ଓଡିଶା

odisha

By ETV Bharat Odisha Team

Published : Mar 3, 2024, 7:26 AM IST

Updated : Mar 3, 2024, 9:55 AM IST

ETV Bharat / state

ନିର୍ବାଚନ ପୂର୍ବରୁ ବିଗୁଡୁଛି ଅପରାଧିକ ସ୍ଥିତି, ସାଇଡ ମରାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ

Young Man Brutally Attacked: ସାଇଡ ମରାକୁ କେନ୍ଦ୍ର କରି ଯୁବକଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଅଧିକ ପଢନ୍ତୁ

ରାଜଧାନୀରେ ବଢୁଛି ଅପରାଧ
ରାଜଧାନୀରେ ବଢୁଛି ଅପରାଧ

ନିର୍ବାଚନ ପୂର୍ବରୁ ବିଗୁଡୁଛି ଅପରାଧିକ ସ୍ଥିତି

ଭୁବନେଶ୍ବର:ରାସ୍ତା ଉପରେ ରୋଡ ରୋମିଓଙ୍କ ଉତ୍ପାତ । ସାଇଡ ମରାକୁ କେନ୍ଦ୍ର କରି ଯୁବକଙ୍କୁ ମାଡ଼ ମରାଯାଇଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଇନଫୋସିଟି ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଏହା ପଛରେ କିଛି ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ର ସାମିଲ ଥିବା ସନ୍ଦେହ କରାଯାଉଛି । ଶ୍ରୀବିହାର ଅଞ୍ଚଳର ଯୁବକ ଜେପି ରାଜେଶ ରତନଙ୍କୁ ଏଭଳି ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସେ ନିଜର ଗାଡି ଯୋଗେ ମାଗ୍ନେଟ ଛକରୁ ଶିଖରଚଣ୍ଡି ଆଡ଼କୁ ଯିବା ସମୟରେ ତାଙ୍କ ଗାଡି ସାମ୍ନାରେ କିଛି ଯୁବକ ଗାଡି ସାଇଡ ମାରିଥିଲେ । ଏନେଇ ପ୍ରତିବାଦ କରିବାରୁ ସେମାନେ ଅଶାଳୀନ ଭାଷାରେ ଗାଳି ଗୁଲଜ ସହ ଧମକ ଚମକ ଦେଇଥିଲେ । ଏଥିରେ ଭୟଭୀତ ହୋଇ ରାଜେଶ ସେଠାରୁ ପଳାଇ ଆସିବା ପରେ ସମ୍ପୃକ୍ତ ଯୁବକମାନେ ତାଙ୍କୁ ପିଛା କରି ଆସି ପ୍ରଶାନ୍ତି ବିହାର ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ ।

ଅଭିଯୋଗକାରୀ ଜଣଙ୍କ ଜୀବନ ବିକଳରେ ସେଠାରେ ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ଆସି ଉଦ୍ଧାର କରିଥିଲେ । ଘଟଣାକୁ ନେଇ ଇନଫୋସିଟି ଥାନାର ଦ୍ବାରସ୍ଥ ହୋଇଛନ୍ତି ରାଜେଶ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା କରିଛି। ଆକ୍ରମଣକାରୀ ଯୁବକଙ୍କ ସିସିଟିଭି ଫୁଟେଜ ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ କେତେକ ଅଭିଯୁକ୍ତ ସ୍ଥାନୀୟ ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ର ବୋଲି ଜଣାପଡିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଇନଫୋସିଟି ଥାନା ଅଧିକାରୀ ।

ଏହା ବି ପଢନ୍ତୁ...ନିର୍ବାଚନ ପୁର୍ବରୁ ଅଶାନ୍ତ ହେଲା ରାଜଧାନୀ, କାରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ

ଏହା ବି ପଢନ୍ତୁ...ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ବଡ ପଦକ୍ଷେପ, ରାଜ୍ୟ ପୋଲିସକୁ ମିଳିଲା 285 ପୋଲିସ ଯାନ


ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ନିଳାଦ୍ରୀ ବିହାରର ଏକ ଏଟିଏମ୍ ସାମ୍ନାରେ କାର ଉପରକୁ କିଛି ଦୁର୍ବୃତ୍ତ ବୋମା ଫିଙ୍ଗିଥିଲେ । ପୋଲିସ ଘଟଣା ସମ୍ପର୍କରେ ତଦନ୍ତ କରିଥିଲା । ଦୁଇ ଜଣ ଯୁବକ ବାଇକ ଯୋଗେ ଆସି ଏପରି ବୋମାମାଡ କରିଥିବା ଜଣାପଡ଼ିଥିବାବେଳେ ଏଯାବତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ସେହିଦିନ ଅପରାହ୍ନ ସମୟରେ ଏହିଭଳି ଆଉ ଏକ ଅପରାଧ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଆଗକୁ ନିର୍ବାଚନ ଥିବାବେଳେ ଏଭଳି ଅପରାଧ ବଢୁଥିବାବେଳେ ଏହାକୁ ନିୟନ୍ତ୍ରଣ କରିବା ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 3, 2024, 9:55 AM IST

ABOUT THE AUTHOR

...view details