ଓଡିଶା

odisha

ETV Bharat / state

ପ୍ରତି ଜିଲ୍ଲାରେ ହେବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିଅମ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - SCIENCE EXHIBITION 2024

ରାଜ୍ୟ 'ଯୁବ ବିଜ୍ଞାନ ମେଳା ୨୦୨୪' ଉଦଘାଟିତ । ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିଅମ ପ୍ରତିଷ୍ଠା ନେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ।

ଯୁବ ବିଜ୍ଞାନ ମେଳା ୨୦୨୪
ଯୁବ ବିଜ୍ଞାନ ମେଳା ୨୦୨୪ (ETV Bharat Odisha)

By ETV Bharat Odisha Team

Published : Dec 14, 2024, 8:58 PM IST

ଭୁବନେଶ୍ୱର:ଉଦଘାଟନ ହେଲା ରାଜ୍ୟ 'ଯୁବ ବିଜ୍ଞାନ ମେଳା ୨୦୨୪' । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟ 'ଯୁବ ବିଜ୍ଞାନ ମେଳା-୨୦୨୪' । ରାଜ୍ୟ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଆୟୋଜିତ ଏହି ବିଜ୍ଞାନ ମେଳାକୁ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉଦଘାଟନ କରିଛନ୍ତି । ଏହି ବିଜ୍ଞାନ ମେଳାରେ ଶତାଧିକ ଛାତ୍ର ଛାତ୍ରୀ ଭାଗ ନେବା ସହ ସେମାନଙ୍କର ସୃଜନଶୀଳତାର ପ୍ରଦର୍ଶନ କରିଛନ୍ତି । ଏହି ଯୁବ ବୈଜ୍ଞାନିକଙ୍କ ଜ୍ଞାନ କୌଶଳକୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଲି ବୁଲି ଦେଖିବା ସହ ସେମାନଙ୍କ ସୃଜନଶୀଳତାକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

ଯୁବ ବିଜ୍ଞାନ ମେଳା ୨୦୨୪ (ETV Bharat Odisha)

ଏହି ଅବସରରେ ମନ୍ତ୍ରୀ କହିଛନ୍ତି," ଛୋଟ ଛୋଟ ବୈଜ୍ଞାନିକମାନଙ୍କୁ ଦେଖି ମନ ମୋର ପୁରା ଖୁସି ହୋଇଯାଇଛି । ଛୋଟ ବୈଜ୍ଞାନିକମାନଙ୍କ ବୁଦ୍ଧିକୁ ମାନିବାକୁ ପଡିବ । କିଏ ସେନସର କାର ନିର୍ମାଣ କରିଛି ତ କିଏ ଟ୍ରେନରେ କିପରି ଦୁର୍ଘଟଣା ନହେବ ସେ ଉପରେ ପ୍ରୋଜେକ୍ଟ କରିଛନ୍ତି । ତେଣୁ ଏହି କୁନି ବୈଜ୍ଞାନିକଙ୍କ ଜ୍ଞାନକୌଶଳକୁ ନେଇ ଆଜି ବିଜ୍ଞାନ ମେଳା ଉଦଘାଟନ କରି ମୋତେ ବହୁତ ଖୁସି ଲାଗୁଛି । ସାରା ଓଡିଶାର ଅନେକ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି । ପ୍ରଯୁକ୍ତି ବିଦ୍ୟା ଯେତେ ଆଗକୁ ବଢିବ ଆମ ଦେଶ ଓ ରାଜ୍ୟ ଆଗକୁ ଯିବ ଓ ବିଜ୍ଞାନ ଓ ବୈଷୟିକ କ୍ଷେତ୍ର ସେତେ ସମୃଦ୍ଧ ହେବ।"

'ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଓ ସାଇନ୍ସ ପାର୍କ':

ଯୁବ ବିଜ୍ଞାନ ମେଳା ୨୦୨୪ (ETV Bharat Odisha)

