ହାଇଦ୍ରାବାଦ: ୱାନପ୍ଲସ 13 ଚୀନରେ ଲଞ୍ଚ ହୋଇସାରିଛି । ଏହା ଖୁବଶୀଘ୍ର ଭାରତକୁ ମଧ୍ୟ ଆସିବାକୁ ଯାଉଛି । ଏହାରି ମଧ୍ୟରେ କମ୍ପାନୀର ନମ୍ବର ଫ୍ଲାଗସିପର 'R' ଭାରିଏଣ୍ଟ ୱାନପ୍ଲସ 13Rକୁ ନେଇ ଚର୍ଚ୍ଚା ହେଉଛି । ୱାନପ୍ଲସ 13 ସହିତ ୱାନପ୍ଲସ 13R ମଧ୍ୟ ଭାରତରେ ଲଞ୍ଚ ହୋଇପାରେ । ଏହାରି ମଧ୍ୟରେ ୱାନପ୍ଲସ 13Rର ସ୍ପେଶିଫିକେସନ, ଫିଚର ଓ ଦାମ ସମ୍ପର୍କରେ ତଥ୍ୟ ଲିକ୍ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ନୂଆ ସ୍ମାର୍ଟଫୋନରେ ୟୁଜରଙ୍କୁ କମ୍ପାନୀ କଣ ଭେଟି ଦେଉଛି ।
ୱାନପ୍ଲସ 13Rକୁ ଆନୁଷ୍ଠାନିକ ଭାବେ ଲଞ୍ଚ ନେଇ ତଥ୍ୟ ପ୍ରକାଶ କରାଯାଇନାହିଁ, ହେଲେ ଏହାର ଚୀନ କାଉଣ୍ଟରପାର୍ଟ ୱାନପ୍ଲସ ଏସ 5 (OnePlus Ace 5)ର ଫିଚର ସମ୍ପର୍କରେ ଅନଲାଇନରେ ତଥ୍ୟ ପ୍ରକାଶ ପାଇଛି । ଯେଉଁଥିରେ ଆମକୁ 'ନୂଆ ଫ୍ଲାଗସିପ କିଲର' ୱାନପ୍ଲସ 13ଆର ସ୍ମାର୍ଟଫୋନରେ କଣ କଣ ସୁବିଧା, ସ୍ପେଶିଫିକେସନ ଓ ଫିଚର ମିଳିବ ସେ ନେଇ ସଙ୍କେତ ମିଳିଛି ।
OnePlus 13R (Credit- @OnePlusClub) OnePlus 13R ଡିଜାଇନ:-
OnePlus 13R ଏବଂ ଫ୍ଲାଗସିପ୍ OnePlus 13 ମଧ୍ୟରେ ଡିଜାଇନ ଦୃଷ୍ଟିରୁ ବିଶେଷ କିଛି ଭିନ୍ନ ହେବ ନାହିଁ । ସ୍ମାର୍ଟଫୋନର ପଛ ଭାଗରେ ତିନୋଟି କ୍ୟାମେରା ଧାରଣ କରିଥିବା ଏକ ବୃତ୍ତାକାର ମଡ୍ୟୁଲ୍ ମିଳିପାରେ । କିନ୍ତୁ OnePlus 13 ପରି, OnePlus 13R କ୍ୟାମେରା ମଡ୍ୟୁଲ୍ ନିକଟରେ ହସେଲବ୍ଲାଡ୍ (Hasselblad) ବ୍ରାଣ୍ଡିଂ ପ୍ରଦର୍ଶନ କରିବ ନାହିଁ । ତଥାପି ଆଲର୍ଟ ସ୍ଲାଇଡର (Alert Slider) ଫିଚର ମିଳିବ ଯାହାକି OnePlus ଫୋନରେ ଏକ ସିଗ୍ନେଚର । ଏହା ଉପଭୋକ୍ତାମାନଙ୍କୁ ତିନୋଟି ମୋଡ୍ ମଧ୍ୟରେ ସହଜରେ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବ -ସାଇଲେଣ୍ଟ, ଭାଇବ୍ରେଟ୍ ଏବଂ ରିଙ୍ଗ୍ ।
OnePlus 13R ସ୍ପେଶିଫିକେସନ ଓ ଫିଚର (ରୁମର୍):-
- 6.78-ଇଞ୍ଚ ଫ୍ଲାଟ୍ BOE X2 OLED 8T LTPO ପ୍ୟାନେଲ୍
- 1.5K ରିଜୋଲ୍ୟୁସନ, 120Hz ରିଫ୍ରେସ ରେଟ୍
- Snapdragon 8 Gen 3 ଲିଡିଂ ଭର୍ସନ
- 16GB LPDDR5x RAM
- 512GB UFS 4.0 ଷ୍ଟୋରେଜ
- 6,300mAh-6,500mAh ବ୍ୟାଟେରୀ
- 100W ଫାଷ୍ଟ ଚାର୍ଜିଂ
- ଆଗ କ୍ୟାମେରା: 16MP
- ରିଅର (ପଛ) କ୍ୟାମେରା:50MP + 8MP + 2MP ଟ୍ରିପଲ୍ କ୍ୟାମେରା
- Android 15, ColorOS 15
- ଇନ-ସ୍କ୍ରିନ (ମୋବାଇଲ ସ୍କ୍ରିନ ଉପରେ) ଫିଙ୍ଗରପ୍ରିଣ୍ଟ ସେନ୍ସର
- ଆଲର୍ଟ ସ୍ଲାଇଡର (Alert Slider)
- IR ବ୍ଲାଷ୍ଟର
OnePlus 13R: ଦାମ ଓ ଲଞ୍ଚ୍ ଟାଇମଲାଇନ୍
ରୁମର୍ ଅନୁସାରେ, କମ୍ପାନୀ ୱାନପ୍ଲସ 13R ମୋବାଇଲର ଦାମ 40,000 ଟଙ୍କା ରଖିପାରେ । OnePlus 13R ଏବଂ ଫ୍ଲାଗସିପ୍ OnePlus 13 ଏକାଠି ଆସନ୍ତା ଡିସେମ୍ବର କିମ୍ବା 2025 ଜାନୁଆରୀରେ ଲଞ୍ଚ ହେବ । ୱାନପ୍ଲସ 13Rଠାରୁ ୱାନପ୍ଲସ 13ର ଦାମ ଅଧିକ ରହିପାରେ । ଉପରେ ଦିଆଯାଇଥିବା ସମସ୍ତ ସ୍ପେଶିଫିକେସନ କମ୍ପାନୀ ଦେଇପାରେ ବୋଲି ଆକଳନ କରାଯାଉଛି । ମୋବାଇଲ ଲଞ୍ଚ ହେବା ପରେ ଏହାର ଫାଇନାଲ ସ୍ପେଶିଫିକେସନ ଓ ଫିଚରର ତଥ୍ୟ ମିଳିବ ।