କଟକ: ମୂତ୍ର ଜନିତ ରୋଗ କଣ ? ଏହାର ଲକ୍ଷଣ କଣ ? ଆପଣ କେମିତି ଜାଣିବେ କି ଆପଣ ଏହି ରୋଗର ଶିକାର ହେଲେ ? ଏହା କେତେ ବିପଦ ଜନକ ? ଏହା କେତେ ପ୍ରକାରର ? କାହିଁକି ଏହି ରୋଗ ଶରୀରରେ ଦେଖାଯାଏ ? କେଉଁ ବର୍ଗର ଲୋକମାନେ ଏହି ରୋଗରେ ଅଧିକ ପ୍ରଭାବିତ ହୋଇଥାନ୍ତି ? ଜଣେ କେମିତି ଏହି ରୋଗରୁ ରକ୍ଷା ପାଇପାରିବ ? ଏହାର ପ୍ରାଥମିକ ଚିକିତ୍ସା କଣ ? ଏନେଇ ଇଟିଭି ଭାରତକୁ ସୂଚନା ଦେଇଛନ୍ତି କଟକ ବଡ଼ ମେଡିକାଲ (SCB) ୟୁରୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରୀତମ ପ୍ରୀତିଶ ପଟ୍ଟନାୟକ ।
ଦୈନନ୍ଦିନ ଜୀବନରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛୁ । ବିଶେଷ କରି ଶରୀରରେ ଯଦି ରୋଗ ଦେଖାଯାଏ ତେବେ ଆମେ ଭୟଭୀତ ହୋଇପଡୁ। ହେବା ବି ସ୍ବାଭାବିକ । ଶରୀରରେ ଅନେକ ରୋଗ ଦେଖାଯାଏ । ତାହା ମଧ୍ୟରୁ ମୂତ୍ର ଜନିତ ରୋଗ ମଧ୍ୟ ଅନ୍ୟତମ । ଅନେକ ଲୋକ ମୂତ୍ର ଜନିତ ରୋଗକୁ ହାଲୁକା ଭାବରେ ନେଇଥାନ୍ତି । ଆଉ ପରବର୍ତ୍ତୀ ସମୟରେ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ତେବେ ଏହି ମୂତ୍ର ଜନିତ ରୋଗ ବିଷୟରେ ଜଣେ ବା କେମିତି ଜାଣିବ ?
ଏହା ବି ପଢନ୍ତୁ- ଭୁଲ୍ରେ ବି ଚାପି ରଖନ୍ତୁ ନାହିଁ ପରିସ୍ରା ! ହୋଇପାରେ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା