ଓଡିଶା

odisha

ଘରେ ବସି ରୋଜଗାର କରିବାର ଅଫର୍‌ ପଡ଼ିଲା ମହଙ୍ଗା, ୫୦ ଟଙ୍କା ପାଇଁ ମହିଳା ହରାଇଲେ ସାଢେ ୩ ଲକ୍ଷ - Woman gets duped by cyber fraud

By ETV Bharat Odisha Team

Published : Jun 25, 2024, 4:50 PM IST

Woman gets duped by cyber fraudsters: ଟେଲିଗ୍ରାମ ଓ‌ ହ୍ବାଟ୍ସଆପ୍‌ ଗ୍ରୁପରେ ମାତିଛନ୍ତି ଠକ‌ । ଘରେ ବସି ଟଙ୍କା ରୋଜଗାର ଲୋଭ ଦେଇ ମହିଳାଙ୍କଠାରୁ ଲୁଟି ନେଲେ ସାଢ଼େ ୩ ଲକ୍ଷ ଟଙ୍କା । ଅଧିକ ପଢ଼ନ୍ତୁ

Woman gets duped by cyber fraudsters
Woman gets duped by cyber fraudsters (ETV Bharat Odisha)

ଭୁବନେଶ୍ବର: ସାଇବର ଠକ ଆପଣାଉଛନ୍ତି ନୂଆ ଚାଲ୍ । ମାତିଛନ୍ତି ଟେଲିଗ୍ରାମ ଓ‌ ହ୍ବାଟ୍ସଆପ୍‌ ଗ୍ରୁପରେ ଠକ‌ । ଅଜଣା ଗ୍ରୁପରେ ଆଡ୍‌ କରି ଦେଉଛନ୍ତି ଲୋଭନୀୟ ଅଫର୍ । ଘରେ ବସି ଟଙ୍କା ରୋଜଗାର ଲୋଭ ଦେଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏହିକ୍ରମରେ ଜଣେ ମହିଳାଙ୍କ ଠାରୁ ଲୁଟ କରିଛନ୍ତି ସାଢେ ୩ ଲକ୍ଷ ଟଙ୍କା । ଏନେଇ‌ ସାଇବର ଥାନାରେ ହୋଇଛି ଅଭିଯୋଗ ।

Woman gets duped by cyber fraudsters (ETV Bharat Odisha)

ଅଭିଯୋଗକାରିଣୀ ସ୍ମିତା ଚୌଧୁରୀଙ୍କ ଅଭିଯୋଗ ଅନୁସାରେ, ତାଙ୍କ ମୋବାଇଲ ନମ୍ବର ଏକ ଗ୍ରୁପ୍‌ରେ ଆଡ୍‌ ହେବା ପରେ ଗ୍ରୁପ୍‌ରେ ମାର୍କେଟିଂର ଏକ ଅଫର ଆସିଥିଲା । ଘରେ ବସି ଏକ ସାଇଟ୍‌ରେ ରେଟିଂ ଦେଲେ ମିଳିବ ୫୦ ଟଙ୍କା । ଏନେଇ ମହିଳା ଜଣକ ଆଗ୍ରହର ସହ ଜାଣିବା ପାଇଁ ଆରମ୍ଭ କଲେ ଓ ରେଟିଂ ଦେବାକୁ ସେହି ଗ୍ରୁପରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍‌ କରିଥିଲେ । ପରେ ଏକ ଅଜଣା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ତାଙ୍କୁ ଏନେଇ ଗାଇଡ୍‌ କରଯାଇଥିଲା । ଏହା ଏକ ପ୍ରକ୍ରିୟା, ଯାହାଦ୍ବାରା ସେ ଟଙ୍କା ରୋଜଗାର‌ କରିବେ ବୋଲି ତାଙ୍କୁ କୁହାଯାଇଥିଲା । ପ୍ରଥମେ ୨ ହଜାର‌ ଟଙ୍କା ନେଇ‌ ସଂପୃକ୍ତ ମହିଳାଙ୍କୁ ୨ ହଜାର ୮୦୦ ଟଙ୍କାର ରିଟର୍ଣ୍ଣ କରାଗଲା । ଏହିଭଳି ପରେ ୫ ହଜାର ଓ ୩୬ ହଜାର ଭଳି ଟଙ୍କାର କାରବାର ହୋଇଥିଲା । ଏନେଇ ଟିମ୍‌ ଟାସ୍କ ଭାବେ ଷ୍ଟେପ ପରେ ଷ୍ଟେପରେ ତାଙ୍କଠାରୁ ଟଙ୍କା ନେଇ ଚାଲିଲେ ଦୁର୍ବୃତ୍ତ । ହେଲେ ଆଉ ଟଙ୍କା ଫେରାଇଲେ ନାହିଁ । ଏଭଳି ୩ ଲକ୍ଷ ୩୭ ହଜାର ଟଙ୍କା ବିଭିନ୍ନ ୟୁପିଆଇ ଓ ବ୍ୟାଙ୍କ ଟ୍ରାନ୍‌ଜାକ୍ସନରେ ନେବା ପରେ ମହିଳା ଜଣଙ୍କ ଠକେଇର ଶିକାର ହୋଇଥିବା ଜାଣି ସାଇବର‌ ଥାନାରେ ଅଭିଯୋଗ କରିଛନ୍ତି ।

