ଓଡିଶା

odisha

ETV Bharat / state

ରାଜଧାନୀରେ ମହିଳାଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହରେ ପୋଲିସର ଛାନଭିନ ଜାରି - WOMAN DEAD BODY FOUND

ଖାରବେଳ ନଗର ରାମପୁର ବସ୍ତିରୁ ଠାବ ହେଲା ମହିଳାଙ୍କ ମୃତଦେହ । ପରିଚୟ ଅସ୍ପଷ୍ଟ । ହତ୍ୟା ସନ୍ଦେହ କରୁଛି ପୋଲିସ ।

ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତଦେହ ଠାବ, ହତ୍ୟା ସନ୍ଦେହରେ ପୋଲିସର ଛାନଭିନ ଜାରି
ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତଦେହ ଠାବ, ହତ୍ୟା ସନ୍ଦେହରେ ପୋଲିସର ଛାନଭିନ ଜାରି (ETV Bharat Odisha)

By ETV Bharat Odisha Team

Published : Nov 10, 2024, 9:59 AM IST

Updated : Nov 10, 2024, 10:38 PM IST

ଭୁବନେଶ୍ବର:ରାଜଧାନୀରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଖାରବେଳ ନଗର ରାମପୁର ବସ୍ତିରୁ ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ବାମୀ ଥିବା ଅବସ୍ଥାରେ ସ୍ତ୍ରୀର ମୃତଦେହ ଠାବ କରିଛି ପୋଲିସ । ମୃତଦେହ ମିଳିଥିବା ସ୍ଥାନର ପାରିପାର୍ଶିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ । ମୃତକ ଜଣଙ୍କ ବୌଦ୍ଧ ଜିଲ୍ଲାର ହୋଇଥିବ ବେଳେ ସ୍ବାମୀ ନୟାଗଡର ହୋଇଥିବା ନେଇ ପ୍ରାଥମିକ ଭାବେ ପୋଲିସ କହିଛି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ଛାନଭିନ ଜାରି ରଖିଛି ।

ବର୍ଷେ ତଳେ ହୋଇଥିଲା ବାହାଘର:

ରାଜଧାନୀରେ ମହିଳାଙ୍କ ମୃତଦେହ ଠାବ (ETV Bharat Odisha)

ମୃତକ ହେଲେ ସ୍ୱର୍ଣ୍ଣଲତା ମହାନନ୍ଦିଆ ଘର ଅଡେଇଗଡ ବୌଦ୍ଧ ଜିଲ୍ଲାରେ । ମୃତ ସ୍ବର୍ଣ୍ଣଲତା ବର୍ଷେ ତଳେ ବାପୁନି ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ଶାଶୂଘର ନୟାଗଡ ହୋଇଥିବା ବେଳେ ବର୍ଷେ ତଳେ ଭୁବନେଶ୍ବର ରାମ ପୁରବସ୍ତିରେ ରହୁଥିଲେ । ତେବେ ପୋଲିସ ଖବର‌ପାଇ ପହଁଚିବା ପରେ ମୃତଦେହ ଘରେ ପଡିଥିଲା । ପାଖରେ ଉପସ୍ଥିତି ଥିଲେ ସ୍ବାମୀ । କିଭଳି ତାଙ୍କ ମୃତ୍ୟୁ ହେଲା ତାହାର ତଦନ୍ତ କରୁଛି ପୋଲିସ । ଏନେଇ‌ ମୃତଦେହ ଜବତ ପରେ କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଛି । ତେବେ ମୃତକଙ୍କ ପରିବାର ଲୋକ ଓ ତାଙ୍କ ସ୍ବାମୀକୁ ପଚରାଉଚରା କରିଛି ।

ବାପା ଆଣିଲେ ହତ୍ୟା ଅଭିଯୋଗ:

ମୃତ ସ୍ୱର୍ଣ୍ଣଲତା (ETV Bharat Odisha)

ସେପଟେ ମୃତକର ବାପା ନନ୍ଦୀ କିଶୋର ମହାନନ୍ଦିଆ କହିଛନ୍ତି, ‘ସନ୍ଦେହ ହେଉଛି ତାଙ୍କର ଝିଅକୁ ହତ୍ୟା କରାଯାଇଥାଏପାରେ । କାରଣ ଝିଅ ପାଖରେ ସ୍ବାମୀ ଥିଲେ । କେମିତି ମୃତ୍ୟୁ ହେଲା ତାଙ୍କୁ ମାରଧର କରିଥାଇପାରନ୍ତି ନଚେତ କୌଣସୀ କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି କିଛି ଘଟିଥାଇପାରେ । ଏନେଇ ପୋଲିସ ତଦନ୍ତ କଲେ ଜଣାପଡିବ କଣ ଘଟଣା ଘଟିଛି । ଏନେଇ ପୋଲିସ ସଠିକ ଭାବେ ତଦନ୍ତ କରୁ ।’

ଝଗଡା ହୋଇଥିବା କହିଲେ ସ୍ବାମୀ:

ମୃତକର ସ୍ବାମା ବାପୁନି ନାୟକ କହିଛନ୍ତି, ‘ବର୍ଷେ ହେବ ସେ ବିବାହ କରି ସେଠାରେ ରହୁଥିଲେ । ତିନି ଦିନ ହେଲା ଆମର ପାଟିତୁଣ୍ଡ ହୋଇଥିଲା । ମାରପିଟ କିଛି ହେଇନି । ଫୋନକୁ ନେଇ ଆମର ଝଗଡା ହୋଇଥିଲା । ଫୋନ ମାଗିଲା ମୁଁ ଦେଲି । ସେ ଫୋନ ଚେକ କଲା । କହିଲା ବାପାକୁ କଲ କରିବି ମୁଁ ହଁ କଲି । କଥା ହେଲେ । ପୂର୍ବରୁ ବି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ’

ଏହା ମଧ୍ୟ ପଢନ୍ତୁ:

ଜୁଇରୁ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ, ବୋହୂ ବିରୋଧରେ ହତ୍ୟା ଅଭିଯୋଗ

ଗେମିଂ ଆପରୁ ପ୍ରେମ, ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ, ବିହାର ଯୁବକ ଗିରଫ

ମେଡିକାଲ ପାଇଁ କରୁଥିଲେ NEET ପ୍ରସ୍ତୁତି, ପରୀକ୍ଷା ପୂର୍ବରୁ କୋଚିଂ ସେଣ୍ଟରରେ ହାରିଲେ ଜୀବନ

ତେବେ ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 10, 2024, 10:38 PM IST

ABOUT THE AUTHOR

...view details