ନୂଆଦିଲ୍ଲୀ:ଏବେ ଦେଶରେ ଅଦିନିଆ ବର୍ଷା, ବାତ୍ୟା, ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ଫଳରେ ଲୋକେ କିଛି ବୁଝିବା ପୂର୍ବରୁ ମୃତ୍ୟୁର ଶିକାର ହେଉଛନ୍ତି । ଆଖି ପିଛୁଳାକେ କେତେ ଯେ ଘର ଉଜୁଡୁଛି ତାର ହିସାବ ନାହିଁ । ଏହାକୁ ଦୃଷ୍ଟିରେ ରଖି ଭୂସ୍ଖଳନ ଭଳି ବିପର୍ଯ୍ୟୟ ପାଇଁ ଦିଲ୍ଲୀ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT)ର ସିଭିଲ ଇଞ୍ଜିନିୟରିଂ ବିଭାଗର କିଛି ବୈଜ୍ଞାନିକ ସାଟେଲାଇଟ ଡେଟାର ଉପଯୋଗ କରି ଏକ ଟୁଲ୍ ML-CASCADE ବିକଶିତ କରିଛନ୍ତି ।
କିପରି ଲାଭଦାୟକ ଏହି ଟୁଲ୍ ?
କ୍ଲାଉଡ କମ୍ପ୍ୟୁଟିଂ ଓ ମେସିନ ଲ୍ୟାନିଂ ଆଧାରିତ ଟୁଲ୍ ଭୂସ୍ଖଳନ କିଛି ସମୟ ମଧ୍ୟରେ ଏହାର ମାନଚିତ୍ର ଦେଖାଇବ । ଯାହାକି ଭୂସ୍ଖଳନ କେଉଁ ସ୍ଥାନରେ ଓ କେତେ ଦୂର ପର୍ଯ୍ୟନ୍ତ ହେବ ତାହା ମାନଚିତ୍ର ମାଧ୍ୟମରେ କହିବାରେ ସକ୍ଷମ ହେବ । ଭୂସ୍ଖଳନ ପୂର୍ବରୁ ଏହାର ଆକଳନ କରାଯାଇପାରିବ । ଏହି ମଡେଲ୍ ତିଆରି କରିବାରେ ସାଟେଲାଇଟ୍ ମାଧ୍ୟମରେ ବିଭିନ୍ନ ସ୍ଥାନର ବୃଜ୍ଞ ଓ ମାଟିର ତଥ୍ୟ ସଂଗ୍ରହ କରାଯାଇଛି ।
Rapid Landslide Mapping Tool (ETV Bharat) ପ୍ରତିଷ୍ଠିତ ପତ୍ରିକାରେ ରିସର୍ଚ୍ଚ ପ୍ରକାଶିତ:-
ସିଭିଲ୍ ଇଞ୍ଜିନିୟରିଂ ବିଭାଗର ହାଇଡ୍ରୋସେନ୍ସ ଲ୍ୟାବର ପିଏଚଡି ଛାତ୍ର ନିର୍ଦେଶ କୁମାର ଶର୍ମା ଏବଂ ପ୍ରଫେସର ଡଃ ମାନବେନ୍ଦ୍ର ସାହାରିୟାଙ୍କ ଦ୍ବାରା ଲିଖିତ ଏହି ଅନୁସନ୍ଧାନ ପ୍ରତିଷ୍ଠିତ ପତ୍ରିକା ‘ଲ୍ୟାଣ୍ଡସ୍ଲାଇଡ୍’ରେ ପ୍ରକାଶିତ ହୋଇଛି । ସାଧାରଣତଃ ସାଟେଲାଇଟ୍ ଚିତ୍ରଗୁଡ଼ିକରେ ଭୂସ୍ଖଳନଗୁଡ଼ିକର ମ୍ୟାପିଂ ମାନୁଆଲ ଭାବରେ କରାଯାଇଥିଲା ଯାହା ମହଙ୍ଗା, ଭୁଲ୍ ଏବଂ ସମୟ ସାପେକ୍ଷ । ଏହା ସହିତ ବୃହତ ଏବଂ ଦୁର୍ଗମ ଅଞ୍ଚଳରେ କ୍ଷେତ୍ର ସର୍ବେକ୍ଷଣ ଏବଂ ଭୌଗୋଳିକ ତଥ୍ୟ ସଂଗ୍ରହ ସମ୍ଭବ ନୁହେଁ । ମାତ୍ର ଏହି ଟୁଲ୍ ମ୍ୟାପିଂ ପ୍ରକ୍ରିୟାକୁ ସହଜ କରିଛି । ଏହି ମଡେଲର ବିକାଶ ପାଇଁ 19ଟି ଫିଚର ବ୍ୟବହୃତ ହୋଇଛି ।
ହିମାଳୟ ଓ ପଶ୍ଚିମ ଘାଟ ଉପରେ କେସ ଷ୍ଟଡି:-
ପ୍ରଫେସର ମନବେନ୍ଦ୍ର କହିଛନ୍ତି ଯେ ହିମାଳୟ ଏବଂ ପଶ୍ଚିମ ଘାଟରେ ଦୁଇଟି ପ୍ରମୁଖ ଘଟଣା କେସ୍ ଷ୍ଟଡି ଭାବରେ ଉପସ୍ଥାପିତ ହେବା ସହ ହଜାର ହଜାର ଭୂସ୍ଖଳନ ଉପରେ ଏହି ଉପକରଣକୁ ବ୍ୟାପକ ଭାବରେ ବ୍ୟବହାର କରାଯାଇଛି । ଅଧିକାଂଶ ଭୂସ୍ଖଳନ ଦୁର୍ଗମ ସ୍ଥାନରେ ଘଟିଥାଏ, ଏଣୁ ଏଭଳି ଟୁଲର ବିକାଶ ପାଇଁ ଅଭିଜ୍ଞତା, ସମୟ ଏବଂ ପ୍ରୟାସ ଆବଶ୍ୟକ । ଏହି ଟୁଲଟି ବର୍ତ୍ତମାନ ଆଇଆଇଟି ଦିଲ୍ଲୀର ଅନୁସନ୍ଧାନକାରୀଙ୍କ ଦ୍ବାରା ଏକ ଜାତୀୟ ଐତିହାସିକ ଭୂସ୍ଖଳନ ତାଲିକା ବିକାଶ ପାଇଁ ବ୍ୟବହୃତ ହେଉଛି, ଯାହା ଭୂସ୍ଖଳନ ପ୍ରାରମ୍ଭିକ ଚେତାବନୀର ପ୍ରମାଣ ଦେଉଛି । ଏହା ସହିତ ଭବିଷ୍ୟତର ବନ୍ୟା, ଜଙ୍ଗଲ ନଷ୍ଟ, ବାଲି ଖନନ ଏବଂ ଅନ୍ୟାନ୍ୟ ପରିବେଶ ଆହ୍ବାନକୁ ମ୍ୟାପିଂ କରିବାରେ ମଧ୍ୟ ଏହା ବ୍ୟବହାର କରାଯାଇପାରିବ ।