ଓଡିଶା

odisha

ETV Bharat / state

ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା - Man stabbed to death

gajapati Death Case: ଗଜପତି ଜିଲ୍ଲା ମୋହନାର ଚନ୍ଦ୍ରଗିରିରେ ବିବାହ ଶୋଭାଯାତ୍ରାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ଅଭିଯୁକ୍ତଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ । ଅଧିକ ପଢନ୍ତୁ

gajapati Death Case
gajapati Death Case

By ETV Bharat Odisha Team

Published : Mar 13, 2024, 9:44 AM IST

Updated : Mar 13, 2024, 12:49 PM IST

ଗଜପତି:ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ହତ୍ୟା । ଗଜପତି ଜିଲ୍ଲା ମୋହନାର ଚନ୍ଦ୍ରଗିରିରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ ଚନ୍ଦ୍ରଗିରି ଗାଁର ପ୍ରଶାନ୍ତ ପ୍ରଧାନ । ମାତ୍ର ୧୫ ଦିନ ତଳେ ବିବାହ କରିଥିଲେ ପ୍ରଶାନ୍ତ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ଅଭିଯୁକ୍ତ ଶ୍ରୀହରି ପ୍ରଧାନକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟପଟେ ଅଭିଯୁକ୍ତର ଘର ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ ।

ଏହା ମଧ୍ୟ ପଢନ୍ତୁ - ନିଖୋଜ ଆଦିବାସୀ ଚାଷୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୂଚନା ମୁତାବକ, ଗତକାଲି (ମଙ୍ଗଳବାର) ରାତିରେ ମୋହନା ଥାନା ଚନ୍ଦ୍ରଗିରିରେ ଏକ ବରଯାତ୍ରୀ ଶୋଭାଯାତ୍ରା ଚାଲିଥିଲା । ଏଥିରେ ଯୋଗ ଦେଇଥିବା ପ୍ରଶାନ୍ତ ପ୍ରଧାନଙ୍କୁ ଅତର୍କିତ ଭାବେ ଛୁରାମାଡ଼ କରିଥିଲେ ଶ୍ରୀହରି । ଏନେଇ ଗୁରୁତର ଅବସ୍ଥାରେ ପ୍ରଶାନ୍ତକୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ତେବେ ଏହି ଘଟଣାରେ ଅଭିଯୁକ୍ତ ଶ୍ରୀହରି ପ୍ରଧାନଙ୍କୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ - ଶତ୍ରୁତାରୁ ଜଘନ୍ୟକାଣ୍ଡ, ମହିଳାଙ୍କୁ ପଥର ଛେଚି ନିର୍ମମ ହତ୍ୟା !

ଏହା ମଧ୍ୟ ପଢନ୍ତୁ - ନିଖୋଜ ଆଦିବାସୀ ଚାଷୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନ୍ୟପଟେ ଏହି ଘଟଣା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ଶ୍ରୀହରିର ଘର ଜାଳି ଦେବା ସହ ରାସ୍ତା ଅବରୋଧ କରିଛନ୍ତି । ହତ୍ୟାକାରୀ ଯୁବକଙ୍କୁ ହସ୍ତାନ୍ତର ଦାବିରେ ରାତି ଠାରୁ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ l ଫଳରେ ମୋହନା - ପାରଳାଖେମୁଣ୍ଡି 326 ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ଠପ ହୋଇଯାଇଛି l ଚନ୍ଦ୍ରଗିରିରେ ଉତ୍ତେଜନା ଲାଗି ରହିଥିବା ବେଳେ ଆର. ଉଦୟଗିରି ଏସଡିପିଓ ଅଶ୍ୱିନୀ ନାୟକ, ମୋହନା ତହସିଲଦାର ହଳଧର ଶବର, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି l ଏହି ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ଗଜପତି

Last Updated : Mar 13, 2024, 12:49 PM IST

ABOUT THE AUTHOR

...view details