ଭୁବନେଶ୍ବର:ବର୍ଷାରେ ଭିଜୁଛି ରାଜ୍ୟ । ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା ଥିବାବେଳେ ଗରମରୁ ମିଳିଛି ଆଶ୍ବସ୍ତି । ଆଜି କେତେକ ସ୍ଥାନରେ କୋହଲିଆ ପାଗ ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ବିଜୁଳି ଘଡଘଡି ପବନ ସହ କୁଆପଥର ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ ।
Weather Update (ETV Bharat Odisha) ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା:
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିକହିଛନ୍ତି, "ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ ସହ ଟ୍ରପ ଲାଇନ ଯୋଗୁ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।" ଘଡଘଡି ବିଜୁଳି ଘଡଘଡି ସହ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ଓ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସହ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି ।
ଏହି ସ୍ଥାନରେ ହୋଇପାରେ କୁଆପଥର ବର୍ଷା:
କୁଆପଥର ବର୍ଷାକୁ ନେଇ ବି ସତର୍କତା ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରରେ ୪୦ ରୁ ୫୦ କିଲୋମିଟର ବେଗରେ ପବନ ସହ କୁଆପଥର ବର୍ଷା ହୋଇପାରେ । ଏନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବିଜୁଳି ଘଡଘଡି ସହ ବର୍ଷା ନେଇ ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜଗତସିଂହପୁର ଓ କଟକ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ପଶ୍ଚିମା ଝଡ ପ୍ରଭାବରେ ଆଜି ଠାରୁ ୨୨ ତାରିଖ ଯାଏଁ ରାଜ୍ୟରେ ଘଡ଼ଘଡି଼ ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏଥିପାଇଁ କାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ, ଯାଜପୁର ଓ ଢେଙ୍କାନାଳ ଆଦି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଅନୁଗୋଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ନୟାଗଡ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଭଳି ୧୨ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଏହା ବି ପଢନ୍ତୁ...ତାତିରୁ ମିଳିବ ଆଶ୍ବସ୍ତି, 7 ଜିଲ୍ଲାରେ ବର୍ଷା ସମ୍ଭାବନା
ଏହା ବି ପଢନ୍ତୁ...ବୌଦ୍ଧ ସବୁଠୁ ଉତ୍ତପ୍ତ ସହର: 19ରୁ ବର୍ଷିବ, 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବାଲେଶ୍ବରରେ ସର୍ବାଧିକ ବର୍ଷା:
ସେପଟେ ୪ ରୁ ୫ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ନଥିବାବେଳେ ଗତକାଲି (ମଙ୍ଗଳବାର) ରାଜ୍ୟର କାଁଭାଁ ସ୍ଥାନରେ ବର୍ଷା ହୋଇଛି । ବାଲେଶ୍ୱର ଗୋବିନ୍ଦପୁରରେ ସର୍ବାଧିକ ୩୧ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତକାଲି ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୬.୮ ଓ ସର୍ବନିମ୍ନ ତାପମାତ୍ରା ଜି ଉଉଦୟଗିରି ରେ ୧୪.୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର