ଓଡିଶା

odisha

ETV Bharat / technology

2025ରେ ଆସିବ ପ୍ରଥମ 'ମେଡ୍‌ ଇନ ଇଣ୍ଡିଆ' ସେମିକଣ୍ଡକ୍ଟର ଚିପ୍‌: ଅଶ୍ବିନୀ ବୈଷ୍ଣବ - FIRST MADE IN INDIA SEMICONDUCTOR

ବଡ଼ ଅପଡେଟ୍‌ ଦେଲେ କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଚଳିତ ବର୍ଷ ଆସିଯିବ ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍‌ । ଅଧିକ ପଢନ୍ତୁ

First Made in India semiconductor chip expected to be rolled out by 2025
First Made in India semiconductor chip expected to be rolled out by 2025 (Image Credit: PIB)

By ETV Bharat Tech Team

Published : Feb 26, 2025, 10:45 AM IST

ନୂଆଦିଲ୍ଲୀ:କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମେଡ୍‌ ଇନ୍‌ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍‌କୁ ନେଇ ବଡ଼ ଘୋଷଣା କରିଛନ୍ତି । ଭାରତ ଚଳିତ ବର୍ଷ ଅର୍ଥାତ 2025ରେ ମେନ୍‌ ଇନ୍‌ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନ ଲାଗି ପ୍ରସ୍ତୁତ ହୋଇଯିବ ବୋଲି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଆୟୋଜିତ 'ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫'ର ଦ୍ବିତୀୟ ଦିନରେ ଘୋଷଣା କରିଛନ୍ତି । ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ବିବୃତ୍ତି ରଖିଛନ୍ତି ।

ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍‌

ଭାରତ ସେମିକଣ୍ଡକ୍ଟର ଚିପ୍‌ ବିକାଶରେ ମହତ୍ତ୍ବପୂର୍ଣ୍ଣ ସ୍ଥାନ ହାସିଲ କରିଛି, ଯେଉଁଠି ଏକା ସହିତ 5 ୟୁନିଟ୍‌ରେ କାମ ଚାଲିଛି । ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ 2025 ପର୍ଯ୍ୟନ୍ତ ଆସିଯିବ । ଏହାସହିତ ଭାରତ ସରକାର ଅତ୍ୟାଧୁନିକ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫାକଚରିଂ ଲାଗି 85 ହଜାର ଇଞ୍ଜିନିୟରଙ୍କୁ ତାଲିମ ପ୍ରଦାନ କରୁଛନ୍ତି ।

ବୈଦ୍ୟୁତିକ ଉତ୍ପାଦନ କ୍ଷେତ୍ରରେ ଅଦ୍ଭୂତପୂର୍ବ ଅଗ୍ରଗତି

ଗତ କିଛି ଦଶନ୍ଧି ଧରି, ଭାରତର ବୈଦ୍ୟୁତିକ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ଅଦ୍ଭୂତପୂର୍ବ ରହିଛି, ଯାହାର ମୂଲ୍ୟ 10 ଲକ୍ଷ କୋଟିରେ ପହଞ୍ଚିଛି । ଭାରତ ଏବେ 2.5ଲକ୍ଷ କୋଟି ଟଙ୍କାର ବୈଦ୍ୟିତିକ ସାମଗ୍ରୀ ରପ୍ତାନି କରୁଛି, ଯେଉଁଥିରେ ମୋବାଇଲ (4ଲକ୍ଷ କୋଟି ଟଙ୍କା), ଲାପଟପ୍‌, ସର୍ଭର, ଟେଲିକମ ଉପକରଣ (75ହଜାର କୋଟି) ଏବଂ ପ୍ରତିରକ୍ଷା ଓ ମେଡିକାଲ୍ ଇଲେକ୍ଟ୍ରୋନିକ୍ସ ସମେତ ୫ ଲକ୍ଷ କୋଟି ଟଙ୍କାର ଇଲେକ୍ଟ୍ରୋନିକ୍ସ ରପ୍ତାନି କରୁଛି । ଭାରତରୁ ରପ୍ତାନି ହେଉଥିବା 3 ଶ୍ରେଷ୍ଠ ସାମଗ୍ରୀ ମଧ୍ୟରୁ ଇଲେକ୍ଟ୍ରୋନିକ୍ସ ରହିଛି ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି ।

ସେମିକଣ୍ଡକ୍ଟର ଚିପ୍‌ କଣ ?

