ହାଇଦ୍ରାବାଦ: ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଆପଲ୍ର ବଜେଟ୍ ଫ୍ରେଣ୍ଡଲି ଆଇଫୋନ iPhone SE 4 ଲଞ୍ଚ ହେବାକୁ ଯାଉଛି । ଲଞ୍ଚ ପୂର୍ବରୁ ଏହାର ଡିଜାଇନ, ସ୍ପେଶିଫିକେସନ ଓ ଦାମ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି । ଆପଲ୍ ଏହି ଆଇଫୋନର ନାଁକୁ ପରିବର୍ତ୍ତନ କରି iPhone 16E ରଖିବାକୁ ଯାଉଛି । ଆଇଫୋନ ଏସଇ 4 ହେଉଛି କମ୍ପାନୀର iPhone SEର ଚତୁର୍ଥ ଜେନେରେସେନ । ଏହାକୁ iPhone 16 ଲାଇନଅପ୍ରେ ସାମିଲ କରିପାରେ ।
ଟିପଷ୍ଟର 'ମାଜିନ ବୁ' X ସାଇଟ୍ରେ ପୋଷ୍ଟ ଅନୁସାରେ, ଆଇଫୋନ ଏସଇ 4କୁ ଆପଲ୍ ଆଇଫୋନ 16E ନାଁରେ ଲଞ୍ଚ କରିପାରେ । ଯଦି ଏପରି ହୁଏ ତେବେ ଏହି ଫୋନକୁ ସେପ୍ଟେମ୍ବରରେ ଲଞ୍ଚ ହୋଇଥିବା ଆଇଫୋନ 16ର ଲାଇନଅପ୍ iPhone 16, iPhone 16 Plus, iPhone 16 Pro ଓ iPhone 16 Pro Max ସହିତ ଯୋଡ଼ାଯିବ । ଏହା ପ୍ରଥମ ଥର ନୁହେଁ ଯେ iPhone 16E ନାଁ ସାମ୍ନାକୁ ଆସିଛି, ଏହା ପୂର୍ବରୁ ଜଣେ ଚାଇନିଜ ଟିପଷ୍ଟର ମଧ୍ୟ ଡିସେମ୍ବରରେ ଏ ସମ୍ପର୍କରେ ପ୍ରକାଶ କରିଥିଲା ।
iPhone SE 4: ସ୍ପେଶିଫିକେସନ ଓ ଦାମ (ରୁମର୍)
- iPhone SE 4 ବା iPhone 16E ସମ୍ଭବତଃ ମାର୍ଚ୍ଚରେ ଲଞ୍ଚ ହୋଇପାରେ ।
- ଲିକ୍ ତଥ୍ୟ ଅନୁସାରେ, ଆପଲ୍ ଏଣ୍ଟ୍ରି- ଲେଭଲ୍ ଆଇଫୋନ 16 ପରି ସମାନ ପ୍ରୋସେସର ବ୍ୟବହାର କରିପାରେ ।
- ଏଥିରେ ଆପଲ୍ ଇଣ୍ଟେଲିଜେନ୍ସ ଫିଚର ମଧ୍ୟ ରହିପାରେ ।
- 8GB RAM ପ୍ୟାକ୍ ସହ ଆସିପାରେ ।
- 6.06-inch (1,170x2,532 pixels) LTPS OLED ସ୍କ୍ରିନ ମିଳିପାରେ ।
- 800nits ପିକ୍ ବ୍ରାଇଟନେସ୍
- Face ID ସପୋର୍ଟ
- 3,279mAh ବ୍ୟାଟେରୀ
- ଆଇଫୋନ 16 ପରି ସିଙ୍ଗଲ 48MP ରିଅର କ୍ୟାମେରା
- ଦାମ:ଆଇଫୋନ SE 4ର ଦାମ ସମ୍ପର୍କରେ କୋରିଆ ଆଉଟଲେଟ୍ Naver ତଥ୍ୟ ଅନୁସାରେ, ଏହା ଆମେରିକାରେ $500 (ପ୍ରାୟ Rs. 42,700)ରୁ କମ୍ ରହିପାରେ । ଯଦି ଦକ୍ଷିଣ କୋରିଆ କଥା କହିବା ସେଠାରେ ଏହି ଆଇଫୋନଟି KRW 8,00,000 (ପାଖାପାଖି Rs. 46,000)ରେ ଉପଲବ୍ଧ ହୋଇପାରେ । ଭାରତରେ ଦାମ କେତେ ରହିବ ସେ ସମ୍ପର୍କରେ କୌଣସି ତଥ୍ୟ ଆସିନାହିଁ ।
ସୂଚନା ଥାଉ କି 2022ରେ ଲଞ୍ଚ ହୋଇଥିବା iPhone SE 3ର ଦାମ 64GB ବେସ୍ ମଡେଲ ଲାଗି ଆମେରିକାରେ $429 (ପାଖାପାଖି Rs. 35,000) ରହିଥିଲା । କିନ୍ତୁ ଭାରତରେ ଲଞ୍ଚ ସମୟରେ ଏହାର ଦାମ ବେସ୍ ମଡେଲ ଲାଗି Rs. 43,900 ରହିଥିଲା । ପରେ ଏହି ଫୋନର ଦାମ ବୃଦ୍ଧି ପାଇ 49,000 ଟଙ୍କା ରହିଥିଲା । ଏବେ ଭାରତୀୟ ବଜାରରେ ଏହି ଫୋନର ଦାମ Rs. 47,600 ରହିଛି ।