ଓଡିଶା

odisha

ETV Bharat / state

ସାତକୋଶିଆରୁ ହଟିବ ଜନବସତି, ଜଙ୍ଗଲ ଛାଡି ଯିବେ କୁଆଡେ ? - Wildlife Week celebration

ଆଗାମୀ ଦିନରେ 'ଆମ ଜଙ୍ଗଲ ଯୋଜନା' ଭଳି କିଛି ନୂଆ ଯୋଜନା ଘୋଷଣା ହେବ । ଜଙ୍ଗଲରୁ ଖାଲି ହେବ ଗାଁ ।

By ETV Bharat Odisha Team

Published : 5 hours ago

WILDLIFE WEEK CELEBRATION
WILDLIFE WEEK CELEBRATION (ETV Bharat Odisha)

ଭୁବନେଶ୍ବର: ପାଳନ ହୋଇଛି ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ । ଏହି ଅବସରରେ ରାଜ୍ୟରେ କିପରି ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦିଆଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ସେପଟେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଲୋକେ ସ୍ବେଚ୍ଛାକୃତ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ସହଯୋଗ କରୁଥିବା ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।


ସ୍ଥାନାନ୍ତରଣ ହେବେ ଜଙ୍ଗଲ ମଧ୍ୟରେ ଥିବା ଗାଁ:

WILDLIFE WEEK CELEBRATION (ETV Bharat Odisha)

ଏନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି,"ସାତକୋଶିଆ ଅଭୟାରଣ୍ୟରୁ ୬ଟି ଗାଁ ସ୍ଵେଚ୍ଛାକୃତ ଭାବେ ସ୍ଥାନାନ୍ତରିତ ହୋଇ ସାରିଛି । ଆଉ ୩ଟି ଗାଁ ସ୍ଥାନାନ୍ତରିତ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ସେମାନଙ୍କୁ ଜଙ୍ଗଲ ଆଖପାଖରେ ନରଖି ଜାତୀୟ ରାଜପଥ ନହେଲେ ରାଜ୍ୟ ରାଜପଥ ନିକଟରେ ଜାଗା ଦେବା ନେଇ ସ୍ଥିର ହୋଇଛି । ଗୋଟିଏ ପରିବାର ଜଙ୍ଗଲ ମଧ୍ୟରୁ ଗଲେ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାର ବ୍ୟବସ୍ଥା ରହିଛି । ଯଦି ୨୦ ଲକ୍ଷ ନ ନିଅନ୍ତି ତେବେ ଘରଡିହ ସହ ୧୫ ଲକ୍ଷ ଦେବା ନେଇ ବ୍ୟବସ୍ଥା ରହିଛି । ଏହାସହ ସରକାରଙ୍କ ବିଭିନ୍ନ ଯୋଜନାରେ ସେହି ପରିବାରଙ୍କୁ ସାମିଲ କରାଯିବ । ସେହିପରି ଶିମିଳିପାଳ ଅଭୟାରଣ୍ୟରୁ ସ୍ଥାନାନ୍ତାରିତ ହୋଇଥିବା ଗ୍ରାମବାସୀଙ୍କୁ ବାରିପଦା ଓ ଖୁଣ୍ଟା ରାସ୍ତାରେ ଥଇଥାନ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ସାତକୋଶିଆ ଅଭୟାରଣ୍ୟରୁ ସ୍ଥାନାନ୍ତରିତ ହୋଇଥିବା ଗ୍ରାମବାସୀ ସାତକୋଶିଆ- ନରସିଂହପୁର ସୀମାରେ ଜାଗା ଚିହ୍ନଟ ହୋଇଛି । ସେହିପରି ଅନୁଗୋଳ ଓ ଛେଣ୍ଡିପଦା ମଧ୍ୟରେ ଜାତୀୟ ରାଜପଥକୁ ଲାଗି ଏକ ଜାଗା ଚିହ୍ନଟ ହୋଇଛି । "

WILDLIFE WEEK CELEBRATION (ETV Bharat Odisha)

ହାତୀ ଯୋଗୁଁ ଯାଉଛି ସର୍ବାଧିକ ଜୀବନ:

ହାତୀ ମଣିଷ ଲଢେଇରେ ପ୍ରତିବର୍ଷ ୧୬୦ ରୁ ୧୮୦ ମଣିଷଙ୍କ ଜୀବନ ଯାଉଛି । ସେଥିରୁ ୯୦% ଜଙ୍ଗଲ ବାହାରେ ଘଟୁଛି । ହାତୀ ଯୋଗୁଁ ସର୍ବାଧିକ ଜୀବନ ଯାଉଛି ।