ସେମିକଣ୍ଡକ୍ଟର ଏକ ସିଲିକନ ଚିପ୍‌ । ଏହାକୁ ବିଭିନ୍ନ ବୈଦ୍ୟୁତିକ ଉପକରଣରେ ବ୍ୟବହାର କରାଯାଇଥାଏ । ସେମିକଣ୍ଡକ୍ଟର ଗାଡି, ସ୍ମାର୍ଟଫୋନ, କମ୍ପ୍ୟୁଟର, ଏଟିଏମ, କାର, ଡିଜିଟାଲ କ୍ୟାମେରା, AC, ଫ୍ରିଜ ଆଦିରେ ବ୍ୟବହାର କରାୟାଇଥାଏ । ଖାଲି ସେତିକି ନୁହେଁ, ମିସାଇଲରେ ମଧ୍ୟ ସେମିକଣ୍ଡକ୍ଟର ଚିପ୍‌ର ଆବଶ୍ୟକତା ପଡ଼ିଥାଏ । ଏହାସହିତ ହାଇଟେକ‌୍‌ କାରର ସେନ୍ସର୍ସ, ଡ୍ରାଇଭର ଆସିଷ୍ଟାଣ୍ଟ, ପାର୍କିଂ ରିଅର କ୍ୟାମେରା, ଏୟାରବ୍ୟାଗ ଓ ଏମରଜେନ୍ସି ବ୍ରେକିଂରେ ସେମିକଣ୍ଡକ୍ଟରର ବ୍ୟବହାର ହୋଇଥାଏ ।

ଭାରତରେ ମୋଟ 5 ସେମିକଣ୍ଡକ୍ଟର ୟୁନିଟ୍‌

କେନ୍ଦ୍ର କ୍ୟାବିନେଟ୍ ଗୁଜୁରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଗୁଜୁରାଟର ସାନନ୍ଦରେ ସିଜି ପାୱାର ସମେତ ସମଗ୍ର ଦେଶରେ ଏକାଧିକ ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠାକୁ ଅନୁମୋଦନ କରିଛି । ଏଥିସହ ସାନନ୍ଦରେ ଏକ ୟୁନିଟ୍ ସ୍ଥାପନ କରିବାକୁ କେନ୍ସ ସେମିକନ୍ ପିଭି ଲିମିଟେଡ୍‌କୁ ଅନୁମୋଦନ ପ୍ରଦାନ କରାଯାଇଛି । ତେବେ ଗୁଜୁରାଟ ଧୋଲେରାରେ 3ଟି, ଗୁଜୁରାଟ ସାନନ୍ଦରେ ଗୋଟିଏ ଓ ଆସାମ ମୋରିଗାଓଁରେ ଗୋଟିଏ ୟୁନିଟ୍‌ ଅଛି ।

ଏହା ବି ପଢନ୍ତୁ
  1. ଆଉ ଏକ ସେମିକଣ୍ଡକ୍ଟର ୟୁନିଟକୁ ମୋଦି କ୍ୟାବିନେଟରେ ମଞ୍ଜୁରୀ; ଗୁଜୁରାଟରେ ତୃତୀୟ, ଦେଶରେ 5ମ
  2. ଭାରତୀୟ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ସୁଯୋଗ ଓ ସମ୍ଭାବନା

ABOUT THE AUTHOR

...view details