ଓଡିଶା

odisha

ETV Bharat / technology

ଜାନୁଆରୀ 1ରୁ ଏହି ସ୍ମାର୍ଟଫୋନରେ ଆଉ ଚାଲିବନି WhatsApp; ତାଲିକାରେ କିଏ ଜାଣନ୍ତୁ - WHATSAPP ENDS SUPPORT ON OLD DEVICE

ହ୍ବାଟ୍ସଆପ୍‌ ଜାନୁଆରୀ 1 ତାରିଖଠାରୁ କିଛି ନିର୍ଦ୍ଦିଷ୍ଟ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ସ୍ଥାୟୀ ଭାବେ ବନ୍ଦ ହୋଇଯିବ । ତେବେ ଏହି ତାଲିକାରେ କେଉଁ ଫୋନ ଯାଞ୍ଚ କରନ୍ତୁ...

WhatsApp to end support on Old device
WhatsApp to end support on Old device (File Photo)

By ETV Bharat Tech Team

Published : 9 hours ago

ହାଇଦ୍ରାବାଦ:ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ଭାବେ ହ୍ବାଟ୍ସଆପ୍‌ ବେଶ ଲୋକପ୍ରିୟତା ଅର୍ଜନ କରିଛି । ମନୋରଞ୍ଜନଠାରୁ ଆରମ୍ଭ କରି ଅଫିସିଆଲ କାମ ପର୍ଯ୍ୟନ୍ତ ଏହି ଆପ୍‌ର ବହୁଳ ଭାବରେ ବ୍ୟବହାର ହେଉଛି । କିନ୍ତୁ ଆପଣ ଜାଣନ୍ତି କି ନୂଆବର୍ଷ ପ୍ରଥମ ଦିନରୁ ହିଁ ଏହି ଆପ୍‌ଟି କିଛି ନିର୍ଦ୍ଦିଷ୍ଟ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଉ କାମ କରିବନି । ହ୍ବାଟ୍ସଆପ୍‌ ଚଲାଇବା ପାଇଁ ସର୍ବନିମ୍ନ ଆବଶ୍ୟକତାକୁ କମ୍ପାନୀ ଅପଡେଟ କରିଛି । କିଛି ପୁରୁଣା ସ୍ମାର୍ଟଫୋନରେ ଆଉ ଏହି ଆପ୍‌ କାମ କରିବ ନାହିଁ ।

2025, ଜାନୁଆରୀ 1 ତାରିଖଠାରୁ ପ୍ରାୟ 20ଟି ସ୍ମାର୍ଟଫୋନରେ ଏହି ଆପ୍‌ ଚାଲିବ ନାହିଁ । ଏଥିରେ ଲୋକପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନ ସାମସଙ୍ଗ, ମୋଟୋରୋଲା, HTC, ଏଲଜି ଓ ସୋନି ସାମିଲ । ଏହି 20ଟି ସ୍ମାର୍ଟଫୋନ ତାଲିକାରେ ଆପଣଙ୍କ ଫୋନ ନାହିଁ ତ ? ନିମ୍ନରେ ଜାଣନ୍ତୁ ।

କାହିଁକି 20 ସ୍ମାର୍ଟଫୋନରେ ରହିବନି ହ୍ବାଟ୍ସଆପ୍‌ ସପୋର୍ଟ ?

ହ୍ବାଟ୍ସଆପ୍‌ ପ୍ଲାଟଫର୍ମରେ ନୂଆ ଅପଡେଟ ଆଣିବା ଲାଗି ଲଗାତାର ଭାବରେ କାମ କରୁଛି । ଯାହାଦ୍ବାରା ୟୁଜର ଅଧିକ ଭଲ ସେବା ପାଇବା ସହିତ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବ । ପୁରୁଣା ସ୍ମାର୍ଟଫୋନଗୁଡ଼ିକ ପୁରୁଣା ଅପରେଟିଂ ସିଷ୍ଟମ ଚଲାଉଛି । HDblogର ଏକ ରିପୋର୍ଟ ଅନୁଯାୟୀ, ଆଣ୍ଡ୍ରଏଡ୍ କିଟ୍‌କାଟ୍ କିମ୍ବା ପୂର୍ବ ସଂସ୍କରଣ ଚଳାଉଥିବା ସ୍ମାର୍ଟଫୋନ ଜାନୁଆରୀ 1ରୁ ହ୍ବାଟ୍ସଆପକୁ ପ୍ରବେଶ ହରାଇବ । ରିପୋର୍ଟରେ କୁହାଯାଇଛି, "ଆମେ ଆପଣଙ୍କୁ ଆଇଫୋନ୍ ସମର୍ଥନର ସମାପ୍ତି ବିଷୟରେ କହିସାରିଛୁ । ବର୍ତ୍ତମାନ ସାମସଙ୍ଗ, ମୋଟୋରୋଲା, HTC, LG ଏବଂ ସୋନି ଭଳି ବ୍ରାଣ୍ଡରୁ ପ୍ରାୟ 20ଟି ମଡେଲ ସହିତ ଏହି ତାଲିକା ଅଧିକ ଲମ୍ବା ହେଉଛି । ଆଣ୍ଡ୍ରଏଡର 20ଟି ସ୍ମାର୍ଟଫୋନରେ ହ୍ବାଟ୍ସଆପ୍‌ ଚାଲିବ ନାହିଁ ।"