ସେ ଆହୁରି କହିଛନ୍ତି," ଆମେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଆଗକୁ ନେବାକୁ ଯାଉଛୁ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରତ୍ୟେକ ଜିଲ୍ଲାରେ ଗୋଟେ ଗୋଟେ ବିଜ୍ଞାନ କେନ୍ଦ୍ର ଓ ସାଇନ୍ସ ପାର୍କ ଖୋଲା ଯିବ । ଏପରିକି ଅନେକ ଜାଗାରେ ପ୍ଲାନେଟୋରିୟମ କାର୍ଯ୍ୟ ଚାଲିଛି ଓ ରାଜ୍ୟରେ ସାଇନ୍ସ ସିଟି ନିର୍ମାଣ ହେବାକୁ ଯାଉଛି । ବିଶେଷ କରି ବିଜ୍ଞାନର ବିକାଶ ସହ ଏଥିପ୍ରତି ପ୍ରତି ପିଲାମାନଙ୍କର କିଭଳି ରୁଚି ବଢିବ ତାହା ଆମ ସରକାର ବିଚାର ବିମର୍ଶ କରୁଛନ୍ତି ।"

ଏହାମଧ୍ଯ ପଢନ୍ତୁ.. ଇସ୍ରୋ ଯିବେ ଓଡ଼ିଶାର ୩୦ ଛାତ୍ରଛାତ୍ରୀ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ - 30 ODIA STUDENTS TO VISIT ISRO

ଏହାମଧ୍ୟ ପଢନ୍ତୁ... ତ୍ଵରାନ୍ବିତ ହେବ ଦୁର୍ଘଟଣା ଜନିତ ଚିକିତ୍ସା: ସବୁ ଜିଲ୍ଲାରେ ଟ୍ରମାକେୟାର, SCBରେ ୫୦୦ ବେଡ୍ ପାଇଁ ପ୍ରସ୍ତାବ - TRAUMA CARE CENTER

ଅନ୍ୟପଟେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀମାନେ ନିଜ ନିଜର ସୃଜନଶୀଳତାର ପ୍ରଦର୍ଶନ କରିଥିବା ବେଳେ ବେଶ ଆକର୍ଷିତ କରିଥିଲା ସ୍ମୃତିମେଧା ପାଣିଗ୍ରାହୀଙ୍କ ସ୍ମାର୍ଟ କ୍ୟୁଓର ହସ୍ପିଟାଲ ଓ ବସନ୍ତ ଚଣ୍ଡାଳଙ୍କ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି । ସ୍ମୃତିମେଧା ଚିକିତ୍ସାଧୀନ ରୋଗୀଙ୍କ ଉତ୍ତମ ଓ ସୁବିଧା ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରକଳ୍ପ ପ୍ରସ୍ତୁତ କରିଥିବା ବେଳେ ବସନ୍ତ ଆଣ୍ଠୁ ଅଣ୍ଟା ଯନ୍ତ୍ରଣା ଓ ଶ୍ୱାସ ଜନିତ ରୋଗର ନିରାକରଣ ପାଇଁ କୃଷକଙ୍କ ପାଇଁ ଏକ କୃଷି ଯନ୍ତ୍ର ପ୍ରସ୍ତୁତ କରିଛନ୍ତି । ଯାହାଦ୍ୱାରା ଚାଷୀଟିଏ ବେଶ ସହଜରେ ଧାନରୁ ଗୋଡି, ମାଟି ଓ ବାଲିକୁ ଅଲଗା କରିପାରିବେ । ଦୁଇ ବୈଜ୍ଞାନିକଙ୍କ ନିଆରା ପ୍ରତିଭାକୁ ମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ଉଭୟ ନିଜ ଗବେଷଣାକୁ ବାସ୍ତବ ରୂପ ଦେବା ସହ ବଡ ବୈଜ୍ଞାନିକ ହେବାର ସ୍ବପ୍ନ ରଖିଛନ୍ତି ।
ଯୁବ ବିଜ୍ଞାନ ମେଳା ୨୦୨୪ (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details