ହାଇଦ୍ରାବାଦ:ବିଜ୍ଞାନର ଚମତ୍କାରିତା । ଏଣିକି ଯାହା ଚାହିଁବେ ତାହା କରିବାରେ ସମ୍ଭବ ହୋଇପାରିବେ । ପୂର୍ବରୁ କର୍ମ କଲେ ହିଁ ଫଳ ମିଳିବ ବୋଲି କୁହାଯାଉଥିବା ବେଳେ ଏବେ କିନ୍ତୁ ଭାବିଲେ ସମ୍ଭବ ହୋଇପାରିବ ବୋଲି କୁହାଯାଉଛି । ଭାବିଲେ ଗେମ ଖେଳିବା ମଧ୍ୟ ସମ୍ଭବ ହେବ । କେବଳ ସୁସ୍ଥ ବ୍ୟକ୍ତି ନୁହନ୍ତି ପକ୍ଷାଘାତ ରୋଗୀଙ୍କ କ୍ଷେତ୍ରରେ ବି ଏହା ସମ୍ଭବ ଅଟେ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏକଥା ଆମେ କହୁନାହୁଁ, ବରଂ ଏଭଳି କାର୍ଯ୍ୟକୁ ସଫଳ କରିପାରିଛି ବିଲେନିୟର ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ।
ନିକଟରେ ନ୍ୟୁରୋଲଙ୍କ ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କରେ ଏକ ଚିପ୍ ଲଗାଇଥିବା ବେଳେ ଏହାର ଭିଡିଓ ସାମ୍ନାକୁ ଆସିଛି । ବ୍ୟକ୍ତି ଜଣକ ଭାବିବା ମାତ୍ରେ ଗେମ୍ ଖେଳିବାରେ ସକ୍ଷମ ହୋଇପାରିଛନ୍ତି । ତେବେ ନ୍ୟୁରୋଲିଙ୍କ ପକ୍ଷରୁ ଏହି ଭିଡିଓ ପୋଷ୍ଟ କରାଯାଇଥିବା ବେଳେ ଏଲନ ମସ୍କ ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି । ନ୍ୟୁରୋଲିଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ କିଛି ଘଣ୍ଟା ମଧ୍ୟ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି ।
ଯଦି ଭିଡିଓ ବିଷୟରେ କହିବା ତାହେଲେ 29 ବର୍ଷୀୟ ବ୍ୟକ୍ତି ନୋଲାଣ୍ଡ ଆର୍ବାଗ୍ ଏକ ଅପରେସନ କରିଥିଲେ । ଭିଡିଓରେ ବ୍ୟକ୍ତିଙ୍କ ସହିତ ନ୍ୟୁରୋଲିଙ୍କ ଇଞ୍ଜିନିୟର ନଜର ଆସିଛନ୍ତି । ନୋଲାଣ୍ଡ ଆର୍ବାଗଙ୍କ ମସ୍ତିଷ୍କରେ ଚିପ୍ ଲଗାଯାଇଥିଲା, ସେ କ୍ୱାଡ୍ରିପ୍ଲେଜିକ୍ ନାମକ ଏକ ରୋଗରେ ପୀଡିତ ଥିଲେ । ଏହି କାରଣରୁ ତାଙ୍କ ପକ୍ଷାଘାତ ହୋଇଥିଲା । ଏଭଳି ସ୍ଥିତିରେ ବ୍ୟକ୍ତି କେବଳ ହ୍ବିଲ ଚେୟାରରେ ବସି ରହିଥାଆନ୍ତି ।
ଏହା ମଧ୍ୟ ପଢନ୍ତୁ: ବିଶ୍ବରେ ପ୍ରଥମ, ମନୁଷ୍ୟ ମସ୍ତିଷ୍କରେ ଲାଗିଲା ବ୍ରେନ୍ ଚିପ୍