ହାଇଦ୍ରାବାଦ: ରୋଷେଇ ଘରେ ଅସରପା ଚଳପ୍ରଚଳ ଶରୀର ପାଇଁ ହାନିକାରକ ହୋଇଥାଏ । କାରଣ ଏହି କୀଟଟି ଖାଇବାରେ ଚାଲିବା ସହ ମଳତ୍ୟାଗ ମଧ୍ୟ କରିଥାଏ । ଯାହାକି ଖାଦ୍ୟକୁ ବିଷାକ୍ତ କରିବା ସହ ସେଥିରୁ ଏକ ଦୁର୍ଗନ୍ଧ ବାହାରିବା ସହ ଏହା ଅସ୍ବାଦଯୁକ୍ତ ଲାଗେ । ଏଣୁ ଏହି ବିଷାକ୍ତ କୀଟଠାରୁ ଦୂରେଇ ରହିବା ଉଚିତ । ଏଥିଲାଗି ଆପଣଙ୍କୁ କିଛି ରାସାୟନିକ ସ୍ପ୍ରେର ଆବଶ୍ୟକ । ଏଥିଲାଗି ଆପଣଙ୍କୁ ଏହି ରାସାୟନିକ ସ୍ପ୍ରେର ନାଁ ଜାଣିବା ଉଚିତ ।
ଏହି ରାସାୟନିକ ପଦାର୍ଥକୁ ଘରକୁ ଆଣନ୍ତୁ:-
- Boric Acid Spray:ଆପଣଙ୍କୁ ଅସରପାଠାରୁ ମୁକ୍ତି ପାଇବାକୁ ହେଲେ ରସାୟନ ବିଜ୍ଞାନର ଧାରଣା ଥିବା ଆବଶ୍ୟକ । ତେବେ ଏହି ବୋରିକ୍ ଏସିଡ୍ ରୋଷେଇ ଘରେ ଅସରପାର ମୂଳପୋଛ କରିବାକୁ ଏକ ଉପଯୁକ୍ତ ରାସାୟନିକ ପଦାର୍ଥ । ତେବେ ଆପଣଙ୍କୁ କଣ କରିବାକୁ ହେବ କିଛି ବୋରିକ୍ ଏସିଡ୍ ନେବାକୁ ହେବ । ଏହାପରେ କୌଣସି ଶସ୍ୟର ଗୁଣ୍ଡ ଯେପରିକି ଅଟାରେ ଏହାକୁ ମିଶାଇବାକୁ ହେବ । ଅଟାକୁ ଚକଟି ଛୋଟ ଛୋଟ ବଲ୍ ପ୍ରସ୍ତୁତ କରନ୍ତୁ । ଯେଉଁଠି ଅଧିକ ଅସରପା ବାହାରୁଛନ୍ତି ସେଠାରେ ଏହି ବଲ୍ଗୁଡ଼ିକୁ ରଖନ୍ତୁ । ଅସରପା ଏହାକୁ ଖାଇବା ମାତ୍ରେ ମୃତ୍ୟୁର ଶିକାର ହେବ ।
- Borax spray: ବୋରିକ୍ ଏସିଡ୍ ପରି ବୋରାକ୍ସ ମଧ୍ୟ ଏପରି ଏକ ରାସାୟନିକ ପଦାର୍ଥ ଯାହାକୁ ଅସରପାକୁ ମାରିବାରେ ବ୍ୟବହାର କରାଯାଇପାରିବ । ଏହା ବୋରିକ୍ ଏସିଡ୍ ପରି ସମାନ କାମ କରିଥାଏ । ବୋରାକ୍ସ ପାଉଡରକୁ କିଛି ମିଠାଯୁକ୍ତ ଖାଦ୍ୟରେ ମିଶାନ୍ତୁ । ଏହାକୁ ଅସରପା ବାହାରୁଥିବା ସ୍ଥାନରେ ରଖନ୍ତୁ ।
- Ammonia solution:ଡ୍ରେନେଜ୍ ପାଇପ୍ ଏବଂ ସିଙ୍କରେ ଲୁଚି ରହିଥିବା ଅସରପାରୁ ମୁକ୍ତି ପାଇବା ପାଇଁ ଆମୋନିଆ ବ୍ୟବହାର କରାଯାଇପାରିବ । ଏକ କପ୍ ଆମୋନିଆକୁ ଏକ ବାଲ୍ଟିରେ ପାଣି ସହିତ ମିଶାନ୍ତୁ, ତା’ପରେ ଏହାକୁ ଡ୍ରେନ୍ ପାଇପ୍ ତଳକୁ ଢାଳନ୍ତୁ । ଏହାପରେ ଅସରପାଗୁଡ଼ିକ ସେଠାରୁ ଚାଲିଯିବେ ।
- Listerine Spray: ଲିଷ୍ଟେରାଇନ୍ରେ ଆଣ୍ଟିସେପ୍ଟିକ୍ ଗୁଣ ରହିଛି, ଯାହା ଅସରପାରୁ ମୁକ୍ତି ପାଇବାରେ ଆପଣଙ୍କୁ ସାହାଯ୍ୟ କରିଥାଏ । ଅଧା କପ୍ ଲିଷ୍ଟେରାଇନକୁ ଏକ ସ୍ପ୍ରେ ବୋତଲରେ ପାଣିରେ ମିଶାନ୍ତୁ, ତା’ପରେ ଏହାକୁ ଅସରପା ଅଧିକ ଦେଖାଯାଉଥିବା ସ୍ଥାନଗୁଡ଼ିକରେ ସ୍ପ୍ରେ କରନ୍ତୁ ।
- Liquid Concentrates: ଲିକ୍ବିଡ କନସେଣ୍ଟ୍ରେଟ ଏକ ଜଣାଶୁଣା ଅସରପା ନିୟନ୍ତ୍ରଣ ରାସାୟନିକ ପଦାର୍ଥ । ଏହାକୁ ଅଧିକାଂଶ ଷ୍ଟୋରରେ କିଣାଯାଇପାରିବ । ଏହି ରାସାୟନିକ ପଦାର୍ଥ ମିଶାଇ ଏକ ସଲ୍ୟୁସନ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଅସରପା ବାହାରୁଥିବା ସ୍ଥାନରେ ସ୍ପ୍ରେ କରନ୍ତୁ ।