ଓଡିଶା

odisha

ETV Bharat / technology

10 ଭାରତୀୟ ଭାଷାରେ AI ମଡେଲ ଲଞ୍ଚ କଲା Sarvam; ସାମିଲ ଓଡ଼ିଆ

2 ବିଲିୟନ ମାପଦଣ୍ଡ ସହିତ ବେଙ୍ଗାଲୁରୁ ଷ୍ଟାର୍ଟଅପ ସର୍ଭମ ଏଆଇ ମଡେଲ ଲଞ୍ଚ କରିଛି । ଯେଉଁଥିରେ ଓଡ଼ିଆ ସହିତ 10ଟି ଭାରତୀୟ ଭାଷା ସାମିଲ । ଅଧିକ ପଢନ୍ତୁ

Sarvam ai
Sarvam ai (Photo- Sarvam.ai)

By ETV Bharat Tech Team

Published : 6 hours ago

ହାଇଦ୍ରାବାଦ: ବେଙ୍ଗାଲୁରୁର ଷ୍ଟାର୍ଟଅପ ସର୍ଭମ AI (Sarvam AI) ଭାଷା ଭିତ୍ତିକ ଏଆଇ ମଡେଲ ସର୍ଭମ-1 ଲଞ୍ଚ କରିଛି । ଯାହାକି 11ଟି ଭାରତୀୟ ଭାଷାକୁ ସପୋର୍ଟ କରୁଛି । ସବୁଠୁ ଖାସ କଥା ହେଉଛି ଏଥିରେ ଓଡ଼ିଆ ଭାଷା ମଧ୍ୟ ସ୍ଥାନ ପାଇଛି । ଯାହାକି ଓଡ଼ିଆ ଭାଷାରେ ମଧ୍ୟ ଅନେକ ତଥ୍ୟ ପ୍ରଦାନ କରିବାରେ ସକ୍ଷମ ହେବ । ଓଡ଼ିଆ ଭାଷାଭାଷୀ ଲୋକେ ଅନେକ ତଥ୍ୟ ଖୋଜିବାରେ ଏହି ଏଆଇ ମଡେଲର ବ୍ୟବହାର କରିପାରିବେ । ଏହି ଏଆଇ ମଡେଲଟି ମେଟାର Llama-3 ଓ ଗୁଗଲର Gemma-2ଠାରୁ ଅଧିକ ଭଲ ପ୍ରଦର୍ଶନ କରୁଛି ବୋଲି କମ୍ପାନୀ ଦାବି କରିଛି ।

10ଟି ଭାରତୀୟ ଭାଷା ସାମିଲ:-

ଏହି ଏଆଇ ମଡେଲଟି 2 ବିଲିୟନ ମାପଦଣ୍ଡ ସହିତ ବିକଶିତ ହୋଇଛି । ଯାହାକି ଇଂରାଜୀ ସହିତ 10 ଭାରତୀୟ ଭାଷା ଯେପରିକି ଓଡ଼ିଆ, ବଙ୍ଗାଳୀ, ଗୁଜୁରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲାମ, ମରାଠୀ, ପଞ୍ଜାବୀ, ତାମିଲ ଓ ତେଲୁଗୁ ଭାଷାକୁ ସମର୍ଥନ କରେ ।

Sarvam-1 କେତେ ଫଳପ୍ରଦ ?

କମ୍ପାନୀ ଦାବି କରିଛି ଯେ ଏହି ଏଆଇ ମଡେଲଟି ବୃହତ ଏଆଇ ମଡେଲ ଯେପରିକି ମେଟାର Llama-3 ଓ ଗୁଗଲର Gemma-2ଠାରୁ ଅଧିକ ଭଲ ପ୍ରଦର୍ଶନ କରୁଛି । TriviaQA ବେଞ୍ଚମାର୍କରେ ସର୍ଭମ-1 ପ୍ରାୟ 86.11 ପ୍ରତିଶତ ସଠିକତା ପ୍ରଦାନ କରୁଛି । ଏତିକି ବେଳେ ମେଟାର Llama-3.1ର ସ୍କୋର 61.47 ରହିଛି । ଅନ୍ୟପଟେ ସର୍ଭମ-1 ଗଣନାତ୍ମକ ଭାବରେ Gemma-2-9B ଓ Llama-3.1-8B ଠାରୁ 4ରୁ 6ଗୁଣା ଦକ୍ଷ ।

ଏହା ବି ପଢନ୍ତୁ
  1. କେଉଁ ଫୋନରେ ସପୋର୍ଟ କରିବ Gemini AI, ଜାଣନ୍ତୁ କଣ ମିଳିବ ସୁବିଧା
  2. ଭାରତରେ ସୁଦୃଢ ହେବ AI ଭିତ୍ତିଭୂମି; ହାତ ମିଳାଇଲେ Nvidia ଓ ରିଲାଏନ୍ସ
  3. ପ୍ରୋଜେକ୍ଟ ଷ୍ଟ୍ରବେରୀ କଣ ? ୟାକୁ ନେଇ କାହିଁକି ଚର୍ଚ୍ଚା - What Is Project Strawberry
  4. ଶୀଘ୍ର ଶିଖନ୍ତୁ AI; ଦେଶରେ 3ବର୍ଷରେ ଦରକାର ପଡ଼ିବେ 12ଲକ୍ଷ ଏଆଇ ପ୍ରଫେସନାଲ

Sarvam ସମ୍ପର୍କରେ...

ଭାରତରେ AI ଦକ୍ଷତାକୁ ବୃଦ୍ଧି କରିବା ଲାଗି ଏହି କମ୍ପାନୀ ଲକ୍ଷ୍ୟ ରଖିଛି । ଏହି କମ୍ପାନୀର ସହ ପ୍ରତିଷ୍ଠାତା ହେଉଛନ୍ତି ଡଃ ବିବେକ ରାଘବନ୍ (ଜଣେ ଉଦ୍ୟୋଗୀ, ଟେକ୍ନୋଲୋଜିଷ୍ଟ ) ଓ ପ୍ରତ୍ୟୁଶ କୁମାର (AI ଇଞ୍ଜିନିୟରିଂ ଗବେଷକ) । କମ୍ବାନୀ ଭାରତରେ GenAI ଆପ୍ସର ବିକାଶ, ଉପଯୋଗ ଏବଂ ବିସ୍ତାରକୁ ଯଥେଷ୍ଟ ଦୃଢ ଏବଂ ପ୍ରଭାବଶାଳୀ କରିବାକୁ ଲକ୍ଷ୍ୟ ରଖିଛି ।

ABOUT THE AUTHOR

...view details