ଭୁବନେଶ୍ବର:ଚଳିତମାସ 20 ତାରିଖରେ କଂଗ୍ରେସର ଯୁବ ଅସନ୍ତୋଷ ସମାବେଶ । 8 ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିବ ଯୁବ କଂଗ୍ରେସ । ଏନେଇ ସାମ୍ବାଦିକ ସମିଳନୀରେ ସୂଚନା ଦେଛନ୍ତି ଯୁବ କଂଗ୍ରେସ ନେତା । ଜାତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଉଦୟ ଭାନୁ ଚିବ୍ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବାକୁ ରଣନୀତି ପ୍ରସ୍ତୁତ ହେଉଛି ।
- ବିଜେପି ସରକାରକୁ ଯୁବ କଂଗ୍ରେସର ଟାର୍ଗେଟ :
ଯୁବ କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଥିଲା । କଂଗ୍ରେସ ପକ୍ଷରୁ କୁହଯାଇଛି ଯେ, ରାଜ୍ୟରେ ବିଜେପି ସରକାର ଶାସନରେ ପ୍ରତାରିତ ହେଉଛନ୍ତି ଯୁବକ, ନିଯୁକ୍ତି ସୁଯୋଗ ମିଳୁନାହିଁ ସେଥିପାଇଁ ଯୁବ ବର୍ଗ ଆଜି ଅବହେଳିତ । ଦେଶରେ ୨ କୋଟି ଯୁବକଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲେ ମୋଦି ସରକାର କିନ୍ତୁ ତାହା ମିଳିଲା ନାହିଁ । ରାଜ୍ୟ ରାଜଧାନୀ ସହ ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଦିନ ଦ୍ୱିପ୍ରହରରେ ରାଜଧାନୀରେ ମୁଣ୍ଡ ଗଡୁଛି, ରାଜ୍ୟରେ ଯାଜପୁର, ବାଲେଶ୍ୱର, ଖୋର୍ଦ୍ଧାରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମୁଖ୍ୟ ହେଲେ ନିୟନ୍ତ୍ରଣ ଭିତରେ ନାହିଁ ଆଇନ ଶୃଙ୍ଖଳା ସ୍ଥିତି । ଶାସନରେ ଆସିବା ପରେ ଚିଟଫଣ୍ଡ ଅର୍ଥ ଫେରସ୍ତ ହେବ ବୋଲି ବିଜେପି କହିଥିଲା, ତାହା ମଧ୍ୟ ପୂରଣ ହୋଇନାହିଁ । ଏହାକୁ ବିରୋଧ କାରି ଯୁବ କଂଗ୍ରେସ ଏହି ବିକ୍ଷୋଭ ବା ଘେରାଉ କାର୍ଯ୍ୟକ୍ରମ ଆୟୋଜନ କରୁଛି ।
20ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ଯୁବ କଂଗ୍ରେସ (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ନବ ଦାସ ହତ୍ୟା ମାମଲା:‘ ପରିବାର ଲିଖିତରେ ଦେଲେ CBI ତଦନ୍ତ କଥା ସରକାର ବିଚାର କରିବେ ’ - NABA DAS MURDER CASE
ଯୁବ କଂଗ୍ରେସର 8 ଦଫା ଦାବି:
କଂଗ୍ରେସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ବିଜେପି ସରକାର ସମୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଯୁବ କଂଗ୍ରେସ ପକ୍ଷରୁ ଯୁବ ଅସନ୍ତୋଷ ସମାବେଶ କରାଯିବ । ଆଇନ ଶୃଙ୍ଖଳା ସ୍ଥିତିରେ ସୁଧାର ଆଣିବା, ଦଳିତ ଆଦିବାସୀ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବନ୍ଦ ହେଉ, ଖଣି ଖାଦାନରେ ବ୍ୟାପକ ଲୁଟ ବନ୍ଦ ହେଉ, ଚିଟଫଣ୍ଡ କ୍ଷତିଗ୍ରସ୍ତ ସେମାନଙ୍କ ଅର୍ଥ ଫେରି ପାଆନ୍ତୁ, ନିର୍ବାଚନୀ ପ୍ରତିଶୃତି ପାଳନ କରୁ ବିଜେପି 300 ୟୁନିଟ ମାଗଣା ବିଜୁଳି ପ୍ରଦାନ କରୁ, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଵୃଦ୍ଧି ନିୟନ୍ତ୍ରଣ କରନ୍ତୁ ସରକା, ନିଯୁକ୍ତି ନାହିଁ, ବେକାରୀ ସମସ୍ୟାରେ ରୋକ ଲାଗୁ, ଦୁର୍ନୀତିଗ୍ରସ୍ତ ଏବଂ କଳା ତାଲିକା ଭୁକ୍ତ କମ୍ପାନୀମାନଙ୍କୁ ପ୍ରୋତ୍ସାହନ ବନ୍ଦ କରାଯାଉ । ଏଭଳି ୮ ଦଫା ଦାବି ନେଇ ରାଜ୍ୟ ସରକାରଙ୍କୁ ଘେରିବାଜୁ ଆହ୍ୱାନ ଦେଇଛି ଯୁବ କଂଗ୍ରେସ ବୋଲି କହିଛନ୍ତି ଯୁବ କଂଗ୍ରେସ ନେତା ୟାଶୀର ନବାଜ ।
ଏହା ମଧ୍ୟ ପଢନ୍ତୁ-ପିସିସି ରେସ୍ରେ ଯୁବକ ଓ ବୟସ୍କ, ଇସାରା ଦେଲେ ବରିଷ୍ଠ ନେତା ରାମଚନ୍ଦ୍ର କାଡାମ - ODISHA NEW PCC PRESIDENT
କଂଗ୍ରେସ ନେତା ୟାଶୀର ନବାଜ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ''ବିଜେପିର ଆଉ 300 ୟୁନିଟ୍ ବିଜୁଳି କଥା ମନେପଡୁନି, କାରଣ ମିଛ କଥା କହି ସରକାରକୁ ଆସିବାକୁ ଏପରି କହିଥିଲେ । ପୁଞ୍ଜିପତି ମାନେ ଯେଉଁ ଅଛନ୍ତି ଯାହାଙ୍କ ନାମରେ ହଜାର ହଜାର କୋଟି ଟଙ୍କାର ବିଜୁଳି ବକେୟା ରହିଛି । ସାଧାରଣ ଲୋକଙ୍କ ତଣ୍ଟିଚିପିକି ସ୍ମାର୍ଟ ଭାବରେ ଟଙ୍କା ଆଦାୟ କରାଯାଉଛି, ତାଉପରେ ସରକାର ଗୁରୁତ୍ବ ଦେଉନାହାନ୍ତି । ଏହାକୁ ନେଇ ଆସନ୍ତା 20 ତାରିଖରେ କଂଗ୍ରେସର ଯୁବ ଅସନ୍ତୋଷ ସମାବେଶ ହେବ ।''
ଇଟିଭି ଭାରତ, ଭୁବନେଶ୍ବର