ହାଇଦ୍ରାବାଦ:ଭାରତର ପ୍ରଥମ ମାନବ ମିଶନ 'ଗଗନ ଯାନ'ରେ ଏକ ଅଂଶ ପାଲଟିବ ଫ୍ରୁଟ ଫ୍ଲାଏ ବା ଫଳ ମାଛି । ଏହାକୁ ଗଗନ ଯାନ ମିଶନରେ ଜୈବିକ ପରୀକ୍ଷଣ ଏହି ମାଛିକୁ ପଠାଯିବ । ଅନେକ ଜୀବଙ୍କୁ ପରୀକ୍ଷଣ ପରେ କର୍ଣ୍ଣାଟକ ଧାରୱାଦ ସ୍ଥିତ କୃଷି ବିଜ୍ଞାନ ବିଶ୍ବବିଦ୍ୟାଳୟ (UAS) ଏବଂ କେରଳ ତ୍ରିବାନ୍ଦ୍ରମ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (IIST) ଫଳ ମାଛିକୁ ପଠାଇବାକୁ ନିଷ୍ପତ୍ତି ନେଇଛି ।
କାହିଁକି ମହାକାଶ ଯିବ ଫଳ ମାଛି ?
ମହାକାଶରେ ଡିହାଇଡ୍ରେଟେଡ୍ ଖାଦ୍ୟ ଖାଇବା, ପରିସ୍ରା ପରିମାଣ ହ୍ରାସ ସହିତ ଅମ୍ଳୀୟ ପରିସ୍ରା, ଅଧିକ କ୍ୟାଲସିୟମ ନିର୍ଗତ ଯୋଗୁଁ ହାଡ ଦୁର୍ବଳ ହେବା ଫଳରେ ମହାକାଶଚାରୀମାନେ ଅଧିକ ଅସୁରକ୍ଷିତ ହୋଇଯାଆନ୍ତି । ଏହାସହିତ ସେମାନଙ୍କ କିଡନୀରେ ଷ୍ଟୋନ ହେବାର ଆଶଙ୍କା ଅଧିକ ରହିଥାଏ । ତେଣୁ ମହାକାଶରେ କିଡନୀ ଷ୍ଟୋନ ଗଠନର ମଲିକ୍ୟୁଲାର ମେକାନିଜମ ବୁଝିବାର ଆବଶ୍ୟକତା ଅଛି ଏବଂ କିଡନୀ ଷ୍ଟୋନର ବିପଦକୁ ହ୍ରାସ କରିବା ପାଇଁ ଉନ୍ନତ ଚିକିତ୍ସା ଆବଶ୍ୟକ । ଏହି ଉଦ୍ଦେଶ୍ୟରେ ଗବେଷଣା ପାଇଁ ଫଳ ମାଛିକୁ ମହାକାଶ ପଠାୟିବ ।
ଆହୁରି ସରଳ ଭାଷାରେ କହିଲେ, ମହାକାଶରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ନଥିବାରୁ ହାଡ଼ ଓ ମାଂସପେଶୀ ଦୁର୍ବଳ ହୋଇଯାଏ । ଏହାପରେ ଶରୀରରୁ କ୍ୟାଲସିୟମ ନିର୍ଗତ ହୋଇଥାଏ । ଯାହାକି ପରବର୍ତ୍ତୀ ସମୟରେ କିଡନୀରେ ଏକଜୁଟ ହୋଇ ଷ୍ଟୋନ ତିଆରି କରନ୍ତି । ଏଥିଲାଗି ମହାକାଶଚାରୀଙ୍କ ଶରୀରରେ କିଡନୀ ଷ୍ଟୋନ ହେବାର ଅଧିକ ଆଶଙ୍କା ରହିଥାଏ । ହେଲେ ପୃଥିବୀ ଓ ମହାକାଶରେ କିଡନୀ ଷ୍ଟୋନ ଗଠନ କିପରି ପରସ୍ପରରୁ ଭିନ୍ନ, ସେ ସମ୍ପର୍କରେ ଜାଣିବା ଲାଗି ଏହି ଅଧ୍ୟୟନ କରାଯାଉଛି ।
ଏହା ବି ପଢନ୍ତୁ |
ଫଳ ମାଛି ହିଁ କଣ ପାଇଁ ?