ହାଇଦ୍ରାବାଦ: ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଭାବରେ ଗୁଗଲ୍ ସର୍ଚ୍ଚକୁ ବିବେଚନା କରାଯାଏ । କାରଣ ଏହି ସର୍ଚ୍ଚ ଇଞ୍ଜିନ ବିଶ୍ବର ଅଧିକାଂଶ ଉପଭୋକ୍ତାଙ୍କ ଦ୍ବାରା ବ୍ୟବହୃତ ହୁଏ । ଏହାର ୟୁଜରଙ୍କୁ ଆକର୍ଷିତ କରିବା ପାଇଁ ଗୁଗଲ ଏହାର ସର୍ଚ୍ଚ ଇଞ୍ଜିନରେ ଅନେକ ଆଧୁନିକ ପରିବର୍ତ୍ତନ ମଧ୍ୟ ଜାରି ରଖିଛି, ଯାହା ଦ୍ବାରା ଉପଭୋକ୍ତା ଅଭିଜ୍ଞତା କ୍ରମାଗତ ଭାବେ ଉନ୍ନତି ହେବ । ଗତ କିଛି ବର୍ଷ ମଧ୍ୟରେ ଟେକ୍ ଜଗତରେ AI ବହୁତ ବିସ୍ତାର କରିଛି ଏବଂ ଗୁଗଲ୍ ଏହାର ଅନେକ ସେବାରେ AI ଫିଚର ମଧ୍ୟ ଅନ୍ତର୍ଭୁକ୍ତ କରିଛି ଏବଂ ବର୍ତ୍ତମାନ କମ୍ପାନୀ ଗୁଗଲ୍ ସର୍ଚ୍ଚରେ AI ମୋଡ୍ ଆଣିବାକୁ ଯୋଜନା କରୁଛି ।
ଗୁଗୁଲ୍ ସର୍ଚ୍ଚର AI ମୋଡ୍
ଏକ ସଦ୍ୟତମ ରିପୋର୍ଟ ଅନୁଯାୟୀ ଗୁଗଲ୍ ଏହାର ସର୍ଚ୍ଚ ଇଞ୍ଜିନ ୟୁଜରଙ୍କୁ ଅର୍ଥାତ୍ ଗୁଗୁଲ୍ ସର୍ଚ୍ଚରେ AI ମୋଡ୍ର ଏକ ନୂତନ ଅପସନ ଦେଇପାରେ । ଗୁଗଲ୍ ସର୍ଚ୍ଚ ପେଜ୍ର ଏହି ନୂତନ AI ମୋଡ୍କୁ ସବୁଠୁ ଉପରେ ରଖାଯାଇପାରେ, ଯାହାକୁ ୟୁଜର କ୍ଲିକ କରି ଯେକୌଣସି ପ୍ରସଙ୍ଗର AI- ଆଧାରିତ ରେଜଲ୍ଟ ପାଇପାରିବେ । ଗୁଗଲ୍ ସର୍ଚ୍ଚର ଏହି ଫିଚର ଏବଂ ଏହାର ଲୁକ୍ Geminiରେ ଥିବା ଚାଟ୍ ୱିଣ୍ଡୋ ସହିତ ସମାନ ହୋଇପାରେ । ଏହା ବ୍ୟତୀତ ଗୁଗଲ୍ ସର୍ଚ୍ଚରେ ୟୁଜରମାନେ AI ମୋଡ୍ ବ୍ୟବହାର କରି ଯେଉଁ ପ୍ରସଙ୍ଗ ଉପରେ ରେଜଲ୍ଟ ଖୋଜିବେ, ସେହି ରେଜଲ୍ଟ ପେଜରେ ତାହାର ଉତ୍ସଗୁଡିକର ଲିଙ୍କ୍ ମଧ୍ୟ ଦୃଶ୍ୟମାନ ହେବ ଯାହା ବ୍ୟବହାର କରି Gemini ଫଳାଫଳ ଦେଖାଏ ।