ଏଭଳି ସାଇବର ଠକ ଏବେ ଧନୀ ଘରର ଲୋକଙ୍କ ତଥ୍ୟ ସଂଗ୍ରହ କରି ସେ ମହିଳା ବା ପୁରୁଷ ବା କଲେଜ ପଢୁଆଙ୍କୁ ଏହିଭଳି ଭାବେ ଫସାଇବା ପାଇଁ ଯୋଜନା କରୁଛନ୍ତି । ଏନେଇ‌ ବିଶେଷ କରି ଟେଲିଗ୍ରାମ ଠକଙ୍କ ଟେକ୍‌ନିକ୍‌ ହେଉଛି ଏଇଭଳି ଗ୍ରୁପରେ ଆଡ୍‌ କରି ଘରେ ବସି ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ଗୋଟିଏ ପରେ ଗୋଟିଏ ପରବର୍ତ୍ତୀ ଷ୍ଟେପରେ ଟଙ୍କା ନେଲା ପରେ ସେହି ଟଙ୍କା ଫେରିପାଇବା ପାଇଁ ଆଉ କିଛି ଟଙ୍କା ଦେବାକୁ କହି ଠକି ନେଉଛନ୍ତି ସର୍ବସ୍ବ ।

ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି, "ଠକମାନେ ଏହିଭଳି ଭାବେ ବିଭିନ୍ନ ଉପାୟ ବାଛୁଛନ୍ତି । ଲୋକଙ୍କଠାରୁ ଭିନ୍ନ ଭିନ୍ନ ଉପାୟରେ ଟଙ୍କା ନେଇ ଛୁ' ମାରୁଛନ୍ତି । ଏଥିପାଇଁ ଠକଙ୍କଠାରୁ ସାବଧାନ ରହି ଏଭଳି ଅଜଣା ଗ୍ରୁପରେ ଆଡ୍‌ ହେବାରୁ ବିରତ ରୁହନ୍ତୁ । ବିଜନେସ୍‌ ଇନଭେଷ୍ଟମେଣ୍ଟ ବା ଚାକିରିର ଲୋଭ ଦେଖାଇ ବା ଘରେ ବସି ଟଙ୍କା ରୋଜଗାରର ଲୋଭ ଦେଖାଇ ବିଭିନ୍ନ ଆଳରେ ଆପଣଙ୍କ ଅଜାଣତରେ ଟଙ୍କା ନେଇ ଛୁ' ମାରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...୫ ଠକଙ୍କୁ ଗିରଫ କଲା କମିଶନରେଟ ପୋଲିସ, ଡିଜିଟାଲ ଆରେଷ୍ଟ ଧମକ ଦେଇ କରୁଥିଲେ ଲୁଟ - 5 Cyber Criminal Arrested

ଏହିଭଳି ଢଙ୍ଗରେ ଠକିଥିବା ଏକ ୫ ଜଣିଆ ଗ୍ୟାଙ୍ଗର ଫର୍ଦ୍ଦାଫାସ କରିଥିଲା ପୋଲିସ । ଏବେ ଏମାନଙ୍କ ଠକେଇ ଦେଶ ବାହାରୁ ଅପରେଟ୍‌ ହେଉଛି । ରିମୋଟ୍‌ ଆପ୍ଲିକେସନ୍‌ ଜରିଆରେ ଦେଶ ବାହାରୁ ଠକମାନେ ଏହିଭଳି ଗ୍ରୁପ କରି ଠକେଇ କରୁଛନ୍ତି । ଠକେଇ ଟଙ୍କାକୁ ବିଭିନ୍ନ ବନ୍ଦ ପଡ଼ିଥିବା ଆକାଉଣ୍ଟ ଜରିଆରେ ବ୍ୟବହାର କରି ନଚେତ କ୍ରିପ୍ଟୋ ଜରିଆରେ ଟଙ୍କାକୁ ବିନିଯୋଗ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details