ଭାବକୁ ପ୍ରକାଶ କରିପାରିଥାଏ । ଏହି ଭାବନା ମଧ୍ୟରେ ଗୋଟିଏ ପ୍ରେମଭାବ । ପ୍ରେମର ଭାବ ପ୍ରକାଶ ଲାଗି ମନୁଷ୍ୟ ମସ୍ତିଷ୍କର ଅଲଗା ଅଲଗା ଅଂଶ କାମ କରିଥାଏ । କାରଣ ଜଣେ ମନୁଷ୍ୟ ଲାଗି ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଲାଗି ପ୍ରେମର ପରିଭାଷା ମଧ୍ୟ ଭିନ୍ନ ରହିଥାଏ । ସେହି ଅନୁସାରେ ସେମାନଙ୍କ ପ୍ରତି ଭାବର ଆଦାନ ପ୍ରଦାନ ମଧ୍ୟ ଭିନ୍ନ ହୋଇଥାଏ ।
କଣ କହୁଛି ରିପୋର୍ଟ ?
ଫିନଲ୍ୟାଣ୍ଡର ଅଲ୍ଟୋ ବିଶ୍ବବିଦ୍ୟାଳୟର ଗବେଷକମାନେ ମସ୍ତିଷ୍କର ଗତିବିଧିକୁ ମାପିବା ଲାଗି କାର୍ଯ୍ୟାତ୍ମକ ଚୁମ୍ବକୀୟ ଅନୁନାଦ ଇମେଜିଂ (FMRI)ର ଉପଯୋଗ କରିଥିଲେ । ଯେଉଁ ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା, ସେମାନଙ୍କ ମଧ୍ୟରେ 6 ଅଲଗା ପ୍ରକାର ପ୍ରେମ ସମ୍ପର୍କରେ ଜଣାପଡ଼ିଥିଲା ।
ପିତାମାତାଙ୍କ ପ୍ରେମ ପାଇଁ କେଉଁ ଅଂଶ ?