ହାଇଦ୍ରାବାଦ:ଆପଲ୍ ଆଲୋକର ପର୍ବ ଦୀପାବଳିର ଠିକ ପୂର୍ବରୁ ନୂଆ ଡେସ୍କଟପ କମ୍ପ୍ୟୁଟର iMac ଲଞ୍ଚ କରିଛି । କମ୍ପାନୀ ଏହାକୁ ପାୱାରଫୁଲ M4 ଚିପସେଟ୍ ସହିତ ଆସିଥିବା ବେଳେ ଏହାର ଅନେକ ପ୍ରକାର କଲର ଅପସନ ଦିଆଯାଇଛି । ଆପଲ୍ର ଏହି ଲାଟେଷ୍ଟ iMacରେ କଣ ଫିଚର ରହିଛି, ଏହାର ବିଶେଷତା ଓ ବ୍ୟବହାରକାରୀଙ୍କୁ କଣ ଫାଇଦା ମିଳିବ ସେ ସମ୍ପର୍କରେ ବିସ୍ତୃତ ଭାବରେ କହିବାକୁ ଯାଉଛୁ ।
ଲାଟେଷ୍ଟ 24-ଇଞ୍ଚ iMacର ବିଶେଷତା:-
- iMacର ବେସ ଭାରିଏଣ୍ଟକୁ 16GB RAM ସହିତ ଲଞ୍ଚ କରାଯାଇଛି ।
- ହାୟର ଭାରିଏଣ୍ଟରେ ୟୁଜରଙ୍କୁ 31GB ପର୍ଯ୍ୟନ୍ତ ଅପସନ ମିଳିବ ।
- ନୂଆ ଆଇମ୍ୟାକ୍କୁ ନାନୋ-ଟେକ୍ସଚର ଗ୍ଲାସ ପ୍ରଦାନ କରାଯାଇଛି ।
- ଏଥିରେ ବ୍ୟବହାରକାରୀଙ୍କୁ 4ଟି Thunderbolt 4 ପୋର୍ଟ ମିଳିବ ।
- ଭିଡିଓ କଲିଂ ପାଇଁ 12MP କ୍ୟାମେରା
- ପାୱାରଫୁଲ M4 ଚିପ୍ (M1ଚିପ୍ ତୁଳନାରେ M4 ଚିପ୍ 1.7x ଗୁଣା ଭଲ ପ୍ରଦର୍ଶନ କରିବ)
- Apple Intelligence ଫିଚର
- ଅଲଟ୍ରା-ଥିନ୍ ଡିଜାଇନ
- 24 ଇଞ୍ଚର 4.5K ରେଟିନା ଡିସପ୍ଲେ
- 12MP ସେଣ୍ଟର ଷ୍ଟେଜ କ୍ୟାମେରା
- Wi-Fi 6E ଓ ବ୍ଲୁଟୁଥ 5.3
ଏହା ବି ପଢନ୍ତୁ |
ନୂଆ iMac 2ଟି କନଫିଗ୍ରେସନ ସହିତ ଲଞ୍ଚ ହୋଇଛି । ପ୍ରଥମଟି 16ଜିବି Ram ସହିତ ଆସୁଥିବା ବେଳେ ଏଥିରେ 8-କୋର CPU ଓ 8-କୋର GPU ମିଳିବ । ଏହାସହ 256GB ଷ୍ଟୋରେଜ ଓ 2ଟି Thunderbolt 4 ପୋର୍ଟ ମଧ୍ୟ ମିଳିବ । ଅନ୍ୟପଟେ ଅନ୍ୟ ଭାରିଏଣ୍ଟରେ 10-କୋର CPU ଓ 10-କୋର GPU ସହିତ 32GB RAM, 2TB ଷ୍ଟୋରେଜ ଅପସନ ଓ 4ଟି Thunderbolt 4 ପୋର୍ଟ ମିଳିବ ।
M4 ଚିପ୍ର ପରଫର୍ମାନ୍ସ:-