ଓଡିଶା

odisha

ETV Bharat / state

ଆଜି କଂସ ବଧ ସହ ଶେଷ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା - DHANU JATRA

ଭଣଜା ହସ୍ତରେ ପରାହତ ହେବେ ପ୍ରବଳ ପ୍ରତାପୀ କଂସ । ବନ୍ଦୀଶାଳାରୁ ମୁକ୍ତ ହେବେ ଦେବକୀ-ବସୁଦେବ । ଉଗ୍ରେସନଙ୍କର ହେବ ରାଜ୍ୟାଭିଷେକ । ଆଜି ଶେଷ ହେବ ବିଶ୍ବପ୍ରସିଦ୍ଧ ‘ଧନୁଯାତ୍ରା’ ।

ଆଜି କଂସ ବଧ ସହ ଶେଷ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା
ଆଜି କଂସ ବଧ ସହ ଶେଷ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା (ETV Bharat Odisha)

By ETV Bharat Odisha Team

Published : Jan 13, 2025, 1:17 PM IST

ବରଗଡ: ଆଜି ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ତିମ ଦିନ । ଦୀର୍ଘ 11 ଦିନ ଧରି ଚାଲିଥିବା ବିଶ୍ବର ଏହି ସର୍ବବୃହତ୍ତ ମୁକ୍ତାକାଶ ଯାତ୍ରା ଆଜି ପ୍ରବଳ ପ୍ରତାପୀ ମଥୁରା ନରେଶ ମହାରାଜ କଂସଙ୍କ ବଧ ସହ ଶେଷ ହେବ । ଅନ୍ତିମ ଦିବସରେ କୃଷ୍ଣ, ବଳରାମଙ୍କ ସହ ଗୋପ ଗୋପୀଙ୍କ ମଥୁରା ନଗରୀ ଭ୍ରମଣ , କୁବଳୟା ହସ୍ତୀ ବଧ, ଅଷ୍ଟମଲ୍ଲ ବଧ, ଶିବଧନୁ ଭଙ୍ଗ, କଂସ ବଧ ଓ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ମଥୁରା କାରାଗାରରୁ ଦେବକୀ-ବସୁଦେବଙ୍କୁ ମୁକ୍ତି ଆଦି ଦୃଶ୍ୟ ଅଭିନୀତ ହେବ । କଂସ ମୃତ୍ୟୁରେ ସମଗ୍ର ମଥୁରା ଓ ଗୋପପୁରରେ ଆନନ୍ଦର ଲହରୀ ସହ ସମାପନ ହେବ ଐତିହାସିକ ‘ଧନୁଯାତ୍ରା’ l

  • ମଥୁରା ପହଞ୍ଚି ସାରିଛନ୍ତି କୃଷ୍ଣ-ବଳରାମ

ଗତକାଲି ଧନୁଯାତ୍ରାର ଦଶମ ଦିନରେ ମଥୁରାରେ ପହଞ୍ଚିଛନ୍ତି ବନବିହାରୀ । ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ଖେଳିଯାଇଛି ଆନନ୍ଦ ଓ ଉତ୍ସାହ । ମଥୁରାରେ ପ୍ରଭୁଙ୍କ ଭବ୍ୟସ୍ୱାଗତରେ ଚାରିଆଡ଼େ ଲାଗିରହିଛି ହରି ଧ୍ୱନୀ , ହୁଳହୁଳି ଆଉ ପୂଜାର୍ଚ୍ଚାନ । ସୁଦାମା ମାଳି ସହ ଭେଟ, ଅସୁନ୍ଦରୀ କୁବୁଜା ପ୍ରଭୁଙ୍କ ଶ୍ରୀହସ୍ତ ସ୍ପର୍ଷରେ ଅଭିଷପ୍ତ ଜୀବନରୁ ଉଦ୍ଧାର ପାଇଛନ୍ତି ।

ଆଜି କଂସ ବଧ ସହ ଶେଷ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା (ETV Bharat Odisha)
  • ଅକୁରଙ୍କ ସହ ମଥୁରା ପହଞ୍ଚିଲେ ଦୁଇ ଭାଇ

ଅକ୍ରୁରଙ୍କ ସହିତ ମଥୁରାରେ କୃଷ୍ଣ-ବଳରାମ ଦୁଇ ଭାଇ ପହଞ୍ଚି ସାରିଛନ୍ତି । ପ୍ରଭୁଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହ ଆନନ୍ଦ ଉହ୍ଲାସର ସହିତ ଖୁସିରେ ନାଚି ଉଠିଛନ୍ତି ମଥୁରାବାସୀ । ଆଦିମାତା ମନ୍ଦିରରେ ଥିବା ମଧୁବନ ତୋଟାରୁ ବାଙ୍କବିହାରୀ ମଥୁରା ଭ୍ରମଣ ଆରମ୍ଭ କରିଛନ୍ତି । ବାଟରେ ନୈବେଦ୍ୟ, ଫୁଲ , ଦୀପ, ଚନ୍ଦନ ଇତ୍ୟାଦିରେ ପୂଜା କରି ମଥୁରାବାସୀ ଶ୍ରୀକୃଷ୍ଣ ବଳରାମଙ୍କୁ ସ୍ୱାଗତ କରିଥିଲେ । ଏହା ସହ ପ୍ରବଳ ପ୍ରତାପୀ କଂସଙ୍କ ଅତ୍ୟାଚାରରୁ ରକ୍ଷା କରିବା ପାଇଁ ନିବେଦନ କରିଥିଲେ । ଏହିକ୍ରମରେ ରାଜକୀୟ ରଜକଙ୍କୁ କୃଷ୍ଣ ବସ୍ତ୍ର ମାଗିବାରୁ ସେ ଦେଇନଥିଲା । ତେଣୁ ତାଙ୍କୁ ବଧ କରି ରାଜକୀୟ ପୋଷାକ ସବୁ ଗୋପାଳ ବାଳକଙ୍କୁ ବାଣ୍ଟି ଦେଇଥିଲେ ଶ୍ରୀ କୃଷ୍ଣ ।