ମଞ୍ଜାବନ୍ଧରେ କଳାବାଘ ସଫାରୀ:

WILDLIFE WEEK CELEBRATION (ETV Bharat Odisha)

ସେହିପରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି,"ଜନସଂଖ୍ୟା ବଢ଼ିବାରେ ଲାଗିଛି । ବିକାଶ ହେବ, କିନ୍ତୁ ଜୀବଜନ୍ତୁଙ୍କୁ ମଧ୍ୟ ସୁରକ୍ଷା ଦେବାକୁ ପଡ଼ିବ । ଶିମିଳିପାଳରେ ଅନେକ ପଦକ୍ଷେପ ହାତକୁ ନିଆଯାଇଛି । ୧୯ଟି ଅଭୟାରଣ୍ୟ ଅଛି । ପ୍ରକୃତିର ସବୁ କିଛି ଓଡ଼ିଶାରେ ରହିଛି । ରାଜ୍ୟର ମାତ୍ର ୫.୬୯ % ଅଞ୍ଚଳରେ ଜୀବଜନ୍ତୁ ଅଛନ୍ତି । ସେମାନଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ତାହା ମୁଖ୍ୟ ଆହ୍ଵାନ । ମଞ୍ଜାବନ୍ଧରେ କଳାବାଘ ସଫାରୀ କରାଯିବ । ହାତୀ ଉପରେ ନଜର ରଖିବାକୁ ରେଡିଓ କଲାର୍ କରାଯାଉଛି । ଗୋଠଛଡା ଅମାନିଆ ହାତୀଙ୍କୁ କୁମକୀ ଟ୍ରେନିଂ ଦିଆଯାଉଛି । 'ଆମ ଜଙ୍ଗଲ ଯୋଜନା' ଭଳି କିଛି ନୂଆ ଜୀବନ ଜୀବିକା ଯୋଜନା ଘୋଷଣା ହେବ ।"

ଏହା ମଧ୍ୟ ପଢନ୍ତୁ...ବଢିଲା ବାଘ ସଂଖ୍ୟା, ଓଡ଼ିଶାରେ ୬୯୬ କଲରାପତରିଆ - Leopard Census Report

ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ଆସିବେ 5 ମହାବଳ, ବାଘଙ୍କ ପାଇଁ କେତେ ପ୍ରସ୍ତୁତ ଦେବ୍ରିଗଡ଼ ଅଭୟାରଣ୍ୟ ? - Debrigarh Wildlife Sanctuary

ଏହା ମଧ୍ୟ ପଢନ୍ତୁ... ସାତକୋଶିଆକୁ ଆସୁଛନ୍ତି ବାଘ ! ଛାନିଆ ଅଞ୍ଚଳବାସୀ, ଉଠାଇଲେ ସୁରକ୍ଷା ପ୍ରସଙ୍ଗ - SATKOSIA TIGER RESERVE


ବଢିବ କ୍ଷୟକ୍ଷତି ଅର୍ଥରାଶି:

WILDLIFE WEEK CELEBRATION (ETV Bharat Odisha)
ବନ୍ୟପ୍ରାଣୀ ଓ ମଣିଷ ଲଢେଇରେ ଅନେକଙ୍କ ଜୀବନହାନୀ ଘଟୁଛି । ୫ ବର୍ଷ ମଧ୍ୟରେ ପାଖାପାଖି ୮୬୦ ଜଣଙ୍କ ମଣିଷଙ୍କ ଜୀବନ ଯାଇଛି । ଜଣଙ୍କ କ୍ଷତି ପୂରଣ ବାବଦରେ ୬ ଲକ୍ଷ୍ୟ ଟଙ୍କା ଦିଆଯାଉଛି । କିନ୍ତୁ ଏହାକୁ ବଢାଇବା ପାଇଁ ସରକାରଙ୍କୁ ସୁପାରିଶ କରିଛି ବନ ବିଭାଗ । ତେବେ ଏହି ୬ ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି କରି ୧୦ ଲକ୍ଷ୍ୟ ଟଙ୍କାରେ ଅର୍ଥରାଶି ଦେବାକୁ ସୁପାରିଶ କରିଛି ବିଭାଗ । ସେହିପରି ଫସଲ କ୍ଷୟକ୍ଷତି ବାବଦକୁ ମଧ୍ୟ ବୃଦ୍ଧି କରାଯିବ ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details