ତାଲିକାରେ କେଉଁ ଫୋନ ?

ଏହି ତାଲିକାରେ ଲୋକପ୍ରିୟ ବ୍ରାଣ୍ଡ ଯେପରିକି ସାମସଙ୍ଗ, ମୋଟୋରୋଲା, HTC, LG ଏବଂ ସୋନି ସାମିଲ । ସେହି ନିର୍ଦ୍ଦିଷ୍ଟ ମଡେଲଗୁଡ଼ିକ ହେଉଛି:

ସାମସଙ୍ଗ

  • ଗାଲାକ୍ସି ଏସ3
  • ଗାଲାକ୍ସି ନୋଟ 2
  • ଗାଲାକ୍ସି Ace 3
  • ଗାଲାକ୍ସି ଏସ4 ମିନି

ମୋଟୋରୋଲା

  • ମୋଟୋ ଜି (1st Gen)
  • Razr HD
  • ମୋଟୋ E 2014
  • HTC
  • ୱାନ X
  • ୱାନ X ପ୍ଲସ
  • ଡିଜାୟାର 500
  • ଡିଜାୟାର 601

LG

  • ଅପ୍ଟିମସ୍‌ ଜି
  • ନେକ୍ସସ 4
  • ଜି2 ମିନି
  • L90

Sony

  • Xperia Z
  • Xperia SP
  • Xperia T
  • Xperia V

ତାଲିକାରେ ଆପଣଙ୍କ ଫୋନ ଥିଲେ କଣ କରିବେ ?

ଯଦି ଉପରୋକ୍ତ ତାଲିକାରେ ଆପଣଙ୍କ ଫୋନ ଅଛି, ତେବେ ଏବେ ଅପଗ୍ରେଡ ପାଇଁ ଚିନ୍ତା କରନ୍ତୁ । ସପୋର୍ଟ ବିନା ଆପଣ ଏହି ଡିଭାଇସରେ ହ୍ବାଟ୍ସଆପ୍‌ ଚଲାଇପାରିବେ ନାହିଁ । ସିଧା ସିଧା କହିବାକୁ ଗଲେ ଆପଣଙ୍କୁ ଏକ ନୂଆ ସ୍ମାର୍ଟଫୋନ ଆଣିବାକୁ ପଡ଼ିବ, ନଚେତ ଅନ୍ୟ କୌଣସି ମେସେଜିଂ ଆପ୍‌କୁ ବ୍ୟବହାର କରନ୍ତୁ । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯଦି ଆପଣ ନୂଆ ଫୋନ କିଣିବାକୁ ଚାହୁଁଛନ୍ତି, ତେବେ ହ୍ବାଟ୍ସଆପ୍‌ ଚାଟ୍‌ ବ୍ୟାକଅପ୍‌ ପାଇଁ Google ଆକାଉଣ୍ଟରେ ଚାଟ୍‌କୁ ରିଷ୍ଟୋର କରନ୍ତୁ । ଯାହାଦ୍ବାରା ଆପଣ ନୂଆ ସ୍ମାର୍ଟଫୋନ ଆଣିଲେ ପୂର୍ବ ହ୍ବାଟ୍ସଆପ୍‌ ଚାଟ୍‌କୁ ରିଷ୍ଟୋର କରିପାରିବେ ।

ଏହା ବି ପଢନ୍ତୁ
  1. ନୂଆବର୍ଷ ପାଇଁ ମଜାଦାର ଫିଚର ଆଣିଲା WhatsApp; କଲିଂ ଇଫେକ୍ଟ ଓ ଷ୍ଟିକର ସାମିଲ
  2. WhatsAppରେ ଏଣ୍ଟ୍ରି ମାରିଲା ChatGPT; ଲ୍ୟାଣ୍ଡଲାଇନ ଫୋନରେ ବି ଉପଲବ୍ଧ

ABOUT THE AUTHOR

...view details