ଆଜି କଂସ ବଧ ସହ ଶେଷ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା (ETV Bharat Odisha)
  • ସୁଦାମାଙ୍କଠାରୁ ମାଳି ଗ୍ରହଣ କରି ଶ୍ରୀକୃଷ୍ଣ ହେଲେ ବନମାଳି

ଏହାପରେ ରାଜକୀୟ ବଗିଚାରେ ପ୍ରଭୁଙ୍କ ସହ ସୁଦାମା ମାଳିଙ୍କ ଭେଟ ହୋଇଥିଲା । କଂସ ମହାରାଜଙ୍କ ପାଇଁ ପ୍ରସ୍ତୁତ ହେଉଥିବା ମାଳକୁ ସୁଦାମା ମାଳି ଶ୍ରୀକୃଷ୍ଣଙ୍କୁ ପିନ୍ଧାଇ ଦେଇଥିଲେ । ଏହାପରେ କୃଷ୍ଣଙ୍କ ନାମ ହୋଇଥିଲା ବନମାଳି । ଏହାପରେ ପ୍ରଭୁଙ୍କ ପଛେ ପଛେ ମଥୁରାର ଆବାଳ ବୃଦ୍ଧବନିତା ବାହାରି ନଗର ଭ୍ରମଣ କରିଥିଲେ ।

  • ଶ୍ରୀହସ୍ତ ସ୍ପର୍ଷରେ ଉଦ୍ଧାର ପାଇଲେ କୁବୁଜା

ତାପରେ ନଟବର ପହଞ୍ଚି ଥିଲେ ସ୍ଥାନୀୟ ଶ୍ୟାମାକାଳୀ ମନ୍ଦିରରେ । ସେଠାରେ କୃଷ୍ଣପ୍ରେମୀ କୁବୁଜାଙ୍କ ସହ ସାକ୍ଷାତ ହୋଇଥିଲା । ଅସୁନ୍ଦରୀ କୁବୁଜାକୁ ପ୍ରଭୁ ତାଙ୍କ ଶ୍ରୀହସ୍ତରେ ସ୍ପର୍ଷ କରି ଉଦ୍ଧାର କରିବା ସହ ଏକ ସୁନ୍ଦରୀ ନାରୀରେ ପରିଣତ କରିଥିଲେ । ଭଗବାନ କୃଷ୍ଣଙ୍କର ଲୀଳା ଦେଖି ମଥୁରାବାସୀ ସେମାନଙ୍କର ରକ୍ଷାକର୍ତ୍ତା ଆସି ଯାଇଥିବା ନେଇ ବେଶ ଖୁସି ହୋଇଛନ୍ତି ।

ଆଜି କଂସ ବଧ ସହ ଶେଷ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

ଧନୁଯାତ୍ରା ବୁଲିଲେ ମୁଖ୍ୟମନ୍ତ୍ରୀ, କଂସ ମହାରାଜଙ୍କ ଦରବାରରୁ ପୂର୍ବ ସରକାରକୁ କଲେ ଟାର୍ଗେଟ୍‌

ଆଜି ପୌଷ ପୂର୍ଣ୍ଣିମା: ରଜାଧିରାଜ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ - PAUSH PURNIMA RITUALS IN PURI

ସେପଟେ ମହାରାଜା କଂସ ଧନୁଯାତ୍ରାର ଦଶମ ଦିବସରେ ନଗର ଭ୍ରମଣ କରିବା ସହ ରଙ୍ଗ ମହଲରେ ନୃତ୍ୟ ସଙ୍ଗୀତର ଆନନ୍ଦ ନେଇଛନ୍ତି । ମହାରାଜା କଂସ ରାଜ ଦରବାରକୁ ପହଞ୍ଚି ନ୍ୟାୟ ବିଚାର କରିଥିଲେ । ଏହାପରେ ମହାରାଜା କଂସ ନିଦ୍ରା ଯାଇଥିବା ବେଳେ ସ୍ୱପ୍ନରେ ଶ୍ରୀକୃଷ୍ଣଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି । ହଠାତ୍ ନିଦରୁ ଉଠିପଡ଼ି ସେ ନିଜ ମନ୍ତ୍ରୀ ପରିଷଦକୁ ଏକଥା ଜଣାଇଛନ୍ତି ।

ଆଜି କଂସ ବଧ ସହ ଶେଷ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା (ETV Bharat Odisha)
ଗୋପ ଳୀଳା (ETV Bharat Odisha)


ଅନ୍ୟପଟେ କିନ୍ତୁ ମଥୁରାବାସୀ କଂସାସୁରଙ୍କ ଅତ୍ୟାଚାରରୁ ଅତିଷ୍ଟ ହୋଇ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ କୃଷ୍ଣ, ବଳରାମ ଦୁଇ ଭାଇଙ୍କୁ ଛଳନାରେ ହତ୍ୟା କରିବା ଉଦ୍ଦେଶ୍ୟରେ ଥିବା ମହାରାଜ କଂସଙ୍କର ଆଜି ନିଧନ ହେବ । ଆଜି ହେବ ଧର୍ମର ଜୟ ଏବଂ ଅଧର୍ମର ପରାଜୟ ହେବ । କଂସ ବଧ ସହ ଶେଷ ହେବ 11 ଦିନର ମୁକ୍ତାକାଶ ପୌରାଣିକ ନାଟକ ।

ଆଜି କଂସ ବଧ ସହ ଶେଷ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା (ETV Bharat Odisha)

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details