ଭୁବନେଶ୍ବର: ‘ରାଜ୍ୟରେ୨୦୦୨ ମସିହାରୁ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଊର୍ଦ୍ଧ୍ୱ ଏଚଆଇଭି(HIV) ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୦୩୦ ସୁଦ୍ଧା ଶୂନ ଏଡସ୍ ସଂକ୍ରମଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ।’ ଛାତ୍ରଛାତ୍ରୀମାନେ ସଚେତନ ହେଲେ ସମାଜ ସଚେତନ ହେବ ଏବଂ ଏଡସ୍ ପ୍ରତିହତ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ।
୨୦୩୦ ସୁଦ୍ଧା ଏଡସ୍ ସଂକ୍ରମଣ ଶୂନ କରିବାକୁ ଲକ୍ଷ୍ୟ:
World AIDS Day (ETV Bharat Odisha) ଜନସ୍ୱାସ୍ଥ୍ୟ ପାଇଁ ବିପଦ ଭାବେ ଉଭା ହୋଇଥିବା ଏଚ.ଆଇ.ଭି ଏଡସ୍ ସଂକ୍ରମଣକୁ ଆସନ୍ତା ୨୦୩୦ ସୁଦ୍ଧା ଶୂନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହା ସହ ସମସ୍ତେ ସଂକଳ୍ପବଦ୍ଧ ହୋଇ ଜନସଚେତନତାକୁ ବ୍ୟାପକ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ଛାତ୍ରଛାତ୍ରୀମାନେ ଏଚ.ଆଇ.ଭିର କାରଣ ଓ ନିରାକରଣ ସମ୍ପର୍କରେ ସଚେତନ ହେଲେ ସମାଜ ସଚେତନ ହେବ ଏବଂ ଆମେ ଏଡସକୁ ସମ୍ପୂର୍ଣ୍ଣ ପ୍ରତିହତ କରିପାରିବା । ଏହି ସଂକ୍ରମଣ ସହ ରହିଥିବା ଘୃଣା, ଭେଦଭାବକୁ ଦୂର କରିବା ଆମର ସାମୁହିକ ଦାୟିତ୍ୱ ଏବଂ ଏଥିପାଇଁ ଆମର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ।
World AIDS Day (ETV Bharat Odisha) ସମସ୍ତ ଜିଲ୍ଲାରେ ଏଡସ ସଂକ୍ରମିତ ଅଛନ୍ତି:
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ କହିଛନ୍ତି, ‘ସଂପ୍ରତି ରାଜ୍ୟର ସବୁ ଜିଲାରେ ଏଡସ ସଂକ୍ରମିତ ଅଛନ୍ତି । ଏଡସ୍ ସଂକ୍ରମିତମାନେ ଭେଦଭାବ ଯୋଗୁ ସମାଜ ସହିତ ଲଢୁଥିଲାବେଳେ ଅନ୍ୟ ରୋଗୀମାନେ ନିଜ ରୋଗ ସହ ହିଁ କେବଳ ଲଢନ୍ତି । ତେଣୁ ଏଡସର ଭୟାବହତା ଅଧିକ । ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ସଚେତନତାକୁ ଆହୁରୀ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି ।
World AIDS Day (ETV Bharat Odisha) ଏହା ମଧ୍ୟ ପଢନ୍ତୁ:
ବିବାହ ପୂର୍ବରୁ ପାର୍ଟନରଙ୍କ ଏହି 7 ମେଡିକାଲ ଟେଷ୍ଟ କରାନ୍ତୁ, ନହେଲେ...
୧୯ ଯୁବକଙ୍କୁ ଏଡ୍ସ ସଂକ୍ରମଣ କରାଇଦେଲେ ନାବାଳିକା, ଜଣଙ୍କ ସହ ସମସ୍ତେ ରଖିଥିଲେ ଶାରୀରିକ ସମ୍ପର୍କ!
କେଉଁ ଜିଲ୍ଲା ସର୍ବାଧିକ ଏଡ଼ସ:
World AIDS Day (ETV Bharat Odisha) ରାଜ୍ୟରେ ୨୦୦୨ ମସିହାରୁ ଏ ପର୍ଯ୍ୟନ୍ତ ୫୦ ହଜାରରୁ ଊର୍ଦ୍ଧ୍ୱ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୯ ହଜାର ୧୫୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୋନପୁର ଜିଲ୍ଲାରେ ସର୍ବନିମ୍ନ ୧୪୬ ଜଣ ଏଡ଼ସରେ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୭୦୦ କଲେଜ ଏବଂ ୮୦୦ ସ୍କୁଲରେ ଥିବା ରେଡ ରିବନ କ୍ଲବମାନଙ୍କ ଦ୍ୱାରା ରେଡକ୍ରସ ସହଯୋଗରେ ତିନି ଦିନ ବ୍ୟାପୀ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ପୂର୍ବକ ଏହି ଦିବସ ପାଳନ କରାଯାଉଛି । ସବୁ ଜିଲ୍ଲାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର