ଓଡିଶା

odisha

ETV Bharat / state

IMD ଆକଳନ: ଓଡ଼ିଶାରେ ୪ ଦିନ ବର୍ଷା, କୁହୁଡ଼ି ସହ କମିବ ପାରଦ - ODISHA WEATHER UPDATE

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର । ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ୨୦ ତାରିଖ ପର୍ଯ୍ୟନ୍ତ IMDର ବର୍ଷା ପୂର୍ବାନୁମାନ ।

Odisha Weather Update
Odisha Weather Update (ETV Bharat Odisha)

By ETV Bharat Odisha Team

Published : 6 hours ago

ଭୁବନେଶ୍ବର/ହାଇଦ୍ରାବାଦ :ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର । ଭାରତୀୟ ପାଣିପାଗ ବିଭାଗ (IMD)ପକ୍ଷରୁ ଦିଆଯାଇଛି ଏହି ସୂଚନା । ଲଘୁଚାପ ପ୍ରଭାବରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏହାସହିତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ବଙ୍ଗୋପସାଗରରେ ଲଘୁଚାପ:

ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ସୂଚନା ଅନୁସାରେ , ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ମୁହାଁ ହୋଇପାରେ ।ଏହାର ପ୍ରଭାବ ଦକ୍ଷିଣ ଭାରତୀୟ ରାଜ୍ୟ ମୁଖ୍ୟତଃ ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ ଉପରେ ପଡ଼ିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ତାମିଲନାଡୁ ଉପକୂଳ ଅଞ୍ଚଳରେ ପ୍ରବଳରୁ ପ୍ରବଳତ୍ତର (Heavy To Very Heavy Rainfall) ବର୍ଷା ହୋଇପାରେ । ସେହିପରି ଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ଯ ହାଲୁକାରୁ ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ଆଇଏମଡି ।

ଓଡ଼ିଶାରେ କମିବ ତାପମାତ୍ରା:

ଭୁବନେଶ୍ବର ପାଣିପାଗ କେନ୍ଦ୍ର ଦ୍ବାରା ସୋସିଆଲ ମିଡିଆ 'X' ରେ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଦୈନିକ ତାପମାତ୍ରାରେ ପରିବର୍ତ୍ତନ ହେବ । ସର୍ବନିମ୍ନ ତାପମାତ୍ରା ୩ରୁ ୩.୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ପରବର୍ତ୍ତୀ ସମୟରେ ତାପମାତ୍ରାରେ ସେପରି କିଛି ପରିବର୍ତ୍ତନ ହେବାର ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ପାଣିପାଗ ସଂପର୍କିତ ଏହି ଖବର ମଧ୍ୟ ପଢ଼ନ୍ତୁ -

୪୮ ଘଣ୍ଟା ପ୍ରବଳ ଶୀତ: ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୭ରୁ ବର୍ଷା ! - WEATHER UPDATE

ଆସନ୍ତା ୨୪ ଘଣ୍ଟା ଶୀତରେ ଥରିବ ଓଡ଼ିଶା, ୪ ଜିଲ୍ଲାରେ ଘନ କୁହୁଡ଼ି, କାଲିଠୁ ୫ ଦିନ ବର୍ଷା - ODISHA WEATHER UPDATE

ଏହି ଜିଲ୍ଲାରେ କୁହୁଡ଼ିଆ ପାଗ:

ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁସାରେ, ଦିନେ ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ିଆ ପାଗ ଅନୁଭୁତ ହୋଇପାରେ । ବିଶେଷ କରି କଳାହାଣ୍ଡି ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି ।

ଏସବୁ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା :

ଭୁବନେଶ୍ବର ପାଣିପାଗ କେନ୍ଦ୍ର ଦ୍ବାରା ସୋସିଆଲ ମିଡିଆ 'X'ରେ ସୂଚନା ଅନୁସାରେ ଆଜି ଦକ୍ଷିଣ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ମାରିପାରେ । ବିଶେଷ କରି ଗଞ୍ଜାମ ଏବଂ ଗଜପତି ଜିଲ୍ଲା ପାଇଁ ଆଜି ବର୍ଷା ଆଲର୍ଟ ଜାରି କରିଛି IMD । ସେହିପରି ଆସନ୍ତାକାଲି ୧୯ ତାରିଖରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରିରେ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୦ ତାରିଖରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ବରିବର୍ତ୍ତନ ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ ସଂପର୍କିତ ଏହିସବୁ ଖବର ମଧ୍ୟ ପଢ଼ନ୍ତୁ-

ଜାଡ଼ରେ ଥରୁଛି ଶିମିଳିପାଳ,୧ ଡିଗ୍ରୀକୁ ଖସିଲା ପାରଦ, ଓଡ଼ିଶାରେ ଶୀତ ଲହରୀ - ODISHA WEATHER REPORT

କଳାହାଣ୍ଡିରେ ତୁଷାରପାତ, ଜାଡରେ ଥରୁଛି ପୁରା ଜିଲ୍ଲା - SNOWFALL IN KALAHANDI

ଆଜିଠୁ ଭିଜିବ ଦକ୍ଷିଣ ଓଡ଼ିଶା: ୧୯ରୁ ଘଡଘଡି ସହ ପ୍ରବଳ ବର୍ଷା ! ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - WEATHER UPDATE

ଇଟିଭି ଭାରତ, ହାଇଦ୍ରାବାଦ/ ଭୁବନେଶ୍ବର

ABOUT THE AUTHOR

...view details