ଓଡିଶା

odisha

14 ବର୍ଷରେ ଆଖି ବୁଜିଲା ଧଳା ବାଘୁଣୀ ସ୍ନେହା - White tigress Sneha dies

By ETV Bharat Odisha Team

Published : Apr 19, 2024, 4:13 PM IST

White tigress Sneha dies: ନନ୍ଦନକାନନରେ ଆଖି ବୁଜିଲା ଧଳା ବାଘୁଣି ସ୍ନେହା । ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟଗତ ଅସୁସ୍ଥତା କାରଣରୁ ସ୍ନେହାର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ

White tigress Sneha dies
White tigress Sneha dies

ଭୁବନେଶ୍ୱର: ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଦୁଃଖଦ ଖବର ଆସିଛି । ଆଜି (ଶୁକ୍ରବାର) ନନ୍ଦନକାନନରେ ଥିବା ଧଳା ବାଘୁଣୀ ସ୍ନେହାର ମୃତ୍ୟୁ ଘଟିଛି । ୧୪ ବର୍ଷ ବୟସରେ ବାଘୁଣୀର ମୃତ୍ୟୁ ଘଟିଛି । ଧଳା ବାଘୁଣୀର ମୃତ୍ୟୁ ପରେ ନନ୍ଦନକାନନରେ ମୋଟ ବାଘ ସଂଖ୍ୟା ୨୭କୁ ହ୍ରାସ ପାଇଛି । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମଗ୍ରହଣ କରିଥିଲା ସ୍ନେହା । ବାର୍ଦ୍ଧକ୍ୟ ଜନିତ ସ୍ୱାସ୍ଥ୍ୟଗତ ଅସୁସ୍ଥତା କାରଣରୁ ସ୍ନେହାର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

White tigress Sneha dies

ଏହାମଧ୍ୟ ପଢନ୍ତୁ..ଓଡ଼ିଶାରେ କମୁଛି କଲରାପତରିଆ, ମେ'ରୁ ରାଜ୍ୟ ସରକାରଙ୍କ ନିଜସ୍ବ ଗଣନା


ମାର୍ଚ୍ଚ ୧ ତାରିଖ ୨୦୧୦ରେ ରୟାଲ ବେଙ୍ଗଲ ଟାଇଗର ‘ନିଶାନ’ ଏବଂ ଧଳାବାଘ 'କୁସୁମ'ଠାରୁ ଜନ୍ମଗ୍ରହଣ କରିଥିଲା ସ୍ନେହା । ସେ ପ୍ରାଣୀ ଉଦ୍ୟାନରେ ସର୍ବମୋଟ ଆଠଟି ବାଘ ଶାବକକୁ ଜନ୍ମ ଦେଇଛି । ଅଗଷ୍ଟ ୫ ତାରିଖ ୨୦୧୬ରେ ସ୍ନେହା ତିନୋଟି ବାଘ ଛୁଆ, ମୌସୁମୀ (ମହିଳା), ଚିନୁ (ପୁରୁଷ) ଏବଂ ବିରଳ ମେଲାନିଷ୍ଟିକ୍ ବିକି (ପୁରୁଷ)କୁ ଜନ୍ମ ଦେଇଥିଲା । ଏହା ସହିତ ଦ୍ୱିତୀୟ ଗର୍ଭଧାରଣରେ ସ୍ନେହା ନିକଟରୁ ଦୁଇଟି ବାଘ ଲବ ଏବଂ କୁଶ ଜନ୍ମ ହୋଇଥିଲେ । ଅନ୍ୟପଟେ ମାର୍ଚ୍ଚ ୨୮ ତାରିଖ ୨୦୨୧ରେ ଟାଇଗର ସୈଫ ସହିତ ମିଳନ ପରେ ତିନୋଟି ସାଧାରଣ ପୁରୁଷ ବାଘ ଛୁଆ, ରାକେଶ, ରକି ଏବଂ ବାନଶିଙ୍କୁ ଜନ୍ମ ଦେଇଥିଲା ଧଳା ବାଘୁଣୀ ସ୍ନେହା ।

ଏହାମଧ୍ୟ ପଢନ୍ତୁ.. ବିପଦରେ କଲରାପତରିଆ ବାଘ: ୫ ବର୍ଷରେ ୧୦ ମୃତ, ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ?

ସୂଚନା ଅନୁଯାୟୀ, ଏପଟେ ନନ୍ଦନକାନନରେ ଜୀବଜନ୍ତୁଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ସମ୍ବଲପୁର ପ୍ରାଣୀ ଉଦ୍ୟାନକୁ ଜୀବଜନ୍ତୁଙ୍କ ଅଦଳବଦଳ କରାଯାଇଥିବା ସୂଚନା ରହିଛି । ନନ୍ଦନକାନନ ଏବଂ ସମ୍ବଲପୁର ପ୍ରାଣୀ ଉଦ୍ୟାନ ମଧ୍ୟରେ ଏହି ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଅନୁମୋଦନ ପରେ କରାଯାଇଛି । ଏହି ଅନୁମୋଦନ ଅନୁଯାୟୀ, ସମ୍ବଲପୁର ପ୍ରାଣୀ ଉଦ୍ୟାନକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୮ ଟି ( ୪ ଅଣ୍ଡିରା +୪ ମାଇ ) ଟି ହଗ୍ ହରିଣ ଦେବାକୁ ନିଷ୍ପତ୍ତି ନେଇଥିବା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସମ୍ବଲପୁର ପ୍ରାଣୀ ଉଦ୍ୟାନ ୫ ଟି ସମ୍ବର (2 ଅଣ୍ଡିରା +3 ମାଇ ) ଦେଇଛି ।

ଏହାମଧ୍ୟ ପଢନ୍ତୁ..ସାତକୋଶିଆରେ କଲରାପତରିଆ ବାଘୁଣୀ ସହ ୨ ଯାଆଁଳା ଠାବ, ଗୋଟିଏ ସାଧାରଣ ଅନ୍ୟଟି କଳା



ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details