ହାଇଦ୍ରାବାଦ: ସାରା ବିଶ୍ବରେ ହ୍ବାଟ୍ସଆପ୍ ହେଉଛି ସବୁଠୁ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ । ଏହାକୁ କେବଳ ମନୋରଞ୍ଜନ ଲାଗି ନୁହେଁ, ବରଂ ଅଫିସ କ୍ଷେତ୍ରରେ ମଧ୍ୟ ବ୍ୟବହାର ହେଉଛି । ବନ୍ଧୁ ପରିଜନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଏହା ଯୋଗାଯୋଗର ମାଧ୍ୟମ ପାଲଟିଛି । ବେଳେବେଳେ ଆପଣ ଚାଟ୍ ଡିଲିଟ କରିବା ବଦଳରେ ଏହାକୁ ହାଇଡ୍ କରିବାକୁ ପସନ୍ଦ କରିଥାନ୍ତି । ପୂର୍ବରୁ ଏଥିଲାଗି ଆରକାଇଭ (Archive) ଅପସନ ରହିଥିଲା ମାତ୍ର ହ୍ବାଟ୍ସଆପ୍ ଏବେ ଲକ୍ (Lock) ଅପସନ ଆଣିଛି । ଯାହାକୁ ବ୍ୟବହାର କରି ଆପଣ ଚାହୁଁଥିବା ଚାଟ୍କୁ ହାଇଡ କରିପାରିବେ ।
ନିମ୍ନରେ ଦିଆଯାଇଥିବା ଷ୍ଟେପକୁ ଫଲୋ କରନ୍ତୁ..
- ଆପଣଙ୍କ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ହ୍ବାଟ୍ସଆପ୍ ଖୋଲନ୍ତୁ ।
- ଏହାପରେ ଆପଣ ଗୋଟିଏ ଚାଟ୍ ବା ଏକାଧିକ ଚାଟ୍ (ଯାହାକୁ ହାଇଡ୍ କରିବାକୁ ଚାହୁଁଛନ୍ତି) ସିଲେକ୍ଟ କରନ୍ତୁ ।
- ଏହାପରେ ଡାହାଣ ପାର୍ଶ୍ବର ଉପରି ଭାଗରେ ଥିବା ଥ୍ରି-ଡଟ୍ ଆଇକନ ଉପରେ Tap କରନ୍ତୁ ।
- ପରେ Lock Chat ଉପରେ ଟାପ୍ କରନ୍ତୁ ।
- ଏହାପରେ ଆପଣଙ୍କ ମୋବାଇଲ ସ୍କ୍ରିନ ଉପରେ ଏକ ମେସେଜ ପପ୍ ଅପ୍ ହେବ, ଯେଉଁଥିରେ ଲେଖାଥିବ 'Keep this chat locked and hidden' ।
- Continue ଉପରେ ଟାପ୍ କରନ୍ତୁ । ଏହାପରେ ଆପଣଙ୍କ ଚାଟ୍ ହାଇଡ୍ ହୋଇଯିବ ।
- ହାଇଡ୍ ହୋଇଥିବା ଚାଟ୍ଟି କେବଳ ଆପଣଙ୍କ ଫୋନର Biometrics (ଫିଙ୍ଗରପ୍ରିଣ୍ଟ, ଫେସ୍ଲକ)ରେ ଖୋଲିବ ।