ଓଡିଶା

odisha

ଆତ୍ମବିଶ୍ୱାସ ଆଣିଦେଲା ପୁରସ୍କାର, ଅନ୍ୟ ପାଇଁ ଉଦାହରଣ ମହିଳା କ୍ରେନ ଡ୍ରାଇଭର ମିନୁ

Woman Crane Driver: ନିଜର ଆତ୍ମବିଶ୍ୱାସ ବଳରେ ଓଭରହେଡ୍ କ୍ରେନ୍ ପରିଚାଳକ ସାଜିଛନ୍ତି ମିନୁ ମହାନ୍ତ । ଯାହାକି ମହିଳାମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ଆଶା ରହିଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 8, 2024, 8:21 PM IST

Published : Feb 8, 2024, 8:21 PM IST

Woman Crane Driver
Woman Crane Driver

Woman Crane Driver

ଯାଜପୁର: ଅଭାବ ଅନାଟନରେ ଭାଙ୍ଗି ନପଡ଼ି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଜଣେ ମହିଳା । ନିଜର ଆତ୍ମବିଶ୍ୱାସ ବଳରେ ଓଭରହେଡ କ୍ରେନ୍ ପରିଚାଳକ ସାଜିଛନ୍ତି ମିନୁ ମହାନ୍ତ । ଯେଉଁଥିପାଇଁ ପ୍ରଥମ ମହିଳା ଓଭରହେଡ କ୍ରେନ୍ ପରିଚାଳକ ମିନୁ ମହାନ୍ତଙ୍କୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍ ତରଫରୁ "ୱିଙ୍ଗସ ଅଫ୍ ଷ୍ଟିଲ" ଆୱାର୍ଡ଼ ପ୍ରଦାନ କରାଯାଇଛି । ଏହାବ୍ୟତୀତ 'ଲିଙ୍ଗ ଏବଂ ବିବିଧତା' ବର୍ଗରେ ମଧ୍ୟ ସେ ଏହି ପୁରସ୍କାର ପାଇଛନ୍ତି । ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ସମାଜ ପାଇଁ ଉଦାହରଣ ସାଜିଛନ୍ତି ।

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ରଙ୍ଗାହୁଡ଼ି ଗାଁର ମିନୁ ମହନ୍ତଙ୍କ ସ୍ୱାମୀ କଳିଙ୍ଗନଗର ସ୍ଥିତ ଏକ କାରଖାନାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସୀମିତ ରୋଜଗାରରେ ହସ ଖୁସିରେ ଚାଲୁଥିଲା ତାଙ୍କ ସଂସାର । ହେଲେ ହଠାତ ତାଙ୍କ ପରିବାର ଉପରେ ଦୁଃଖର କଳାବାଦଲ ମାଡି଼ଆସିଲା । ଏକ ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଗଲା । ପୁଅ ଝିଅଙ୍କୁ ପାଠ ପଢାଇ ବଡ଼ ମଣିଷ କରିବା ପାଇଁ ମିନୁଙ୍କ ଆଶା କିନ୍ତୁ ମଳିନ ପଡ଼ିନଥିଲା । ଏହାସହ ପରିବାରଲୋକଙ୍କ ମୁହଁରେ ଆହାର ମୁଠାଏ ଦେବାକୁ ସେ ପ୍ରୟାସ ଆରମ୍ଭ କରିଥିଲେ ।

ପ୍ରଥମେ ଏକ କ୍ରସରରେ ଦିନ ମଜୁରିଆ ଭାବେ ପଥର ଭାଙ୍ଗିଲେ । ପରେ କଳିଙ୍ଗନଗର ସ୍ଥିତ ଜିନ୍ଦଲରେ ହାଉସ କିପର ଭାବେ କାମ କଲେ । ମିନୁଙ୍କ ନିଷ୍ଠାପର ଓ ଶୃଙ୍ଖଳିତ କାର୍ଯ୍ୟକୁ ଦେଖି କାରଖାନାର ଉଚ୍ଚ ପଦାଧିକାରୀ ତାଙ୍କୁ ପରୀକ୍ଷା ମୂଳକ ଭାବେ ଓଭରହେଡ କ୍ରେନ ଚଳାଇବାକୁ ପରାମର୍ଶ ଦେଇଥିଲେ । ମିନୁ ନିଜର ଦୃଢ଼ ଇଛାଶକ୍ତି ଫଳରେ ସେଥିରେ ସଫଳ ବି ହୋଇଥିଲେ । ଜଣେ ମହିଳା ହୋଇ ମଧ୍ୟ କାରଖାନାରେ କ୍ରେନ ଚଳାଇପାରୁଥିବାରୁ ନିକଟରେ ତାଙ୍କୁ ଦିଲ୍ଲୀରେ ସମ୍ମାନିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ବୈଦ୍ୟରୁ ସଫଳ ବ୍ୟବସାୟୀ, ଅନ୍ୟମାନଙ୍କ ପାଇଁ ପ୍ରେରଣା ଲୁଗ୍ନା ଜଫ୍ରିନ

ଯାଜପୁରର ୪୩ ବର୍ଷୀୟା ମହିଳା ମିନୁଙ୍କ କଠିନ ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପକୁ ଇଣ୍ଡିଆନ ଷ୍ଟିଲ ଆସୋସିଏସନ୍ ପ୍ରଶଂସା କରିଛନ୍ତି । ନୂଆଦିଲ୍ଲୀରେ ଅନୁଷ୍ଠିତ ଆଇଏସଏ ଷ୍ଟିଲ କନକ୍ଲେଭର ଚତୁର୍ଥ ସଂସ୍କରଣରେ 'ଜ୍ୟୁରି ସ୍ପେଶାଲ ଆୱାର୍ଡ଼' ମଧ୍ୟ ଦିଆଯାଇଛି । ଯେଉଁ କାର୍ଯ୍ୟ କେବଳ ପୁରୁଷ କରିବା କଥା ସେହି କାର୍ଯ୍ୟ ପ୍ରଥେମେ ଜଣେ ମହିଳା କରିବାରେ ସଫଳ ହେଇଛନ୍ତି । କେବଳ ଏକ ମାସ ମଧ୍ୟରେ ମିନୁ ଓଭରହେଡ କ୍ରେନ ପରିଚାଳନାରେ ଦକ୍ଷତା ହାସଲ କଲେ ଏବଂ ଏହି କ୍ଷେତ୍ରରେ ଥିବା ଲିଙ୍ଗଗତ ଭେଦଭାବକୁ ଦୂର କରିବାରେ ସକ୍ଷମ ହୋଇଥିଲେ । ଏନେଇ ଷ୍ଟିଲ ମେଲଟିଙ୍ଗ ସପ ମୁଖ୍ୟ କିଶୋର କୁମାର ଗୁରୁ ବକ୍ସନି କହିଛନ୍ତି, ମିନୁଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଦେବ । ଏହା ମହିଳା ସଶକ୍ତିକରଣର ବାର୍ତ୍ତା ଦେଉଛି ।"

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details